‘ମହାଭାରତ’ ର ଯୁଧିଷ୍ଠିରଙ୍କର ପତ୍ନୀଙ୍କଠାରୁ ଛା-ଡପ-ତ୍ର ହେବା ପରେ , ୨ ବର୍ଷ ପର୍ଯ୍ୟନ୍ତ ଝିଅର ମୁହଁ ଦେଖିନଥିଲେ| ମାଙ୍କର ମଧ୍ୟ ହେଲା ଦେ-ହା-ନ୍ତ

ଟିଭି ଦୁନିଆର ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ଯୁଧିଷ୍ଠିରଙ୍କ ଭୂମିକା ଜରିଆରେ ଘରେ ଘରେ ପ୍ରସିଦ୍ଧ ଅଭିନେତା ରୋହିତ ଭରଦ୍ୱାଜ ଆଜିକାଲି ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ହେଡଲାଇନ ରେ ବନିରହିଛନ୍ତି । ନିକଟରେ ରୋହିତ ଭରଦ୍ବାଜ ପ୍ରକାଶ କରିଛନ୍ତି ଯେ ତାଙ୍କ ବିବାହ ଭାଙ୍ଗିବାକୁ ଯାଉଛି ଏବଂ ତାଙ୍କର ବୃତ୍ତିଗତ ଜୀବନ ମଧ୍ୟ ଅଶାନ୍ତ ହୋଇପଡ଼ିଛି ।

ଉଲ୍ଲେଖନୀୟ ବିଷୟ ହେଉଛି,ରୋହିତ ଭରଦ୍ୱାଜ ଦୀର୍ଘ ଦିନ ଧରି ଟିଭି ଜଗତରୁ ନିଖୋଜ ଅଛନ୍ତି ଏବଂ ସେ ଏପର୍ଯ୍ୟନ୍ତ କୌଣସି ସିରିଏଲରେ ଅଭିନୟ କରିନାହାଁନ୍ତି । ବର୍ତ୍ତମାନ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା କହିଥିଲେ ଏବଂ ତାଙ୍କ ପତ୍ନୀ ପୁନମ ସହିତ ଭାଙ୍ଗିଯାଇଥିବା ବିବାହ ବିଷୟରେ ମଧ୍ୟ କହିଥିଲେ । ଆସନ୍ତୁ ଜାଣିବା ରୋହିତ ଭରଦ୍ୱାଜ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କ’ଣ କହିଥିଲେ

୨୦୧୭ମସିହାରୁ ଚାଲିଛି ଦୁଇ ସ୍ୱାମୀ – ସ୍ତ୍ରୀଙ୍କ ମଧ୍ୟରେ ମତଭେଦ :-

ରୋହିତ ଭରଦ୍ୱାଜ ପ୍ରକାଶ କରିଛନ୍ତି ଯେ ୨୦୧୭ ମସିହାରେ ଯେତେବେଳେ ସେ ଇଣ୍ଡୋନେସିଆ ଯାତ୍ରା କରିବାକୁ ଯାଇଥିଲେ, ସେତେବେଳେ ତାଙ୍କ ପତ୍ନୀ ପୁନମ ଏବଂ ତାଙ୍କ ମଧ୍ୟରେ ଝ-ଗ-ଡା ଆରମ୍ଭ ହୋଇଥିଲା । ସେ କହିଥିଲେ ଯେ ବିବାହ ପରେ ହିଁ ସେମାନଙ୍କ ମଧ୍ୟରେ ମତଭେଦ ହେବା ଆରମ୍ଭ ହୋଇଥିଲା ଏବଂ କିଛି ଦିନ ପରେ ଝ-ଗ-ଡା ଏତେ ବଢ଼ିଗଲା ଯେ କଥା ଛା-ଡପ-ତ୍ରରେ ଆସି ପହଞ୍ଚିଲା।

ରୋହିତ ଭରଦ୍ୱାଜ କହିଛନ୍ତି ଯେ ସେ ଗତ ୪ବର୍ଷ ଧରି ସେ ଏକାକୀ ରହୁଛନ୍ତି ଏବଂ ବର୍ତ୍ତମାନ ସେ ଛା-ଡପ-ତ୍ର ପାଇଁ ମଧ୍ୟ ଆବେଦନ କରିଛନ୍ତି ଯାହାକି ୨ ମାସ ସମୟ ନେଇପାରେ । ରୋହିତ ଭରଦ୍ୱାଜ ଏବଂ ପୁନମଙ୍କର ଗୋଟିଏ ୧୦ବର୍ଷର ଝିଅ ଅଛି । ସେ ଏହା କହିଛନ୍ତି ଯେ, ସେ ଗତ ୨ ବର୍ଷ ଧରି ତାଙ୍କ ଝିଅକୁ ଭେଟି ନାହାଁନ୍ତି ଆଉ ତାଙ୍କ ଚେହେରା ମଧ୍ୟ ଦେଖି ନାହାଁନ୍ତି।

ଝିଅଠୁ ଅଲଗା ରହିବାର କଷ୍ଟ ଗୋଟିଏ ପିତା ହିଁ ବୁଝିପାରିବ :-

ରୋହିତ ଭରଦ୍ୱାଜ ଝିଅ ସହ ନଭେଟିବାର ଦୁଃ-ଖ ପ୍ରକାଶ କରି କହିଛନ୍ତି କି,”ଝିଅକୁ ନଦେଖିବାର ଦୁଃ-ଖ କଣ ହୋଇଥାଏ । ତାହା କେବଳ ଗୋଟିଏ ବାପା ହିଁ ବୁଝିପାରିବ । ମୁଁ ମୋ ଝିଅ କୁ ଦୁଇ ବର୍ଷ ହେଲା ଦେଖିନାହିଁ । ମା ଚାଲିଗଲେ ଆଉ ଝିଅ ଦୁର ହୋଇଗଲା “।

ଏହା ବ୍ୟତୀତ ରୋହିତ କହିଛନ୍ତି ଯେ, “ମୁଁ ଗତ ଚାରି-ପାଞ୍ଚ ବର୍ଷ ଧରି ଏକାକୀ ରହୁଛି । ଆରମ୍ଭରୁ ହିଁ ମତାନ୍ତର ଥିଲା, ଯାହା ବଢ଼ିବାକୁ ଲାଗିଲା, ବିଶେଷ କରି ମୁଁ ଇଣ୍ଡୋନେସିଆରୁ ଫେରିବା ପରେ । ମୁଁ ମୋ ପତ୍ନୀଙ୍କ ସହ ସବୁକିଛି ସଜାଡ଼ିବାକୁ ଚେଷ୍ଟା କଲି,କିନ୍ତୁ ସମ୍ପର୍କକୁ ବଞ୍ଚାଇ ପାରିଲି ନାହିଁ । ଏହି ମତଭେଦ ଏବଂ ଅନୁକୁଳତତା ବହୁତ ସମସ୍ୟା ସୃଷ୍ଟି କଲା । ଛା-ଡପ-ତ୍ର ପ୍ରକ୍ରିୟା ଚାଲିଛି ଏବଂ ଦୁଇ ମାସ ମଧ୍ୟରେ ଏହା ଶେଷ ହେବ ବୋଲି ଆଶା କରାଯାଉଛି ।

ମା’ଙ୍କ ମୃ-ତ୍ୟୁରେ ମଧ୍ୟ ଯ-ନ୍ତ୍ର-ଣା ଭୋଗୁଛନ୍ତି ରୋହିତ ଭରଦ୍ୱାଜ :-

ଅଭିନେତା କହିଛନ୍ତି କି,ଏହି ସବୁ ଅସୁବିଧା ମଧ୍ୟରେ ତାଙ୍କ ମା ମଧ୍ୟ ତାଙ୍କୁ ଛାଡି ଚାଲିଗଲେ । ସେ କହିଲେ କି ହୃ-ଦ୍‌ଘା-ତ ହେତୁ
୨୦୨୧ ମସିହାରେ ତାଙ୍କର ଦେହାନ୍ତ ହୋଇଛି ଏବଂ ମୁଁ ଏହି କ୍ଷ-ତିରୁ ବର୍ତ୍ତମାନ ବାହାରୁ ଅଛି । ମୁଁ ବର୍ତ୍ତମାନ ମୋ ବାପାଙ୍କ ସହ ସମୟ ବିତାଇବା ପାଇଁ ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ଚ-କ୍କ-ର କାଟୁଛି,ଯାହା ବିଲ୍କୁଲ୍ ଏକୁଟିଆ”

କହିରଖୁଛୁ କି, ରୋହିତ ଭରଦ୍ୱାଜ ଟିଭି ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତା ଯିଏକି ଅନେକ ଲୋକପ୍ରିୟ ସିରିଏଲରେ କାମ କରିଛନ୍ତି ଯେଉଁଥିରେ ‘ନା ବୋଲେ ତୁମ୍ ନା ମେନ୍ କୁଛ କାହା’, ‘ନାବ୍ୟା’, ‘ବାତ୍ ହମାରୀ ପାକ୍କି ହୈ’, ‘ମହାଭାରତ’, ‘ଆଧେ ଅଧୁରେ’ ‘ଏବଂ’ ତେରେ ବିନ୍ ‘ପରି ସିରିଏଲ ଅନ୍ତର୍ଭୂକ୍ତ । ତେବେ ସେ ‘ମହାଭାରତ’ରେ ଯୁଧିଷ୍ଠିରଙ୍କ ଭୂମିକା ପାଇଁ ବେଶ୍ ଜଣାଶୁଣା ।

Leave a Reply

Your email address will not be published. Required fields are marked *