ନିଜ ଝିଅକୁ ବାହାହେଲେ ବାପା, ଯୁବତୀ ଶୁଣାଇଲେ ପୂରା କାହାଣୀ

ଭାରତ ସହିତ ଦୁନିଆର ଅନେକ ଦେଶରେ ନିଜ ବାପା ଝିଅର ସମ୍ପର୍କକୁ ପବିତ୍ର ବୋଲି ମନେ କରାଯାଏ। କେବଳ ଭାରତ ବିଷୟରେ କହିବାକୁ ଗଲେ ଏଠାରେ ଝିଅମାନଙ୍କୁ ମାଁ ଲକ୍ଷ୍ମୀଙ୍କର ମାନ୍ୟତା ଦିଆଯାଇଥାଏ। କିନ୍ତୁ ଦୁନିଆରେ ଏପରି ଅନେକ ସ୍ଥାନ ରହିଛି, ଯେଉଁଠାରେ ଝିଅମାନଙ୍କୁ ନିଜର ବାପାଙ୍କ ସହ ବିବାହ କରିବାକୁ ପଡ଼େ। ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଟିକେ ଅଜବ ମନେ ହେଉଥିବ, କିନ୍ତୁ ଏହା ସତ୍ୟ ଅଟେ। ଆସନ୍ତୁ ଜାଣିବା କେଉଁଠାରେ ଝିଅମାନେ ନିଜର ବାପାଙ୍କୁ ବିବାହ କରନ୍ତି।

ଇଂରାଜୀ ୱେବସାଇଟ୍ ଦି ଗାର୍ଡିଆନ୍ ଅନୁସାରେ, ଏହି ଅଦ୍ଭୁତ ପରମ୍ପରା ବାଂଲାଦେଶର ମାଣ୍ଡି ଜନଜାତିରେ ଦେଖାଯାଇଥାଏ। ବାଂଲାଦେଶରେ ରହୁଥିବା ମାଣ୍ଡି ଜନଜାତିରେ ଝିଅମାନେ କେବଳ ନିଜର ପିତାଙ୍କୁ ବିବାହ କରନ୍ତି। ସେହି ଜନଜାତିର ୩୦ ବର୍ଷ ବୟସ୍କା ମହିଳା ଓରୋଲା କୁହନ୍ତି ଯେ ତାଙ୍କର ପିତା ବହୁତ ଛୋଟ ବେଳୁ ମୃତ୍ୟୁ ବରଣ କରିଥିଲେ। ତା’ପରେ ତାଙ୍କର ମା ନୋଟେନ୍ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ଅନ୍ୟ ଜଣଙ୍କୁ ତା’ ବାପା ଭାବରେ ଦେଖି ସେ ସବୁବେଳେ ଭାବୁଥିଲେ ଯେ ସେ କେତେ ଭଲ। ଗୋଟିଏ ପ୍ରକାରରେ ଯୁବତୀଙ୍କୁ ଦ୍ୱିତୀୟ ବାପାଙ୍କୁ ମଧ୍ୟ ପସନ୍ଦ କରୁଥିଲା।

ଓରୋଲା କୁହନ୍ତିଯେ, ଯେତେବେଳେ ସେ ଯୌବନରେ ପଦାର୍ପଣ କରିଥିଲେ, ସେତେବେଳେ ସେ ଜାଣିବାକୁ ପାଇଲେକି ତାଙ୍କର ଦ୍ୱିତୀୟ ପିତା ନୋଟେନ୍ ହିଁ ତାଙ୍କର ସ୍ୱାମୀ ଅଟନ୍ତି। ଏହି ଖବରକୁ ଶୁଣିବା ପରେ ଓରୋଲା ଅନୁଭବ କଲା ଯେପରି ସେ ଏକ ସ୍ୱପ୍ନ ଦେଖୁଛନ୍ତି, କିନ୍ତୁ ଏହା ସତ୍ୟ ଅଟେ। ବାସ୍ତବରେ, ଓରୋଲା ମାତ୍ର ୩ ବର୍ଷ ବୟସରେ ତାଙ୍କ ପିତାଙ୍କୁ ବିବାହ କରିଥିଲେ । ଏହିପରି, ଓରୋଲାଙ୍କର ପିତା ମଧ୍ୟ ତାଙ୍କ ସ୍ୱାମୀ ଥିଲେ। ଯଦିଓ ଏହି ରିପୋର୍ଟଟି ଟିକେ ପୁରୁଣା, କିନ୍ତୁ ଆଜିବି ଏହି ପ୍ରଥା ପ୍ରଚଳିତ ରହିଛି।

ଏହା ଏପରି ଏକ ପ୍ରଥା ଅଛି ଯେଉଁଠାରେ ଅଳ୍ପ ବୟସରେ ବିଧବା ହୋଇଥିବା ଝିଅମାନଙ୍କୁ ଅନ୍ୟ ପୁରୁଷ ସହିତ ବିବାହ କରାଯାଇଥାଏ ଏବଂ ଯେତେବେଳେ ସେହି ମହିଳା ଏକ ଝିଅ ଜନ୍ମ କରନ୍ତି, ସେତେବେଳେ ସେ ମଧ୍ୟ ସେହି ବ୍ୟକ୍ତିଙ୍କୁ ବିବାହ କରିଥାନ୍ତି। ବିଶ୍ୱାସ କରାଯାଏଯେ କମ ବୟସର ସ୍ୱାମୀ ନୂଆ ପତ୍ନୀ ଓ ତା’ ଝିଅର ସ୍ୱାମୀ ହୋଇ ଦୀର୍ଘ ଦିନ ଧରି ସୁରକ୍ଷା ଦେଇପାରିବେ। ଏହା ଏକ ଅଦ୍ଭୁତ ପ୍ରଥା ଅଟେ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛିକି ଆଜି ମଧ୍ୟ ଏହି କୁପ୍ରଥା ପ୍ରଚଳିତ ରହିଛି।

Leave a Reply

Your email address will not be published. Required fields are marked *