ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ଆପ୍ ଡିଲିଟ୍ କଲେ ଏହି କମ୍ପାନୀ ଦେବ ମୋଟା ଅଙ୍କର ଟଙ୍କା !

ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ୱିଟର, ୟୁଟ୍ୟୁବ୍ ପରି ପ୍ଲାଟଫର୍ମଗୁଡିକ ଲୋକଙ୍କ ଜୀବନର ଏକ ପାର୍ଟ ହୋଇଯାଇଛି। କୋଟି କୋଟି ଲୋକ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି। ଇଣ୍ଟରନେଟର ଏହି ଭର୍ଚୁଆଲ୍ ଦୁନିଆରେ ଲୋକମାନେ ବହୁତ ସମୟ ବିତାଉଛନ୍ତି। ଏହି ସମୟରେ ଯଦି ଆପଣ ସୋସିଆଲ ମିଡିଆକୁ 2 ମାସ ପାଇଁ ଛାଡ଼ିଦେବେ ତେବେ ଏକ କମ୍ପାନୀ ଅଛି ଯିଏ ଆପଣଙ୍କୁ 1.5 ଲକ୍ଷ ଟଙ୍କା ଦେବ

କମ୍ପାନୀର ନାମ ହେଉଛି Uptime App। ଏହା ଅନୁଯାୟୀ ଯଦି ଆପଣ ଦୁଇମାସ ପାଇଁ ସୋସିଆଲ୍ ମିଡିଆ ଛାଡି ପାରିବେ ତେବେ ଏହା ଆପଣଙ୍କୁ 2,000 ଡଲାର୍ (ପାଖାପାଖି 1.5 ଲକ୍ଷ ଟଙ୍କା) ଦେବ। ବାସ୍ତବରେ Uptime app ଜଣେ ବ୍ୟକ୍ତିର ଉତ୍ପାଦକତା, ସୁସ୍ଥତା ଏବଂ ଆତ୍ମ-ବିକାଶ ଉପରେ ସୋସିଆଲ୍ ମିଡିଆ ଏବଂ ‘Doomscrolling’ ପ୍ରଭାବକୁ ଅନୁସନ୍ଧାନ କରିବାକୁ ଚାହୁଁଛି।

କମ୍ପାନୀ ଦେବ ଦେଢ଼ ଲକ୍ଷ ଟଙ୍କା।

ଏଥିପାଇଁ କମ୍ପାନୀ ଆସନ୍ତା କିଛି ମାସ ମଧ୍ୟରେ ଏକ ଅଧ୍ୟୟନ କରିବାକୁ ଯାଉଛି। ଏହି ଅଧ୍ୟୟନରେ ଲୋକମାନେ ଅନ୍ତର୍ଭୁକ୍ତ ହେବେ ଯେଉଁମାନେ ଅତିକମରେ ଦୁଇମାସ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର ବନ୍ଦ କରି ଦେଇଛନ୍ତି। ଅପ୍ଟାଇମ୍ ସୋସିଆଲ୍ ମିଡିଆ ଛାଡିଥିବା ଏହି ଲୋକଙ୍କୁ ଦେଢ଼ ଲକ୍ଷ ଟଙ୍କା ମଧ୍ୟ ଦେବ।

ଅପ୍ଟାଇମ୍ ଆପ୍ ୱେବସାଇଟ୍ ଅନୁଯାୟୀ, ସଫଳ ଆବେଦନକାରୀଙ୍କୁ ଆଠ ସପ୍ତାହ ପର୍ଯ୍ୟନ୍ତ ସମସ୍ତ ସୋସିଆଲ୍ ମିଡିଆ ବ୍ୟବହାର ବନ୍ଦ କରିବା ପାଇଁ ଦେଢଲକ୍ଷ ଟଙ୍କା ପ୍ରଦାନ କରାଯିବ। କମ୍ପାନୀ କହିଛି ଯେ ସେମାନେ ସେମାନଙ୍କର ନୂଆ ଡାଉନଟାଇମ୍ କିପରି ବ୍ୟବହାର କରନ୍ତି ଆମେ ଦେଖିବାକୁ ଚାହୁଁଛୁ। ଫେସବୁକ୍, ଇନଷ୍ଟାଗ୍ରାମ, ଟିକଟକ୍, ଟ୍ୱିଟର, ସ୍ନାପଚେଟ୍ ଏବଂ ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମରେ ଖାଲି ସମୟ ନ ଦେଇ ସେମାନଙ୍କ ସୁଖ ସ୍ତର, ଆଚରଣ ଏବଂ ଉତ୍ପାଦକତାକୁ ରେକର୍ଡ଼ କରିବାକୁ କୁହାଯାଇଛି।

ଅପ୍ଟାଇମ୍ ଆପ୍ କହିଛି ଯେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ‘Doomscrolling’ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏବଂ ସୋସିଆଲ ମିଡିଆ ଏକ ଆଚରଣଗତ ନିଶା ହୋଇପାରେ। ଅଧ୍ୟୟନ ପ୍ରମାଣିତ କରିଛି ଯେ ସୋସିଆଲ ମିଡିଆ ମସ୍ତିଷ୍କର ସେହି ଅଂଶରେ ଡୋପାମାଇନ୍ ସ୍ତରକୁ ବଢ଼ାଇପାରେ ଯାହା ଡ୍ରଗ୍ସ ଏବଂ ମଦ୍ୟପାନ ସମୟରେ ବଢିଥାଏ।

ଅନେକ ଅଧ୍ୟୟନର ଫଳାଫଳ, ପରିସଂଖ୍ୟାନ ସହିତ ମିଳିତ ହୋଇଛି ଯାହା ଦର୍ଶାଏ ଯେ ମହାମାରୀ ଆରମ୍ଭରୁ ସାଧାରଣ ବ୍ୟକ୍ତି ସୋସିଆଲ ମିଡିଆରେ ବିତାଉଥିବା ସମୟ 16% ବୃଦ୍ଧି ପାଇଛି, ଯାହା ଆମ ଅଧ୍ୟୟନ ଆରମ୍ଭ କରିବାକୁ ପ୍ରେରିତ କରିଛି। ଆମେ ସୋସିଆଲ ମିଡିଆକୁ ସବୁଦିନ ପାଇଁ ଡିଲିଟ କରିବା ପାଇଁ କହୁନାହୁଁ। କିନ୍ତୁ ଆମେ ସେମାନଙ୍କ ଡାଉନଟାଇମକୁ ସେମାନଙ୍କ ପାଇଁ ସର୍ବୋତ୍ତମ ଉପାୟରେ ବ୍ୟବହାର କରିବାକୁ ପ୍ରେରଣା ଦେବା ପାଇଁ ଲକ୍ଷ୍ୟ ରଖିଛୁ।

Leave a Reply

Your email address will not be published. Required fields are marked *