ଏହି ପୋକ ଯିଏକି ଗୋଟିଏ ବ୍ୟକ୍ତିକୁ ରାତାରାତି କରିଦେବ କୋଟିପତି, ଆପଣ ମଧ୍ୟ ଜାଣନ୍ତୁ କିପରି !

ଅନେକ ଲୋକ ଘରେ ଗୃହପାଳିତ ପଶୁ ରଖିବାକୁ ଭଲ ପାଆନ୍ତି। କୁକୁର କିମ୍ବା ବିଲେଇ ବ୍ୟତୀତ, ଏପରି କିଛି ପ୍ରାଣୀ ଅଛନ୍ତି ଯାହାକୁ ଲୋକମାନେ ପାଳିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଇ କିଣନ୍ତି। ଆପଣ ହୁଏତ ଏହାକୁ ବିଶ୍ୱାସ କରିପାରିବେ ନାହିଁ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ। ବାସ୍ତବରେ ଆମେ ଯେଉଁ ପୋକ ବିଷୟରେ କହୁଛୁ ତାହା ଲକ୍ଷ ଲକ୍ଷ ନୁହେଁ ବରଂ କୋଟିରେ ଏହାର ମୂଲ୍ୟ ଅଟେ। ଯଦି ଆପଣ ଏହି ପୋକକୁ ପାଆନ୍ତି, ତେବେ ଆପଣ କୌଣସି ପରିଶ୍ରମ ନକରି କୋଟିପତି ହୋଇପାରିବେ।

ବିଳାସପୂର୍ଣ୍ଣ କାର ଏବଂ ପେଣ୍ଟହାଉସ୍ ଠାରୁ ଅଧିକ ମୂଲ୍ୟ।

ରି-ପୋ-ର୍ଟ ଅନୁଯାୟୀ, ଏହି ପୋକର ମୂଲ୍ୟ ଏକ ମହଙ୍ଗା କାର କିମ୍ବା ମହଙ୍ଗା ଫ୍ଲାଟଠାରୁ ଅଧିକ। ଷ୍ଟାଗ୍ ବିଟଲ୍ (Stag Beetal) ହେଉଛି ଦୁନିଆର ବିରଳ କୀଟ ତଥା ପୋକ, ଯାହାର ଆକାର ମାତ୍ର 2 ରୁ 3 ଇଞ୍ଚ ଅଟେ। ଷ୍ଟାଗ୍ ବିଟଲ୍ ପୃଥିବୀର ସବୁଠାରୁ ଛୋଟ, ଅ-ଦ୍ଭୁ-ତ ଏବଂ ବିରଳ ପ୍ରଜାତି ମଧ୍ୟରୁ ଗୋଟିଏ।

ଏହାର ବିଶେଷତା ଖୁବ୍ କମ୍ ଲୋକ ଜାଣନ୍ତି।

ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଏପରି ଅଜବ ପୋକକୁ ରଖନ୍ତି, କିନ୍ତୁ ଯେତେବେଳେ ପୋକ ତଥା କୀଟର ମୂଲ୍ୟ କୋଟି କୋଟି ଟଙ୍କାରେ ଗଣାହୁଏ ସେତେବେଳେ ଲୋକଙ୍କ ହୋସ ଉଡିଯାଏ। ଷ୍ଟାଗ୍ ବିଟଲ ମଧ୍ୟ ଏପରି ପୋକ ଯାହାକୁ ଲୋକମାନେ ପ୍ରବଳ ଟଙ୍କା ଦେଇ ନିଜ ପାଖରେ ରଖନ୍ତି, ଏହା ପୃଥିବୀରେ ମିଳୁଥିବା ସବୁଠୁ ମୂଲ୍ୟବାନ ପୋକ, ଯାହା ପ୍ରାୟ ସାଢ଼େଆଠ ସେଣ୍ଟିମିଟର ପର୍ଯ୍ୟନ୍ତ ବଢ଼ିପାରେ। ଲୋକମାନେ ଏହାକୁ କିଣିବା ପାଇଁ ଏକ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ। ଏହି କୀଟରୁ ଅନେକ ପ୍ରକାରର ଔଷଧ ତିଆରି କରାଯାଏ।

ଅଧିକାଂଶ ଷ୍ଟାଗ୍ ବିଟଲ ବୟସ୍କ ଭାବରେ ବଢିବାପରେ କିଛି ସପ୍ତାହ ପାଇଁ ବଞ୍ଚନ୍ତି, ଅନେକ ଶୀତଦିନେ ମ-ରିଯା-ଆନ୍ତି। ଅନେକ ଷ୍ଟାଗ ବିଟଲ ଗରମ ସ୍ଥାନରେ ରହି ଅଧିକ ଦିନ ଧରି ବଞ୍ଚିରହିଥାନ୍ତି ଯେପରିକି ଖାଦର ଢେର। ଏହି ପୋକମାନଙ୍କର ବହୁତ ଲମ୍ବା ଜୀବନ ଚକ୍ର ରହିଥାଏ ଯାହା ଅଣ୍ଡାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସାତ ବର୍ଷ ଯାଏଁ ହୋଇଥାଏ।

Leave a Reply

Your email address will not be published. Required fields are marked *