୨୯ ବର୍ଷ ପରେ ବି ବିଲକୁଲ ବଦଳି ନାହାନ୍ତି ସଲମାନ ଖାନଙ୍କର ଏହି ହିରୋଇନ,ଏବେକାର ଫୋଟୋ ଦେଖି ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ !

ବଲିଉଡ ଇଣ୍ଡଷ୍ଟ୍ରି ଚମତ୍କାରରେ ଭରା ଏମିତି ଏକ ଦୁନିଆ ଯେଉଁଥିରେ କିଛି ତାରକା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାନ୍ତି ତ ଆଉ କିଛି ତାରକା କିଛି ସଂଖ୍ୟକ ଚଳଚ୍ଚିତ୍ରରେ କାମ କରିବା ପରେ କୁଆଡେ ହଜିଯାଆନ୍ତି । ଏଥିମଧ୍ୟରୁ ଜଣେ ହେଉଛନ୍ତି ସୁପରଷ୍ଟାର ସଲମାନ ଖାନଙ୍କ ସହ କାମ କରିଥିବା ପ୍ରସିଦ୍ଧ ଅଭିନେତ୍ରୀ ଶିବା । ୯୦ ଦଶକରେ ଶିବା ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ କିନ୍ତୁ ଆଜି ସେ ଚଳଚ୍ଚିତ୍ର ଜଗତଠାରୁ ବହୁତ ଦୂରରେ ଅଛନ୍ତି ।

ଏହି ନିକଟରେ ହିଁ ଶିବାଙ୍କର କିଛି ଫୋଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏତେ ବର୍ଷ ପରେ ମଧ୍ୟ ଶିବାଙ୍କ ସୌନ୍ଦର୍ଯ୍ୟ ଦେଖିବା ଯୋଗ୍ୟ | ତାଙ୍କର ଫୋଟୋ ଦେଖିବା ପରେ ପ୍ରଶଂସକମାନେ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି । ଆସନ୍ତୁ ଶିବାଙ୍କର ଲାଟେଷ୍ଟ ଫୋଟୋ ଦେଖିବା ..

କହିରଖୁଛୁ ଯେ ୯୦ ଦଶକରେ ଶିବା ତାମିଲ ଚଳଚ୍ଚିତ୍ରରୁ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ସେ ବଲିଉଡରେ ପାଦ ଦେଇଥିଲେ । ଶିବା ପ୍ରଥମେ ୧୯୯୧ ମସିହାରେ ଚଳଚ୍ଚିତ୍ର “ୟେ ଆଗ କବ ବୁଝେଗି” ସହିତ ବଲିଉଡରେ ଡେବ୍ୟୁ କରିଥିଲେ । କିନ୍ତୁ ତାଙ୍କର ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା ।

ଏହା ପରେ ସେ ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ରେ କାମ କରିଥିଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଶିବାଙ୍କୁ ଅନେକ ସଫଳତା ମିଳିଥିଲା ​​ଏଥିସହିତ ତାଙ୍କୁ ସଲମାନ ଖାନଙ୍କ ସାଥିରେ ବହୁତ ପସନ୍ଦ କରାଯାଇଥିଲା । ଏହି ଚଳଚ୍ଚିତ୍ରରେ ସଲମାନ ଖାନ ଏବଂ ଶିବା ସ୍ୱାମୀ-ସ୍ତ୍ରୀ ଭୂମିକାରେ ନଜର ଆସିଥିଲେ ।

ତାମିଲ ଏବଂ ବଲିଉଡ ଦୁନିଆରେ ନିଜର ନାମ ଅର୍ଜନ କରିବା ପରେ ଶିବା ପଞ୍ଜାବୀ ଚଳଚ୍ଚିତ୍ର ଆଡକୁ ମୁହାଁଇ ଥିଲେ | ଆଉ ସେଠାରେ ମଧ୍ୟ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏହା ପରେ ଶିବା ଟିଭି ଦୁନିଆରେ ନିଜର ପାଦ ଥାପିବାକୁ ଚେଷ୍ଟା କରିବାକୁ ଲାଗିଲେ। କହିରଖୁଛୁ ଯେ ତାଙ୍କୁ ‘କରିସ୍ମା ଦି ମିରାକଲ ଅଫ୍ ଡେଷ୍ଟିନୀ’ ଭଳି ଟିଭି ଶୋ’ରେ ଦେଖିବାକୁ ମିଳିଥିଲା ​​। ଏହା ବ୍ୟତୀତ ସେ ଟିଭି ସିରିଏଲ ‘ହାସିଲ’ରେ ମଧ୍ୟ କାମ କରିଥିଲେ । ଦୁଇ ସିରିଏଲ ଜରିଆରେ ତାଙ୍କୁ ସଫଳତା ହାସଲ ହୋଇଥିଲା ।

ଗତ ଦିନମାନଙ୍କରେ ହେଇଥିବା ଏକ ସାକ୍ଷାତକାର ସମୟରେ ଶିବା ଟିଭି ଇଣ୍ଡଷ୍ଟ୍ରି ବିଷୟରେ କଥାବାର୍ତ୍ତା କରି କହିଥିଲେ ଯେ, “ଗତ କିଛି ବର୍ଷ ମଧ୍ୟରେ ଟେଲିଭିଜନରେ ଅନେକ ପରିବର୍ତ୍ତନ ଆସିଛି । ମୁଁ ଆଜିର ସମୟରେ ଟିଭିରେ ଏଶ୍ୱର୍ଯ୍ୟାଙ୍କୁ ପସନ୍ଦ କରେ । ମୁଁ ଏପରି ଜଣେ ମଣିଷ ଯିଏ ପ୍ରତିଦିନ ନୂଆ ଜିନିଷ ସବୁ ଚେଷ୍ଠା କରିବାକୁ ଏବଂ ନୂଆ ସ୍ଥାନକୁ ଯିବାକୁ ପସନ୍ଦ କରେ । ମତେ କିଛି ନୂଆ ସୋ ପସନ୍ଦ ଅଟେ । “

ଏହା ବ୍ୟତୀତ ଶିବା ଫିଲ୍ମ ‘ସୂର୍ଯ୍ୟବଂଶୀ’ ବିଷୟରେ କହିଥିଲେ ଯେ “ଏହା ମୋ କ୍ୟାରିୟରର ସବୁଠାରୁ ବଡ ହାଇ-ଲାଇଟିସ୍ ମଧ୍ୟରୁ ଅନ୍ୟତମ ଅଟେ । ସଲମାନ ଜଣେ ବହୁତ ଭଲ ଆଉ ଅତି ଚମତ୍କାର କୋ-ଷ୍ଟାର ଥିଲେ, ଯେଉଁ ପ୍ରକାରରେ ସେ ତାଙ୍କ କ୍ୟାରିଅରକୁ ଆଗକୁ ବଢ଼େଇଛନ୍ତି ତାକୁ ଦେଖି ମୁଁ ବହୁତ ଖୁସି ଅଛି ।ମୋ ପାଖରେ ଏହି ଫିଲ୍ମର ଅନେକ ସ୍ମୃତି ଅଛି। ”

କହିରଖୁଛୁ କି ଶିବା ଅଭିନେତା ଆଉ ନିର୍ଦ୍ଦେଶକ ଆକାଶଦୀପଙ୍କୁ ବିବାହ କରିଛନ୍ତି | ସେ ଦୁଇ ସନ୍ତାନର ମା ମଧ୍ୟ ଆଉ ଏବେ ସେ ନିଜ ପରିବାରରେ ବ୍ୟସ୍ତ ଅଛନ୍ତି । ଯଦିଓ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଏବଂ ଅନେକ ସମୟରେ ନିଜର ସୁନ୍ଦର ଚିତ୍ର ସେୟାର କରନ୍ତି ।

ବର୍ତ୍ତମାନ ସମୟରେ ସିନା ଶିବା ଚଳଚ୍ଚିତ୍ର ଜଗତରୁ ଦୂରରେ ଅଛନ୍ତି କିନ୍ତୁ ତାଙ୍କର ସୌନ୍ଦର୍ଯ୍ୟ ଆଜି ବି ଅକ୍ଷୁର୍ଣ୍ଣ ରହିଛି । ଆଜି ବି ସେ ନିଜ ସୌନ୍ଦର୍ଯ୍ୟ ସହିତ ନୂଆ ଅଭିନେତ୍ରୀମାନଙ୍କ ସହିତ ଟକ୍କର ଦିଅନ୍ତି । ଯଦି ଆପଣ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ଦେଖନ୍ତି, ତେବେ ଆପଣ ଦେଖିବେ ଯେ ତାଙ୍କ ଆକାଉଣ୍ଟ୍ ସୁନ୍ଦର ସୁନ୍ଦର ଫୋଟୋଗୁଡିକରେ ପରିପୂର୍ଣ୍ଣ ରହିଛି । ସେ ନିଜ ପରିବାର ସହିତ ମଧ୍ୟ ଫୋଟୋ ସେୟାର କରନ୍ତି ।

Leave a Reply

Your email address will not be published. Required fields are marked *