ଏହି ଫୋଟରେ କେଉଁଠି ଲୁଚି ରହିଛି ଚିତାବାଘ ? ୯୦ ପ୍ରତିଶତ ଉତ୍ତର ଦେବାରେ ବିଫଳ

ସୋସିଆଲ ମିଡ଼ିଆ ଏମିତି ଏକ ସ୍ଥାନ ଅଟେ ଯେଉଁଠି ବର୍ତ୍ତମାନ ସମୟରେ କିଛି ନା କିଛି ଜିନିଷ ଭାଇରାଲ ହେଉଥିବାର ଆମକୁ ଦେଖିବାକୁ ମିଳେ। ସୋସିଆଲ ମିଡିଆରେ କେବେ କିଛି ଫୋଟ ଭାଇରାଲ ହୁଏ ତ ଆଉ କେବେ ଭିଡିଓ। ଫୋଟ ଓ ଭିଡ଼ିଓରେ କିଛି ବି ହୋଇପାରେ। ଏହା ମଜାଳିଆ ହୋଇପାରେ କିମ୍ବା କୌଣସି ସୋସିଆଲ ମେସେଜ ମଧ୍ୟ ଦେଇପାରେ କିମ୍ୱା ଏକ ପ୍ରକାର ପହେଲି ମଧ୍ୟ ହୋଇପାରେ

ସୋସିଆଲ ମିଡିଆର ଦୁନିଆରେ ବର୍ତ୍ତମାନ ସମୟରେ ଏକ ଫୋଟ ବହୁତ ତୀବ୍ର ଭାବରେ ଭାଇରାଲ ହେଉଅଛି। ଏହି ଫୋଟ ଏକ ପହେଲି ଅଟେ, ଯାହାକୁ ବୁଝିବା ପାଇଁ ଆପଣଙ୍କୁ ନିଜର ବୁଦ୍ଧି ବ୍ଯବହାର କରିବାକୁ ପଡିବ। ଏଠାରେ ଯେଉଁ ଫୋଟ ଭାଇରାଲ ହେଉଅଛି, ଏହାର ଖାସ କଥା ହେଉଛିକି ଏହା ଆପଣଙ୍କୁ ବହୁତ ଅଧିକ ବିରକ୍ତ କରିଦେବ ଓ ଶେଷରେ ଆପଣ ଥକି କହିବେ ଆପଣ ଆଉ ପାରିବେ ନାହିଁ।

ଯଦି ଆପଣ ଭାଇରାଲ ହେଉଥିବା ଏହି ଫୋଟକୁ ଦେଖିବେ, ତେବେ ଆପଣଙ୍କୁ ଏକ ପାହାଡ ନଜର ଆସିବ। ଯେଉଁଠି ଯିଏବି ଏହି ଫୋଟକୁ ଉଠାଇଛି ସେ ପ୍ରାକୃତିକ ସୋନ୍ଦର୍ଯ୍ୟର ଫୋଟ ଉଠାଉଥିଲା। ଯେତେବେଳେ ସେ ଘର ଆକାର ଏହି ସବୁ ଫୋଟକୁ ନିଜେ ଲାପଟପରେ ଦେଖୁଥିଲା ସେହି ସମୟରେ ନିଜକୁ ମଧ୍ୟ ବିଶ୍ୱାସ ହେଲା ନାହିଁ।

କିନ୍ତୁ ଯେତେବେଳେ ସେ ଫୋଟକୁ ଧ୍ୟାନରେ ଦେଖିଲା, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲା। କାରଣ ଏହି ଫୋଟରେ ଯେଉଁ ଜିନିଷ ନଜର ଆସିଥିଲା ତାହାକୁ ଦେଖିବା ପରେ ଫୋଟଗ୍ରାଫରଙ୍କୁ ମଧ୍ୟ ବିଶ୍ଵାସ ହେଲା ନାହିଁ।

ବାସ୍ତବରେ ଫୋଟରେ କଣ ଥିଲା?:-

ବର୍ତ୍ତମାନ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବକି ଏହି ଫୋଟରେ କଣ ଅଛି? ଏହି ଫୋଟରେ ପାହାଡ଼ର ସୁନ୍ଦର ଛବି ଦେଖାଯାଉଛି କିନ୍ତୁ ଆପଣଙ୍କୁ ଜଣାଇଦେଉଛୁକି ପାହାଡ଼ର ଛବି ସହିତ ଏହି ଫୋଟରେ ଏକ ଏମିତି ପଶୁ ଅଛି ଯାହାକି ଖାଲି ଆଖିରେ ଦୂର ଦୂର ପର୍ଯ୍ୟନ୍ତ କାହାରିକୁ ଦେଖାଯାଉ ନାହିଁ।

ପାହାଡ଼ରେ ଏହି ପଶୁ ଲୁଚି ବସିଛି। ଏହି ଫୋଟକୁ ଦେଖିବା ପରେ ଏମିତି ଲାଗୁଛିକି ଯେମିତି ସେଠାରେ ଏକ ଚଟାଣ ଅଛି କିନ୍ତୁ ବାସ୍ତବରେ ତାହା ଚଟାଣ ନୁହେଁ କି ଗଛ ମଧ୍ୟ ନୁହେଁ। ଏହି ଫୋଟରେ ତେବେ ଥିଲା କଣ? ଆପଣଙ୍କୁ ଜଣାଇଦେଉଛୁକି ଏହି ଫୋଟରେ ଏକ ଜୀବନ୍ତ ଚିତାବାଘ ଥିଲା।

ବର୍ତ୍ତମାନ ଆପଣ ଚିତାବାଘକୁ ଖୋଜନ୍ତୁ:-

ତେବେ ଆସନ୍ତୁ ଜାଣିବା, ବର୍ତ୍ତମାନ ଏହି ଫୋଟରେ ଲୁଚି ରହିଥିବା ଚିତାବାଘକୁ ଖୋଜନ୍ତୁ। ଯଦି ଆପଣ ଏହି ଫୋଟରେ ଲୁଚି ରହିଥିବା ଚିତାବାଘକୁ ଖୋଜିବାକୁ ଚାହାନ୍ତି, ତେବେ ଏଥିପାଇଁ ଆପଣଙ୍କୁ ବାଜ ପକ୍ଷୀ ପରି ନଜର ରଖିବାକୁ ହେବ। ଏହି ଚିତାବାଘ ନିଜକୁ ପ୍ରାକୃତିକ ଉପାୟରେ ଲୁଚାଇ ରଖିଥିଲା। ଫୋଟଗ୍ରାଫର ମଧ୍ୟ ଏହି ଫୋଟକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା, ଯାହା ପରେ ସେ ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟ ଉପରେ ଏହି ଫୋଟକୁ ସେୟାର କରିଲା ଓ ଏହି ଫୋଟ ଦେଖୁ ଦେଖୁ ଭାଇରାଲ ହୋଇଗଲା। ସୋସିଆଲ ମିଡିଆରେ ଲୋକ ଫୋଟରେ ଲୁଚି ରହିଥିବା ଚିତାବାଘକୁ ଖୋଜୁଛନ୍ତି କିନ୍ତୁ ଅଧିକାଂଶ ଲୋକ ବିଫଳ ହେଉଛନ୍ତି।

ଜାଣନ୍ତୁ ଏହି ଫୋଟ କିଏ ନେଇଛନ୍ତି:-

ଜଣାଇଦେଉଛୁକି ଦିଲ୍ଲୀରେ ରହୁଥିବା ୩୪ ବର୍ଷୀୟ ଫୋଟଗ୍ରାଫର ଅଭିନବ ଗର୍ଗ ଏହି ଫୋଟକୁ କ୍ଲିକ କରିଛନ୍ତି। ଯାହାକି ଲୋକଙ୍କ ଆଖିକୁ କନଫ୍ୟୁଜ କରୁଅଛି। ଏହି ଫୋଟ ଜୟପୁରର ଅରାବଳି ପାହାଡ଼ରେ ବୁଲୁଥିବା ସମୟରେ ବହୁତ ସମୟ ଅପେକ୍ଷା ପରେ ନିଆଯାଇଛି। ଯେତେବେଳେ ଫୋଟଗ୍ରାଫର ଏହି ଫୋଟକୁ କ୍ଲିକ କରିଲେ ସେତେବେଳେ ତାଙ୍କୁ ଆଦୌ ଜଣାନଥିଲାକି ସେ ଏକ ଚିତାବାଘର ଫୋଟ ଉତ୍ତୋଳନ କରୁଛନ୍ତି। କିନ୍ତୁ ଯେତେବେଳେ ସେ ଘରକୁ ଆସିଲେ ଓ ଲାପଟପରେ ଫୋଟକୁ ଦେଖିଲେ ସେତେବେଳେ ତାଙ୍କୁ ମଧ୍ୟ ବିଶ୍ଵାସ ହେଲା ନାହିଁ।

Leave a Reply

Your email address will not be published. Required fields are marked *