ପୁଣି ଦ୍ରୁତଗତିରେ ବଢିଚାଲିଲା କରୋନା ସଂକ୍ରମଣ,ଭାରତରେ ଲାଗୁ ହେଲା ହାଇ ଆଲର୍ଟ…

ବର୍ତ୍ତମାନ ସାରା ବିଶ୍ଵରେ ପୁଣିଥରେ ସଂକ୍ରମଣ ଲମ୍ବା ଲମ୍ଫ ମାରିଛି। ଦୈନିକ ସଂକ୍ରମଣ ଉପର ମୁହାଁ ହୋଇଛି ମାର୍ଚ୍ଚ ୭ ରୁ ୧୩ ଭିତରେ ଶେଷ ହୋଇଥିବା ସପ୍ତାହରେ ସଂକ୍ରମଣ ୮ ପ୍ରତିଶତ ବଢିଛି। ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହେବା ପରେ ଭାରତରେ ହାଇ ଆଲର୍ଟ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁକ ମାଣ୍ଡଭ୍ୟଙ୍କ ଅଧକ୍ଷତାରେ ଏକ ବୈଠକ ବସିଛି । କରୋନା ସ୍ଥିତି ଉପରେ ନଜର ରଖିବା ସହ ଟୀକାକରଣ ଉପରେ ଅଧିକ ଗୁରୁତ୍ଵ ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏୟାରପୋର୍ଟରେ ଟେଷ୍ଟିଙ୍ଗ ଉପରେ ଗୁରୁତ୍ଵ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ସଚିବ, ସରକାରଙ୍କ ମୁଖ୍ୟ ସାଇଣ୍ଟିଫିକ ପରାମର୍ଶ ଦାତା, ନୀତି ଆୟୋଗ ସଦସ୍ୟ ଭିକେ ପାଲ, ଆଇସି ଏମଆର ସାଧାରଣ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିଛନ୍ତି।

ଭିନ୍ନ ଭିନ୍ନ ଦେଶରେ କରୋନା ସଂକ୍ରମଣ ବଢୁଥିବା କାରଣରୁ ଏହାକୁ ଚତୁର୍ଥ ୱେବ ନେଇ ଫ୍ରାକ ସଂକେତ ବୋଲି ବିଶେଷଜ୍ଞ କହିଛନ୍ତି। ହେଲେ ଆଶ୍ବସ୍ତିକର କଥା ହେଲାକି ଯେଉଁ ଦେଶରେ ଏହି ଭାଇରସର ସଂକ୍ରମଣ ବଢୁଛି ତାହା ଅଧିକ କ୍ଷତିକାରକ ନୁହେଁ। ବୈଜ୍ଞାନିକମାନେ ମଧ୍ୟ ଏହାକୁ ନେଇ ଅନୁକରଣ କରୁଛନ୍ତି। ଆମେ ତୃତୀୟ ଲହରରେ ମଧ୍ୟ ଦେଖିଥିଲୁ ସଂକ୍ରମଣରେ ଅଧିକ ରୋଗୀ ଆକ୍ରାନ୍ତ ହୋଇଥିଲେ ହେଲେ ମୃ-ତ୍ୟୁ ସଂଖ୍ୟା କମ ଥିଲା।

ତେବେ ବନ୍ଧୁଗଣ ଆଗାମୀ ସମୟରେ ଯଦି ସ୍ଥିତି ବିଗିଡି ତା ପ୍ରତି ଆମକୁ ସତର୍କ ରହିବା ଉଚିତ। କରୋନା ସହିତ ଜଡିତ ସମସ୍ତ ଗାଇଡଲାଇନର ପାଳନ କରିବା ଉଚିତ। ଦୀର୍ଘ ଦୁଇ ତିନି ବର୍ଷ ହେବ ଏହି ଭାଇରସ ସାରା ବିଶ୍ଵକୁ ଆଚମ୍ବିତ କରିଛି। ଏହାର ପ୍ରଥମ ଲହର ଦେଶରେ ଅନେକ କ୍ଷୟ କ୍ଷତି ଘଟାଇଥିଲା। ଅନେକ ଲୋକ ନିଜର ଜୀବନ ଓ ଜୀବିକା ହରାଇବସିଥିଲେ।

କେବଳ ଏତିକି ନୁହେଁ କରୋନା ସଂକ୍ରମଣ ବଢିବା ମାତ୍ରେ ସରକାରଙ୍କ ତରଫରୁ ଲକଡାଉନ କରାଯାଉଛି। ଯାହାଫଳରେ ଲୋକମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଯାଉଛନ୍ତି। ଏହା ସହ ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁତ ଖରାପ ପ୍ରଭାବ ପଡୁଅଛି। ପିଲାମାନେ ସ୍କୁଲ କଲେଜ ଯାଇ ପାରୁନାହାନ୍ତି କେବଳ ଅନଲାଇନରେ କ୍ଳାସ କରି ପାସ ହେଉଛନ୍ତି।

Leave a Reply

Your email address will not be published. Required fields are marked *