ବକ୍ସ ଅଫିସରେ ଧମାଲ କରିବାକୁ ଖୁବ ଶୀଘ୍ର ଆସୁଛି ଏହି ୫ଟି ଫିଲ୍ମ,ଦ୍ୱିତୀୟ ଫିଲ୍ମଟି ଭାଙ୍ଗିପାରେ ବାହୁବଳୀର ରେକର୍ଡ !

କରୋନାର ଗତି ଧୀରେ ଧୀରେ କମ ହେବାରେ ଲାଗିଛି । ଏହି କାରଣରୁ, ପୁଣି ଥରେ ବକ୍ସ ଅଫିସରେ ଗୁଜବ ସୃଷ୍ଟି ହେବାକୁ ଯାଉଛି । ଦର୍ଶକ ମଧ୍ୟ ବିଗତ ଦୁଇ ବର୍ଷ ଧରି ସିନେମା ହଲ କୁ ଯାଇ ପିଲ୍ମ ଦେଖିପାରିନାହାନ୍ତି । ହଠାତ କରୋନାର ଗତି ବଢିବା ଯୋଗୁ ପ୍ରେକ୍ଷାଳୟ ବନ୍ଦ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ସେମାନଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି । ୫ଟି ଚଳଚ୍ଚିତ୍ର ବକ୍ସ ଅଫିସକୁ ଧମାଲ କରିବାକୁ ଆସୁଛି ।

ବଡ଼ ବଡ଼ ତାରକାମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଥିବା ଏହି ପିଲ୍ମ ଗୁଡିକର ବଜେଟ୍ ମଧ୍ୟ ଯଥେଷ୍ଠ ଭଲ ଅଛି । ଚାଲନ୍ତୁ ଆମେ ଆପଣଙ୍କୁ କହିବୁ କି ସେ କେଉଁ ସବୁ ଚଳଚ୍ଚିତ୍ର ଯାହା ଆପଣଙ୍କୁ ଭରପୂର ମନୋରଞ୍ଜନ କରିପାରିବ ।

ଏହା ହେଉଛି ପ୍ରଥମ ଫିଲ୍ମ

ପ୍ରେକ୍ଷାଳୟକୁ ଧମାଲ୍ କରିବାକୁ ଆସୁଥିବା ଯେଉଁ ପ୍ରଥମ ଫିଲ୍ମ ପ୍ରସ୍ତୁତ ଅଛି ତାହା ହେଉଛି ଗାଙ୍ଗୁବାଇ କାଥିଆୱାଡି । ଏହି ଫିଲ୍ମ ରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମର ବହୁତ ଚର୍ଚ୍ଚା ହେଉଛି । ଦର୍ଶକ ଆଲିଆଙ୍କ ଅଭିନୟ ଦେଖିବାକୁ ଦିୱାନା ହେଉଛନ୍ତି । ଆପଣଙ୍କୁ କହିରଖୁଛୁ କି ଏହି ଫିଲ୍ମର ରିଲିଜ ତାରିଖ ମଧ୍ୟ ଫାଇନାଲ୍ ହୋଇସାରିଛି ।ଏହି ଫିଲ୍ମ ୨୫ଫେବୃଆରୀ ରେ ରିଲିଜ ହେବାକୁ ଯାଉଛି

ଏହା ହେଉଛି ଦ୍ୱିତୀୟ ଫିଲ୍ମ

ଦ୍ୱିତୀୟ ଫିଲ୍ମ ହେଉଛି ଆରଆରଆର ଯାହା ବାହୁବଳୀର ନିର୍ଦେଶକ ରାଜମୌଲି ଙ୍କ ଫିଲ୍ମ ଅଟେ । ଏହି ଫିଲ୍ମ ରେ ଜୁନିଅର ଏନଣ୍ଟିଆର ଆଉ ରାମ ଚରଣ ମୁଖ୍ୟ ଭୂମିକାରେ ଅଛନ୍ତି । ଏଥି ସହିତ ଅଜୟ ଦେୱଗନ ଆଉ ଆଲିଆ ଭଟ୍ଟ ମଧ୍ୟ ଅଭିନୟ କରିଛନ୍ତି ।

ପ୍ରଥମେ ଏହି ଫିଲ୍ମ ଜାନୁଆରୀ ରେ ରିଲିଜ ହେବାକୁ ପ୍ରସ୍ତୁତ ଥିଲା କିନ୍ତୁ କରୋନାର କାରଣରୁ ଏହି ଫିଲ୍ମ କୁ ୨୫ମାର୍ଚ୍ଚ କୁ ରିଲିଜ କରାଯାଉଛି । ଏହି ଫିଲ୍ମ ବିଷୟରେ ସମୀକ୍ଷକମାନେ କହିଛନ୍ତି ଯେ ଏହି ଫିଲ୍ମ ରୋଜଗାର କ୍ଷେତ୍ରରେ ବାହୁବଳୀ ଫିଲ୍ମର ମଧ୍ୟ ରେକର୍ଡ ଭାଙ୍ଗିଦେଇପାରେ

ଏହା ହେଉଛି ତୃତୀୟ ଫିଲ୍ମ

ତୃତୀୟ ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ର ଅକ୍ଷୟ କୁମାରଙ୍କର ବୁଲ-ବୁଲେୟା ର ସିକ୍ଯୁଲ ଅଟେ। ବୁଲ-ବୁଲେୟା
୨ ରେ ମୁଖ୍ୟ ଭୂମିକାରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ନଜର ଆସିବେ । ଏଥିସହିତ ତାଙ୍କ ସହ କିୟାରା ଆଡ଼ୱାଣି ଆଉ ତବ୍ବୁ ମଧ୍ୟ ଦେଖିବାକୁ ମିଳିବେ । ଫିଲ୍ମ ୨୦ ମଇ କୁ ବକ୍ସ ଅଫିସ ରେ ରିଲିଜ ହେବ । ଏହି ଫିଲ୍ମ ଠାରୁ ମଧ୍ୟ ବହୁତ ଆଶା ରହିଛି ଆଉ ଏହାର ସଫଳତା ର ଗ୍ୟାରେଣ୍ଟି ମଧ୍ୟ ଦିଆ ଯାଉଛି ।

ଏହା ହେଉଛି ଚତୁର୍ଥ ଫିଲ୍ମ

ଚତୁର୍ଥ ଫିଲ୍ମର ଅପେକ୍ଷା ତ ବହୁତ ସମୟରୁ ରହିଛି । ଏହାର ଚର୍ଚ୍ଚା ମଧ୍ୟ ଅନେକ ହେଉଛି । ଏହାର କାରଣ ଅମୀର ଖାନ ଅଟନ୍ତି ଯିଏ ବହୁତ କମ ଫିଲ୍ମ କରନ୍ତି କିନ୍ତୁ ଜବରଦସ୍ତ ଅଭିନୟ ରେ ଫିଲ୍ମ କୁ ହିଟ କରିଦିଅନ୍ତି । ତାଙ୍କ ଫିଲ୍ମ ହେଉଛି ଲାଲ ସିଂ ଚାଡ୍ଡା ଯାହା ଅଗଷ୍ଟ ୧୧ ରେ ରିଲିଜ କରାଯିବ । ଏହି ଫିଲ୍ମ ୧୪ ଅପ୍ରେଲ କୁ ଆସିବାର ଥିଲା କିନ୍ତୁ ଏହାର ତାରିଖ ସ୍ଥଗିତ ରଖାଯାଇଛି । ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇପାରିବ ।

ଏହା ହେଉଛି ପଞ୍ଚମ ଫିଲ୍ମ

ପଞ୍ଚମ ଫିଲ୍ମ ରେ ପୁଣି ଥରେ ଅକ୍ଷୟ କୁମାର ତାଙ୍କର ଅଭିନୟ ରେ ଲୋକମାନଙ୍କୁ ହସେଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ତାଙ୍କ ଫିଲ୍ମ ରକ୍ଷାବନ୍ଧନ ମଧ୍ୟ ଆସିବାକୁ ଯାଉଛି । ଏହାର ରିଲିଜ ର ତାରିଖ ମଧ୍ୟ ଫାଇନାଲ୍ ହୋଇସାରିଛି । ଏହି ଫିଲ୍ମ ୧୧ ଅଗଷ୍ଟ କୁ ରିଲିଜ ହେବ ।

Leave a Reply

Your email address will not be published. Required fields are marked *