ବାସ୍ତବ ଜୀବନରେ ଦୁହେଁ ଦୁହିଁଙ୍କର ପରମ ଶ-ତ୍ରୁ ଅଟନ୍ତି ରାମଚରଣ – ଏନଟିଆର,୩୫ ବର୍ଷ ହେଲାଣି ରହିଛି ମତଭେଦ,ଜାଣନ୍ତୁ ପୁରା ମା-ମ-ଲା

ବହୁବଳୀ ଫେମ ନିର୍ଦ୍ଦେଶକ ଏସଏସ ରାଜାମୌଲି ଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଆରଆରଆର’ ଆଜିକାଲି ବକ୍ସ ଅଫିସ୍ ରେ ଧମାକା କରୁଛି । ଫିଲ୍ମରେ ସାଉଥ ଇଣ୍ଡଷ୍ଟ୍ରିର ଦୁଇ ବଡ଼ ସୁପରଷ୍ଟାର ରାମଚରଣ ଏବଂ ଜୁନିଅର ଏନଟିଆର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଏବଂ ଦୁହେଁ ତାଙ୍କର ଜବରଦସ୍ତ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିନେଇଛନ୍ତି ଏବଂ ଫିଲ୍ମ ଟି ରୋଜଗାର କ୍ଷେତ୍ରରେ ମଧ୍ୟ ରେକର୍ଡ ସୃଷ୍ଟି କରିଛି । ରାଜାମୌଲି ଙ୍କ ଏହି ଫିଲ୍ମ ବର୍ତ୍ତମାନ ଯାଏଁ ୭୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିସାରିଲାଣି ।

ଫିଲ୍ମ ରେ ଜଣାଶୁଣା ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ ମଧ୍ୟ ମୁଖ୍ୟ ଭୂମିକାରେ ଦେଖା ଦେଇଛନ୍ତି । ତେବେ ରାମଚରଣ ଏବଂ ଜୁନିଅର ଏନଟିଆର ଙ୍କ ଯୋଡି ବହୁତ ପସନ୍ଦ କରାଯାଉଛି ।

ଯେମିତିକି ଫିଲ୍ମର କାହାଣୀ ଅନୁସାରେ ଦୁହିଁଙ୍କ ବନ୍ଧୁତା ଶ-ତ୍ରୁ-ତା ରେ ବଦଳିଯାଏ । ଏହା ପରେ ଯେତେବେଳେ ଦୁହିଁଙ୍କ ସତ୍ୟ ଜଣାପଡେ ତ ଫୁଣି ଏହି ଦୁଇ ଜଣ ବନ୍ଧୁ ବନିଯାନ୍ତି । ଏହା ତ କେବଳ ଫିଲ୍ମ କାହାଣୀର କଥା କୁହାଗଲା କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେଇଯିବେ କି,ଅସଲି ଜୀବନରେ ବି ଏହି ଦୁଇ ସୁପରଷ୍ଟାରଙ୍କ ପରିବାର ମଧ୍ୟରେ ମତଭେତ ମା-ମ-ଲା ଅଛି । ଆଜ୍ଞା ହଁ .. ଦୁହିଁଙ୍କ ପରିବାରର ପାଖା ପାଖି ୩୦ରୁ ୩୫ ବର୍ଷ ପୁରୁଣା ଶ-ତ୍ରୁ-ତା ରହିଛି । ଆସନ୍ତୁ ଜାଣିବା କି ଜୁନିଅର ଏନଟିଆର ଏବଂ ରାମଚରଣଙ୍କ ବିଷୟରେ ..

ଜୁନିଅର ଏନଟିଆରଙ୍କ ପରିବାର :-

କହିରଖୁଛୁ କି ଜୁନିଅର ଏନଟିଆର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥିବା ତଥା ପ୍ରସିଦ୍ଧ ଅଭିନେତା ଏନଟି ରାମା ରାଓଙ୍କ ନାତି ଅଟନ୍ତି । ୨୦ ମଇ ୧୯୮୩ ମସିହାରେ ତେଲୁଗୁର ଲୋକପ୍ରିୟ ଅଭିନେତା ନନ୍ଦମୂରି ହରେ କୃଷ୍ଣାଙ୍କ ଜନ୍ମି ଥିବା ଏନଟିଆର ଙ୍କ ନାଁ ତାଙ୍କ ଜେଜେ ରଖିଥିଲେ । ଜୁନିଅର ଏନଟିଆର ସାଉଥ ଇଣ୍ଡଷ୍ଟ୍ରିର ଅନେକ ସୁପରହିଟ୍ ଫିଲ୍ମ ରେ କାମ କରିସାରିଛନ୍ତି ଏବଂ ତାଙ୍କ ଫିଲ୍ମ କୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି

ରାମଚରଣ ତେଜାଙ୍କ ପରିବାର :-

ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ରାମଚରଣ ତେଜା ଫିଲ୍ମ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ରଖିଛନ୍ତି । ୨୭ମାର୍ଚ୍ଚ ୧୯୮୫ ରେ ଜନ୍ମଗ୍ରହଣ କରିଥିବା ରାମଚରଣ ତେଜା ହେଉଛନ୍ତି ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବଙ୍କ ପୁଅ । ଉଲ୍ଲେଖନୀୟ କି ଚିରଞ୍ଜୀବ ହେଉଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଏବଂ ସେ ତାଙ୍କ ନିଜ କ୍ୟାରିଅର୍ ରେ ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି । ତେବେ ରାମଚରଣ ତେଜା ମଧ୍ୟ ତାଙ୍କ ବାପାଙ୍କ ପରି ଫିଲ୍ମ ଦୁନିଆରେ ନାମ ଅର୍ଜନ କରିଛନ୍ତି

ଜୁନିଅର ଏନଟିଆର ନିଜେ ଖୁଲାସା କଲେ ସତ :-

ଫିଲ୍ମ ‘ଆରଆରଆର’ ର ପ୍ରମୋସନ ସମୟରେ ଅଭିନେତା ନିଜେ ଜୁନିଅର ଏନଟିଆର ଏହି କଥାର ଖୁଲାସା କଲେ କି, ରାମଚରଣ ଏବଂ ତାଙ୍କ ପରିବାର ମଧ୍ୟ ପାଖାପାଖି ୩୫ବର୍ଷ ପୁରୁଣା ଶ-ତ୍ରୁ-ତା ରହିଛି । ଏହି ବିଷୟରେ କହି ଜୁନିଅର ଏନଟିଆର କହିଲେ କି,”ଦୁଇ ଅଭିନେତା ଯିଏ କି ଅଲଗା ଅଲଗା ବ୍ୟାକଗ୍ରାଉଣ୍ଡ ରୁ ଆସନ୍ତି,ମୁଁ ଜାଣିନି କି ଏହା ମୋତେ କହିବା କଥା କି ନୁହେଁ,କିନ୍ତୁ ଆମ ଦୁଇଙ୍କ ପରିବାରର ପ୍ରାୟ ୩୦-୩୫ବର୍ଷ ପୁରୁଣା ଶ-ତ୍ରୁ-ତା ରହିଛି । ଏବଂ ଆଜି ଆମେ ଦୁହେଁ ସାଥିରେ ଏହି ଫିଲ୍ମ କରିଛୁ । ‘ଆରଆରଆର’ ପରେ ପୁରା ପରିସ୍ଥିତି ବଦଳିଯାଇଛି । ବର୍ତ୍ତମାନ ମୁଁ ଆଉ ରାମ ଚରଣ ବହୁତ ବଢିଆ ବନ୍ଧୁ ଅଟୁ ।

ରାମଚରଣକୁ ନିଜ ଭାଇ ଭାବନ୍ତି ଏନଟିଆର ;-

କହିରଖୁଛୁ କି ଜୁନିଅର ଏନଟିଆର ରାମଚରଣ ଙ୍କୁ ନିଜ ଭାଇ ଭାବନ୍ତି ଏବଂ ସେ ପୂର୍ବ ଦିନ ହିଁ ରାମଚରଣଙ୍କ ସହ ତାଙ୍କ ଫୋଟୋ ସେୟାର କରି କ୍ୟାପ୍ସନ ରେ ଲେଖିଲେ କି,”ଚରଣ ମୋ ଭାଇ,ମୁଁ ‘ଆରଆରଆର’ ରେ ତୁମ ବିନା ଅଭିନୟ କରିବା କଥା ଭାବିବି ପାରିନଥାନ୍ତି । କେହି ବି ଅଲ୍ଲୁରି ସୀତାରାମ ରାଜୁ ର ଭୂମିକା ସହ ନ୍ୟା-ୟ କରିପାରିବ ନାହିଁ । କେବଳ ‘ଆରଆରଆର’ ନୁହେଁ, ଭୀମ ବି ତୁମ ବିନା ଅଧୁରା .. ଧନ୍ୟବାଦ।”

ଯଦି ଆରଆରଆର ଫିଲ୍ମର ରୋଜଗାର ବିଷୟରେ କହିବା ତେବେ ଫିଲ୍ମ ତାର ପ୍ରଥମ ଦିନରୁ ହିଁ ବକ୍ସ ଅଫିସ ରେ ଧମାକା କରୁଛି । ଫିଲ୍ମ କେବଳ ଭାରତରେ ହିଁ ୧୫୬ କୋଟି ରୋଜଗାର କରିଛି,ଏମିତିରେ ଏହାର ସାରାବିଶ୍ୱର ରୋଜଗାର ପ୍ରାୟ ୭୦୦କୋଟି ପର୍ଯ୍ୟନ୍ତ ପହଂଚି ଯାଇଛି । ବର୍ତ୍ତମାନ ଆସୁଥିବା ଦିନରେ ଏହା ଆହୁରି ମଧ୍ୟ ନୂଆ ରେ-କ-ର୍ଡ ନିଜ ନାଁ ରେ କରିପାରେ ।

Leave a Reply

Your email address will not be published. Required fields are marked *