ମହେଶ ବାବୁ ପୁଣି ଜିତିଲେ ଫ୍ୟାନ୍ସଙ୍କ ହୃଦୟ,ଏକାବେଳେ ବଞ୍ଚାଇଲେ ୩୦ ପିଲାଙ୍କ ଜୀବନ,ଜାଣନ୍ତୁ ପୁରା ଘଟଣା

ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ମହେଶ ବାବୁ ତାଙ୍କ ଅଭିନୟ ଏବଂ ଗୁଡ଼ ଲୁକ୍ସ ସହିତ ଆଉ ତାଙ୍କର ଉଦାରତା ପାଇଁ ମଧ୍ୟ ବହୁତ ଲୋକପ୍ରିୟ ଅଟନ୍ତି । ମହେଶ ବାବୁଙ୍କୁ ପୁରା ଦେଶ ଜାଣେ । ମହେଶ ବାବୁ ତାଙ୍କର ଅଭିନୟ ସହିତ ହିଁ ତାଙ୍କର ସରଳ ଷ୍ଟାଇଲ୍ ଏବଂ ଉଦାରତା ହେତୁ ସେ ପ୍ରଶଂସକଙ୍କ ପ୍ରିୟ ଅଟନ୍ତି ।

କହିରଖୁଛୁ କି ମହେଶ ବାବୁ ମଧ୍ୟ ଜଣେ ଭଲ ଲୋକ । ସେ ଲୋକମାନଙ୍କୁ ସାହାଯ୍ୟ କରିବାରେ ମଧ୍ୟ ଟିକେ ବି ପଛକୁ ହଟନ୍ତି ନାହିଁ । ଏମିତି ହି ଗୋଟିଏ ବଡ଼ ଆଉ ତାଜା ଉଦାହରଣ ପୁଣି ସାମ୍ନାକୁ ଆସିଛି । ବର୍ତ୍ତମାନ ମହେଶ ୩୦ରୁ ଅଧିକ ପିଲାଙ୍କ ଜିବନ ବଞ୍ଚେଇବାର ବଡ଼ କାରନାମ କରୁଛନ୍ତି । କହିରଖୁଛୁ କି ୩୦ରୁ ଅଧିକ ପିଲାଙ୍କ ଚିକିତ୍ସା ପାଇଁ ମହେଶ ବାବୁ ଆର୍ଥିକ ରୂପରେ ସାହାଯ୍ୟ କରିଥିଲେ ।

ନିକଟରେ ଯେତେବେଳେ ‘ ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ଥିଲା ତେବେ ସେହି ସମୟରେ ତାଙ୍କର ଫାଉଡେଶନ ‘ମହେଶ ବାବୁ ଫାଉଡେଶନ ‘ ଜରିଆରେ ୩୦ପିଲାଙ୍କୁ ବାଇପାସ ସର୍ଜରୀ କରିଛନ୍ତି । ଏହାର ଖର୍ଚ୍ଚ ସେ ଆଉ ତାଙ୍କ ଫାଉଡେଶନ ଉଠାଇଛନ୍ତି । ପ୍ରାୟତ ମହେଶ ବାବୁ ଅସହାୟ ଏବଂ ଗରିବ ଲୋକଙ୍କ ସାହାଯ୍ୟ କରନ୍ତି ଆଉ ଗୋଟେ ଥର ପୁଣି ସେ ଏମିତି ହିଁ କରିଛନ୍ତି ।

ଏହି ସମ୍ବନ୍ଧରେ ସୂଚନା ମହେଶ ବାବୁଙ୍କ ସ୍ତ୍ରୀ ଏବଂ ଅଭିନେତ୍ରୀ ନମ୍ରତା ଶିରୋଡ଼କର ଦେଇଛନ୍ତି । ନମ୍ରତା ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ଗୋଟିଏ ପୋଷ୍ଟ କରି କହିଛନ୍ତି କି, “ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ର ଅବସରରେ,୩୦ ପିଲାଙ୍କର ହାର୍ଟ ସର୍ଜରୀ ହୋଇଛି ।
ମାନ୍ୟବର ରାଜ୍ୟପାଳ ଶ୍ରୀ ବିଶ୍ୱ ଭୂଷଣ ହରିଚନ୍ଦନ ଗାରୁଙ୍କ ଦ୍ୱାରା ଏହି କାର୍ଯ୍ୟ ଆୟୋଜିତ ହୋଇଥିଲା ।

ନମ୍ରତା ନିଜର ପୋଷ୍ଟରେ ଆଗକୁ କହିଲେ କି,”ମେଡ଼ିକାଲ୍ ଏକ୍ସିଲେଟ ଆଉ କ୍ୱାଲିଟି ହେଲଥ୍ କେୟାର ଫାସିଲିଟି ଯୋଗାଇ ଦେବା ପାଇଁ @andhrahospitals ଟିମକୁ ଧନ୍ୟବାଦ”। ମହେଶ ବାବୁଙ୍କ ସ୍ତ୍ରୀ ନମ୍ରତା ତାଙ୍କ ପୋଷ୍ଟ ରେ ତିନୋଟି ଫୋଟୋ ସେୟାର କରିଛନ୍ତି । ପୋଷ୍ଟ ରେ ନମ୍ରତାଙ୍କ ଭଉଣୀ ଏବଂ ଅଭିନେତ୍ରୀ ଶିଳ୍ପା ଶିରୋଡ଼କାର୍ କମେଣ୍ଟ କରି ଲେଖିଛନ୍ତି କି,”ବିଲକୁଲ ଶାନଦାର। ଆପଣଙ୍କୁ ଏବଂ ମହେଶଙ୍କୁ ବହୁତ ସାରା ଆଶ୍ରିବାଦ ।

ବର୍ତ୍ତମାନ ଯାଏଁ ୧୦୦୦ ରୁ ଅଧିକ ପିଲାଙ୍କର ସର୍ଜରୀର ଦାୟିତ୍ୱ କରିସାରିଛନ୍ତି ମହେଶ ବାବୁ..

ମହେଶ ବାବୁ ବର୍ତ୍ତମାନ ଯାଏଁ ୧୦୦୦ ରୁ ଅଧିକ ପିଲାଙ୍କର ସର୍ଜରୀକୁ ସ୍ପଂସର କରିସାରିଛନ୍ତି । ଏହା ସବୁଠୁ ବଡ଼ ଏବଂ ବିଶେଷ କଥା ଅଟେ । ୨୦୧୭ ମସିହାରେ ତେଲେଗୁ ଫିଲ୍ମ ର୍ ଏହି ସୁପରଷ୍ଟାର ଆନ୍ଧ୍ରା ହସ୍ପିଟାଲ ଏବଂ ଏନଜିଓ ହିଲିଙ୍ଗ ଲିଟିଲ ହାର୍ଟ ସହିତ କାମ ଆରମ୍ଭ କରିଥିଲେ ।

ବଲିଉଡ ରେ କାମ କରିବାକୁ ମନା କରିଥିଲେ …

ନିକଟରେ ମହେଶଙ୍କୁ ଯେତେବେଳେ ବଲିଉଡ ରେ କାମ କରିବା କୁ ନେଇ ପ୍ରଶ୍ନ କରାଯାଇ ଥିଲା ତେବେ ସେ କହିଥିଲେ କି,”ମୋତେ ହିନ୍ଦୀ ଫିଲ୍ମରେ କାମ କରିବାର କୌଣସି ଆବଶ୍ୟକତା ନାହିଁ । ମୁଁ ତେଲେଗୁ ଫିଲ୍ମ କରିବି ଏବଂ ଆଜିକାଲି ସେହି ପୁରା ଦେଶ ରେ ଦେଖା ଯାଉଚି । ଏଥିପାଇଁ ମୋତେ ବିଶେଷ ରୂପରେ ହିନ୍ଦୀ ଫିଲ୍ମମାନଙ୍କରେ କାମ କରିବାର କୌଣସି ଆବଶ୍ୟକତା ନାହିଁ” ।

Leave a Reply

Your email address will not be published. Required fields are marked *