ଏପ୍ରିଲରେ ହେବ ଆଲିଆ – ରଣବୀରଙ୍କ ବିବାହ ! ପିଉସୀ ରୀମା ଜୈନ କହିଲେ ସବୁ ସତ ।

ବଲିଉଡରେ ଆଜିକାଲି ବିବାହ ପ୍ରକ୍ରିୟା ଜାରି ରହିଛି । ଗତ କିଛି ମାସ ଭିତରେ ଅନେକ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଗଲେଣି । କିନ୍ତୁ ଲୋକମାନଙ୍କୁ ଯଦି କାହାର ବିବାହର ଅପେକ୍ଷା ଅଛି ତେବେ ତାହା ହେଉଛି ରଣବୀର କପୁର ଏବଂ ଆଲିଆ ଭଟ୍ଟ । ଗତ କିଛି ସମୟରୁ ଦୁହେଁ ତାଙ୍କ ବିବାହ ଖବରକୁ ନେଇ ହେଡଲାଇନ ରେ ବନି ରହିଛନ୍ତି । ଦାବି କରାଯାଉଛି କି ଦୁହେଁ ବହୁତ ଶୀଘ୍ର ବିବାହ କରିବେ ।

ରଣବୀରଙ୍କ ପିଉସୀ କହିଲେ ସତ :-

ଗତ କିଛି ଦିନରୁ ଏହି ଖବର ସାମ୍ନାକୁ ଆସୁଛି କି ବଲିଉଡର ଏହି ଲଭ ବାର୍ଡ ଅପ୍ରେଲ୍ ରେ ବିବାହ କରିବେ । ଯଦିଓ ଏବେ ଯାଏଁ ଆଲିଆ ଏବଂ ରଣବୀରଙ୍କ ବିବାହ ନିଶ୍ଚିନ୍ତ ହୋଇନାହିଁ ।କିନ୍ତୁ ଏହି ସମୟ ଭିତରେ ବର୍ତ୍ତମାନ ଏହି ଦମ୍ପତିଙ୍କ ବିବାହର ଖବର ଉପରେ ରଣବୀରଙ୍କ ପିଉସୀ ରୀମା ଜୈନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଅପ୍ରେଲ ରେ ବିବାହକୁ ନେଇ କଲେ ଖୁଲାସା :-

ନିକଟଅତୀତରେ ରୀମା ଜୈନ ଏକ ମିଡ଼ିଆ ସମୂହ ସହ କଥାବାର୍ତ୍ତା ସମୟରେ ଅପ୍ରେଲ ରେ ହେଉଥିବା ରଣବୀର ଏବଂ ଆଲିଆ ଭଟ୍ଟଙ୍କ ବିବାହ ଉପରେ ବଡ଼ ଖୁଲାସା କରିଛନ୍ତି । ରୀମା ଜୈନ କହିଛନ୍ତି,’ମୋତେ ଏହି ବିଷୟରେ କିଛି ଜଣାନାହିଁ । ଦୁହେଁ ବିବାହ କରିବେ କିନ୍ତୁ କେବେ ଜାଣିନାହିଁ । ଯେତେବେଳେ ଦୁହେଁ ବିବାହ କରିବାର ନିଷ୍ପତ୍ତି ନେବେ,ସେତେବେଳେ ସମସ୍ତଙ୍କୁ ଜଣାପଡିଯିବ।

କେବଳ ଏତିକି ନୁହେଁ ରୀମା ଜୈନ ଏହା ମଧ୍ୟ ଖୁଲାସା କରିଛନ୍ତି କି,’ବର୍ତ୍ତମାନ ବିବାହକୁ ନେଇ ସେମିତି କିଛି ନାହିଁ । ଆମେ ମାନେ କୌଣସି ପ୍ରସ୍ତୁତି କରିନାହୁଁ,ତେବେ ବିବାହ କେମିତି ଏତେ ଶୀଘ୍ର ହେବ । ଯଦି ଏସବୁ କଥା ସତ ଏବଂ ଏହା ଶୁଣି ମୁଁ ନିଜେ ଆଶ୍ଚର୍ଯ୍ୟ ଅଛି । ବିବାହ ହେବ କିନ୍ତୁ ମୁଁ ଜାଣିନି କେବେ ‘

କହିରଖୁଛୁ କି ୨୭ମାର୍ଚ୍ଚ କୁ ପ୍ରସିଦ୍ଧ ବ୍ରାଇଡଲ୍ ଡ୍ରେସ୍ ଡିଜାଇନର୍ ବିନା କନ୍ନନ ତାଙ୍କ ଇଷ୍ଟାଗ୍ରାମ୍ ଆକାଉଣ୍ଟରେ ରଣବୀର ଏବଂ ଆଲିଆଙ୍କ ସାଥିରେ ଏକ ଫୋଟୋ ପୋଷ୍ଟ କରିଥିଲେ । ଫୋଟୋ ରେ ଆଲିଆ କ୍ରିମ୍ ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି,ତେବେ ରଣବୀର ନୀଳ ରଙ୍ଗର ଶାର୍ଟ ପିନ୍ଧିଥିଲେ । ଦମ୍ପତିଙ୍କୁ ଡିଜାଇନର୍ ଙ୍କ ସହ ପୋଜ ଦେଉଥିବାର ଦେଖାଯାଇଥିଲା । ଯଦିଓ ପୋଷ୍ଟ ନେଟିଜେନ୍ସ ଙ୍କ କମେଣ୍ଟରେ ଭରା ଥିଲା,କିନ୍ତୁ ସେ ପଚାରିଥିଲେ କି,କଣ ସେମାନେ ବିବାହ କରୁଛନ୍ତି । ଯେଉଁଠି ଜଣେ ୟୁଜର ଲେଖିଥିଲେ,’କଣ ଏହା ହେଉଛି ବିବାହର ସେନ୍ସ,ସେଇଠି ଆଉ ଜଣେ କମେଣ୍ଟ କଲେ କି,’ଯେମିତି ବିବାହର ସେହେନାଇ ବାଜିବାକୁ ଯାଉଛି ।’

ଆଲିଆ – ରଣବୀର କଲେ କାଶୀ ବିଶ୍ଵନାଥଙ୍କ ଦର୍ଶନ :-

ସୂଚନାଯୋଗ୍ୟ ଯେ ରଣବୀର ଏବଂ ଆଲିଆ ଖୁବ୍ ଶୀଘ୍ର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ନିକଟରେ ଏହି ଚଳଚ୍ଚିତ୍ରର ପ୍ରଥମ ଭାଗର ସୁଟିଂ ଶେଷ ହୋଇଛି । ବନାରସର ଘାଟରେ ସୁଟିଂ ହୋଇଥିବା ବ୍ରହ୍ମାସ୍ତ୍ରର ଚଳଚ୍ଚିତ୍ର ରାପର ଭିଡିଓ ସେୟାର କରି ଆଲିଆ ଭଟ୍ଟ ଏହି ଖୁସି ଖବର ଦେଇଛନ୍ତି।

ସେ ଲେଖିଛନ୍ତି- ‘ଆମେ ୨୦୧୮ ରେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲୁ । ଆଉ ବର୍ତ୍ତମାନ… ଶେଷରେ… ବ୍ରହ୍ମାସ୍ତ୍ର (ଭାଗ -୧) ସଂପୂର୍ଣ୍ଣ ହୋଇଯାଇଛି !! ମୁଁ ଏହି କଥା କହିବାକୁ କେତେ ଦିନରୁ ଅପେକ୍ଷା କରିଥିଲି ? It’s a WRAP !!! ୯ସେପ୍ଟେମ୍ବର ୨୦୨୨ରେ ପ୍ରେକ୍ଷାଳୟରେ ଆପଣଙ୍କୁ ଭେଟିବା । ‘

ଫିଲ୍ମର ସୁଟିଂ ଶେଷ ହେବା ପରେ ଆଲିଆ ଏବଂ ରଣବୀର କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରିଥିଲେ । ବାରାଣାସୀର ଗଙ୍ଗା ଘାଟରେ ସୁଟିଂ ଶେଷ କରିବା ପରେ ସେ ମନ୍ଦିରରେ ଭଗବାନଙ୍କ ଆଶୀର୍ବାଦ ନେଇଥିଲେ । ଉଭୟଙ୍କ କିଛି ଚିତ୍ର ପୂର୍ବରୁ ମଧ୍ୟ ବାହାରକୁ ଆସିଛି, ଯାହାକୁ ଦେଖି ଲୋକମାନେ ମନ୍ତବ୍ୟ ଦେଉଛନ୍ତି, ଆଲିଆ ଏବଂ ରଣବୀର ଗୁପ୍ତରେ ବିବାହ କରିଛନ୍ତି ବୋଲି ଲୋକମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *