ଧର୍ମେନ୍ଦ୍ରଙ୍କ କାରଣରୁ ହେମାଙ୍କୁ ବିବାହ କରିପାରିଲେ ନାହିଁ ଜିତେନ୍ଦ୍ର,ରେଖାଙ୍କୁ କହିଲେ ଟାଇମ୍ ପାସ୍,ଶ୍ରୀଦେବୀଙ୍କୁ ମଧ୍ୟ ନାହିଁ ।

ହିନ୍ଦୀ ସିନେମାର ମହାନ ଅଭିନେତା ଜିତେନ୍ଦ୍ର ୮୦ବର୍ଷର ହୋଇଗଲେଣି । ତାଙ୍କ ସମୟର ସବୁଠୁ ଲୋକପ୍ରିୟ କଳାକାର ମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଜିତେନ୍ଦ୍ର । ତାଙ୍କ ଜନ୍ମ ୭ ଅପ୍ରେଲ ୧୯୪୨ ରେ ପଞ୍ଜାବର ଅମୃତସର ରେ ହୋଇଥିଲା ।ପିତା ପ୍ରସନ କପୁର ଏବଂ ମା ସୋବତୀଙ୍କ ଘରେ ଜନ୍ମ ଗ୍ରହଣ କରିଥିବା ଜିତେନ୍ଦ୍ରଙ୍କ ଅସଲି ନାଁ ରବି କପୁର ଥିଲା । କିନ୍ତୁ ପରେ ରବି ତାଙ୍କ ନାମ ବଦଳେଇ ଜିତେନ୍ଦ୍ର ରଖିଦେଇ ଥିଲେ ଏବଂ ନିଜର ପ୍ରକୃତ ନାମ ମଧ୍ୟ ବ୍ୟବହାର କରିଲେ ନାହିଁ ।

କହିରଖୁଛି କି ଜିତେନ୍ଦ୍ରଙ୍କୁ ହିନ୍ଦୀ ସିନେମାର ପ୍ରଥମ ଚକୋଲେଟ ବୟ ମଧ୍ୟ କୁହାଯାଏ । ତେବେ ତାଙ୍କୁ ହିନ୍ଦୀ ସିନେମାର ‘ଜପିଙ୍ଗ ଜ୍ୟାକ’ନାଁ ମଧ୍ୟ ଦିଆଗଲା । ୬୦ଦଶକ ରୁ ୯୦ ଦଶକ ଯାଏଁ ତିନି ଦଶକ ଯାଏଁ ସେ ବଡ଼ ପରଦାରେ ମୁଖ୍ୟ ଅଭିନେତା ରୂପରେ କାମ କରିଛନ୍ତି ଏବଂ ଏହି ସମୟ ଭିତରେ ଜିତେନ୍ଦ୍ର ଅନେକ ଶାନଦାର ଫିଲ୍ମ ଦେଇଛନ୍ତି ।

୨୦୦ ଫିଲ୍ମରୁ ଅଧିକରେ କାମ କରିଛନ୍ତି,୧୨୧ ସଫଳ ହୋଇଥିଲା :-

ଜିତେନ୍ଦ୍ର ତାଙ୍କର ୫ଦଶକ ରୁ ଅଧିକ ଲମ୍ବା କ୍ୟାରିଅରରେ ୨୦୦ରୁ ଅଧିକ ଫିଲ୍ମ ଦେଇଛନ୍ତି । ଖାସ କଥା ଏହା ହେଉଛି କି ଏଥିମଧ୍ୟରୁ ଅଭିନେତାଙ୍କ ୧୨୧ ଟି ଫିଲ୍ମ ସଫଳ ହୋଇଛି । ଜିତେନ୍ଦ୍ରଙ୍କ ଫିଲ୍ମ କ୍ୟାରିଅର ଶାନଦାର ଥିଲା । ଏହି ସଂଖ୍ୟାରୁ ଠିକ ବୁଝିହେଉଛି

ରେଖାଙ୍କୁ କହିଦେଇଥିଲେ ‘ଟାଇମ ପାସ’…

ଜିତେନ୍ଦ୍ର ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ ହେଡଲାଉନ ରେ ରହିଛନ୍ତି । ଶ୍ରୀଦେବୀ,ଜୟା ପ୍ରଦା ଏବଂ ହେମା ମାଳିନୀ ପରି ମହାନ ଅଭିନେତ୍ରୀମାନଙ୍କ ସହ ତାଙ୍କର ଆଫେ-ୟାର ଥିଲା । ବିବାହ ସିନା ଶୋଭା କପୁରଙ୍କ ସହ ହୋଇଥିଲା କିନ୍ତୁ ରେଖା ଆଉ ଜିତେନ୍ଦ୍ର ସାଥିରେ ଅନେକ ଫିଲ୍ମ କରିଛନ୍ତି । ଦୁହିଁଙ୍କ ମଧ୍ୟରେ ଆଫେ-ୟାର ହୋଇଗଲା ଏବଂ ଏହି ସମୟ ମଧ୍ୟରେ ଜିତେନ୍ଦ୍ର ଶୋଭା କପୁରଙ୍କୁ ଡେଟ୍ କରିବାକୁ ଲାଗିଥିଲେ

ଗୋଟିଏ ଫିଲ୍ମର ସୁଟିଙ୍ଗ ସମୟରେ ସେଟ ରେ ଜିତେନ୍ଦ୍ର ରେଖାଙ୍କୁ ଜୁନିଅର ଆର୍ଟିଷ୍ଟଙ୍କ ସାମ୍ନାରେ ‘ଟାଇମ ପାସ’ କହିଦେଇଥିଲେ । ଏହି କଥା ରେଖାକୁ ବହୁତ କଷ୍ଟ ଦେଇଥିଲା ଏବଂ ସେ ବ୍ରେକ୍ ଅପ୍ କରିଦେଇଥିଲେ ।

ହେମା ମାଳିନୀଙ୍କ ସାଥିରେ ହେବାର ଥିଲା ନିର୍ବନ୍ଧ,ଧର୍ମେନ୍ଦ୍ରଙ୍କ କାରଣରୁ ଭା-ଙ୍ଗିଲା ସମ୍ପର୍କ …

ଯେତେବେଳେ ଜିତେନ୍ଦ୍ର ଶୋଭା କପୁରଙ୍କୁ ଡେଟ୍ କରୁଥିଲେ ସେତେବେଳେ ସେ ହେମା ମାଳିନୀଙ୍କ ପ୍ରେମରେ ମଧ୍ୟ ପଡିଯାଇଥିଲେ । ଦୁହିଁଙ୍କ ପରିବାର ଲୋକଙ୍କୁ ଦୁହିଁଙ୍କ ସମ୍ପର୍କ ମଞ୍ଜୁର ଥିଲା ।

ଦୁହିଁଙ୍କ ବିବାହ ଠିକ ହୋଇଯାଇଥିଲା କିନ୍ତୁ ସେତେବେଳେ ହିଁ ଧର୍ମେନ୍ଦ୍ର ଶୋଭା ଙ୍କୁ ନେଇକି ସେଇଠି ପହଂଚି ଯାଇଥିଲେ । ଶୋଭା ସେଇଠି ହ-ଙ୍ଗା-ମା କରିଦେଇ ଥିଲେ । ଏମିତିରେ ଧର୍ମେନ୍ଦ୍ର ଆଉ ହେମାଙ୍କ ବିବାହ ହୋଇପାରିଲା ନାହିଁ ।

୧୯୭୪ ରେ ଶୋଭା କପୁରଙ୍କୁ ବିବାହ କରିଥିଲେ …

ଜିତେନ୍ଦ୍ର ୧୯୭୪ରେ ତାଙ୍କ ଗାର୍ଲଫ୍ରେଣ୍ଡ ଶୋଭା କପୁରଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ବିବାହକୁ ସଫଳତାର ୪୮ବର୍ଷ ପୁରା ହୋଇଯାଇଛି ।

ଦୁଇ ପିଲାଙ୍କ ମାତା ପିତା ହେଲେ ଜିତେନ୍ଦ୍ର ଆଉ ଶୋଭା…

ବିବାହ ପୂର୍ବରୁ ଜିତେନ୍ଦ୍ର ଏବଂ ଶୋଭା ଦୁଇ ପିଲାଙ୍କ ମାତା ପିତା ବନିଲେ । ପୁଅର ନାଁ ହେଉଛି ତୁଷାର କପୁର ଯିଏ କି ଜଣେ ଅଭିନେତା ଅଟନ୍ତି ଏବଂ ଝିଅର ନାଁ ଏକତା କପୁର ଅଟେ । ଏକତା କପୁର ଟିଭି ନିର୍ମାତା ଅଟନ୍ତି ।

Leave a Reply

Your email address will not be published. Required fields are marked *