ପୁଣି ସିଂଗିଙ୍ଗରେ ମ୍ୟାଜିକ ଦେଖାଇଲେ Viral Boy Santanu | ତାଙ୍କ ପ୍ରେମରେ ପଡିଗଲେ ସମସ୍ତେ

ଭାଇରାଲ ବୟ ଶାନ୍ତନୁ ବର୍ତ୍ତମାନ ଓଡିଶାର ଘରେ ଘରେ ବହୁତ ଚର୍ଚ୍ଚିତ। ତାଙ୍କର ଗୀତକୁ ଶୁଣିବାbପାଇଁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ସେଥିପାଇଁ ମୋବାଇଲ ରୁ ମୋବାଇଲକୁ ଶାନ୍ତନୁଙ୍କର ଗୀତ ଘୁରି ବୁଲୁଛି। ଗୀତ ବୋଲିବା ସାଙ୍ଗକୁ ଶାନ୍ତନୁଙ୍କ ନିଖୁଣ ଅଭିନୟ ସମସ୍ତଙ୍କୁ ବର୍ତ୍ତମାନ କିମିଆ କରୁଛି। ତାଙ୍କର ଏହି ଖନେଇ ଖନେଇ ମଜା ମଜା କଥା ସାଙ୍ଗକୁ ଗୀତ ଗାଇବାର ନିଖୁଣ ପ୍ରତିଭା ସମସ୍ତଙ୍କର ମନକୁ ଜିଣି ନେଇଛୁ। ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ଗୀତ ରିୟାଲିଟି ଶୋ ‘ଓଡିଶାର ନୂଆ ସ୍ଵର- ଜୁନିୟର’ ରେ ଶାନ୍ତନୁଙ୍କର କମାଲ ଦେଖିବା ପାଇଁ ମିଳୁଛି।

ତାଙ୍କର ଗୀତ ଓଡିଶାର ଘରେ ଘରେ ତଥା ସମସ୍ତ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି। ଏଥିପାଇଁ ଅନେକ ଗୀତିକାର ଓ ପ୍ରଯୋଜକ ମାନଙ୍କ ତରଫରୁ ତାଙ୍କ ପାଇଁ ଗୀତ ଗାଇବା ପାଇଁ ଅଫର୍ ମଧ୍ୟ ଆସୁଛି। ଏପରିକି ଶାନ୍ତନୁଙ୍କୁ ସାକ୍ଷାତକାର ନେବା ପାଇଁ ଅନେକ ବଡ ବଡ ଟିଭି ଚ୍ଯାନେଲରେ ତାଙ୍କ ସହିତ ସମ୍ପର୍କ କରୁଛନ୍ତି। ଶାନ୍ତନୁ ଯେତେବେଳେ ମଧ୍ୟ ଷ୍ଟେଜରେ ଗୀତ ଗାଆନ୍ତି ଜଜଙ୍କ ସମେତ ସମସ୍ତଙ୍କର ବହୁତ ମନୋରଞ୍ଜନ ମଧ୍ୟ କରାନ୍ତି। ବର୍ତ୍ତମାନ ଆଉ ଥରେ ଶାନ୍ତନୁଙ୍କର ଓଡିଆ ଗୀତ ଭାଇରାଲ ହେଉଅଛି।

“ଚିରି ଦେବା ଆଗରୁ ଚିଠି ଥରେ ପଢି ଦେଖନ୍ତୁ” ଗୀତଟି ଓଡିଶାର ଏକ ବହୁତ ଲୋକପ୍ରିୟ ଗୀତ ଅଟେ। ଗୀତଟି ରିଲିଜ ହେବାର ପ୍ରାୟ ତିନି ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଆଜି ମଧ୍ୟ ସବୁ ଓଡିଆମାନଙ୍କ ମନରେ ଗୀତଟି ବହୁତ ତାଜା ରହିଛି। ଏହି ସୁନ୍ଦର ଗୀତକୁ ମଞ୍ଚ ଉପରେ ବେଶ ଭଲ ଭାବରେ ଶାନ୍ତନୁ ପ୍ରଦର୍ଶନ କରିଥିଲେ।

ଗୀତ ଗାଇବା ସମୟରେ ଶାନ୍ତନୁ ସବୁବେଳେ ବହୁତ ହସି ହସି ଅଭିନୟ କରନ୍ତି ଓ ନାଚୁ ଥାଆନ୍ତି ମଧ୍ୟ। କିନ୍ତୁ ଏହି ଗୀତକୁ ଗାଇବା ସମୟରେ ଶାନ୍ତନୁଙ୍କୁ ଟିକେ ଦୁଃଖିତ ଥିବାର ଦେଖିବାକୁ ମିଳିଥିଲା। ତେବେ ସେ ଗୀତ ଗାଇ ସାରିବା ପରେ ତାଙ୍କୁ ପଚରା ଯିବାରୁ ସେ କହିଥିଲେକି ଗୀତ ଯେଉଁ ପ୍ରକାର ହୋଇଥାଏ ସେ ସେପ୍ରକାର ଅଭିନୟ କରିଥାନ୍ତି। ଆଉ ଏହି ଗୀତଟି ଟିକେ ଇମୋସନାଲ ହୋଇଥିବା କାରଣରୁ ସେହି ଅନୁସାରେ ସେ ମଧ୍ୟ ଟିକେ ସେମିତି ଅଭିନୟ କରୁଥିଲେ। ଏହା ଶୁଣି ଜଜ ଓ ଦର୍ଶକ ସମସ୍ତେ ହସିଥିଲେ।

ସମସ୍ତେ ତାଙ୍କର ଗୀତକୁ ପ୍ରଶଂସା କରିବା ସହିତ ଢେର ସାରା କଥା ମଧ୍ୟ ହୋଇଥିଲେ। ଶାନ୍ତନୁଙ୍କର ନିର୍ବାକ ଉତ୍ତର ଦେବାର ଢଙ୍ଗ ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥାଏ। ଆପଣଙ୍କୁ ଶାନ୍ତନୁଙ୍କ ଏହି ଗୀତ କେମିତି ଲାଗିଲା ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ।

Leave a Reply

Your email address will not be published. Required fields are marked *