ନରଭକ୍ଷୀ ମହିଳା ତିଆରି କରୁଥିଲା ମଣିଷର ମାଂସ ଏବଂ ରକ୍ତରେ କେକ, ଜାଣନ୍ତୁ ଏହା ବିଷୟରେ ସବୁକିଛି

ଆମେ ମାଂସାହାରି ଏବଂ ସାକାହାରି ପଶୁମାନଙ୍କ ବିଷୟରେ ଜାଣିଛୁ। କେବଳ ଉଦ୍ଭିଦ, ଫଳ ଏବଂ ପନିପରିବା ଖାଉଥିବା ପଶୁମାନଙ୍କୁ ଶାକାହାରୀ କୁହାଯାଏ ଏବଂ ଯେଉଁମାନେ ମଣିଷ ଏବଂ ପଶୁମାନଙ୍କର ମାଂସ ଖାଆନ୍ତି ସେମାନଙ୍କୁ ମାଂସାହାରି କୁହାଯାଏ। ଏପରିକି ମଣିଷମାନଙ୍କ ମଧ୍ୟରେ ଲୋକମାନେ ଭେଜ୍ ଏବଂ ନନ-ଭେଜ୍ ଖାଦ୍ୟ ଖାଆନ୍ତି, କିନ୍ତୁ ଏପରି ଅନେକ ପ୍ରକାରର ମଣିଷ ଅଛନ୍ତି ଯେଉଁମାନେ ମଣିଷକୁ ହିଁ ଖାଦ୍ୟ ଭାବେ ଖାଆନ୍ତି। ଏହିପରି ମଣିଷମାନଙ୍କୁ “ନରଭକ୍ଷୀ” କୁହାଯାଏ।

ନରଭକ୍ଷୀ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଯେ ସେମାନଙ୍କ ଆଖପାଖରେ ରହୁଥିବା ଲୋକମାନେ ଜାଣନ୍ତି ନାହିଁ ଯେ ସେମାନେ ସେହି ବ୍ୟକ୍ତିଙ୍କ ସହିତ କେତେ ବିପଜ୍ଜନକ ଭାବେ ରୁହନ୍ତି। ଏପରି ଲୋକମାନେ ଏକ ମାନସିକ ରୋଗରେ ପୀଡ଼ିତ, ଯେଉଁଥିରେ ବ୍ୟକ୍ତି ମନୁଷ୍ୟର ମାଂସ ଖାଇବାରେ ଅଭ୍ୟସ୍ତ ହୋଇଯାଏ। ଏହି ପର୍ଯ୍ୟାୟରେ ଏପରି ଏକ ଘଟଣା ଘଟିଛି ଯେଉଁଠାରେ ଜଣେ ସାଇକୋ ମହିଳା ନିଜ ମାଂସରେ ତିଆରି କେକ ପଡ଼ୋଶୀଙ୍କୁ ଖାଇବାକୁ ଦେଉଥିଲେ ଏବଂ ପଡ଼ୋଶୀମାନେ ଏହା ବିଷୟରେ ମଧ୍ୟ ଜାଣି ନଥିଲେ। ଆସନ୍ତୁ ଜାଣିବା ଏହି ସିରିଏଲ କିଲର ମହିଳାଙ୍କ ବିଷୟରେ

ଇଟାଲୀରେ ରହୁଥିବା ଏହି ମହିଳାଙ୍କ ନାମ ଥିଲା ଲିନାର୍ଡା ସିଆନସିଲୁ। ଏହି ମହିଳା ମଣିଷକୁ ମାରିବାକୁ ଭଲ ପାଉଥିଲେ। ଏହି ମହିଳାଙ୍କର ଅପରାଧ କରିବାର ଏକ ଅଦ୍ଭୁତ ଉପାୟ ଥିଲା। ଏହି ମହିଳା ମହିଳାମାନଙ୍କୁ ହିଁ ଟାର୍ଗେଟ କରୁଥିଲେ ଯେଉଁମାନେ ନିଜ ଜୀବନରେ ଅସୁବିଧାରେ ରହୁଥିଲେ। ମହିଳାମାନଙ୍କୁ ହତ୍ୟା କରି ସେ କ’ଣ କରୁଥିଲା ଆପଣ ଜାଣିଲା ପରେ ଆପଣଙ୍କ ହୋସ ଉଡିଯିବ।

ଏହି ମହିଳା ଜଣକ “The Soap-Maker of Correggio” ଭାବରେ ମଧ୍ୟ ଜଣାଶୁଣା। ଯେତେବେଳେ ଏହି ମହିଳା ଜଣକ ଜାଣିବାକୁ ପାଇଲେ ଯେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ନେଇ ସବୁବେଳେ ଚିନ୍ତାରେ ରହୁଛନ୍ତି ସେତେବେଳେ ସେ ତାଙ୍କୁ ଅନ୍ୟ ଜଣେ ଭଲ ସ୍ୱାମୀ ପାଇବା ନାମରେ ଘରକୁ ଡାକିଥିଲେ। 8ଏହି ମହିଳାଙ୍କର ପ୍ରଥମ ଶିକାର 1939 ମସିହାରେ ଫାତସିନା ସେଟ୍ଟି ନାମକ ଜଣେ ମହିଳା ହୋଇଥିଲେ। ସେ ଏହି ମହିଳାଙ୍କ ଦ୍ୱାରା ଏକ ଚିଠି ଲେଖାଇଥିଲେ ଯେ ସେ କାହାକୁ ଭେଟିବାକୁ ଦେଶ ବାହାରକୁ ଯାଉଛନ୍ତି।

ଏହା ପରେ ତାଙ୍କୁ କୁରାଢୀରେରେ ଏହି ସିରିଏଲ କିଲରଟି ହତ୍ୟା କରିଥିଲା । ହତ୍ୟା କରିବା ପରେ ମହିଳାଙ୍କ ମୃତଦେହକୁ 9 ଖଣ୍ଡରେ କାଟି ଦେଇଥିଲା। ସାବୁନ ତିଆରି କରିବା ପାଇଁ ଏହି ଖଣ୍ଡଗୁଡ଼ିକୁ କାଷ୍ଟିକ୍ ସୋଡାରେ ଫୁଟାଯାଇଥିଲା। ଏହା ପରେ ରକ୍ତକୁ ଏକ ପାତ୍ରରେ ସଂଗ୍ରହ କରି ଓଭନ ରେ ଶୁଖାଇ ଦେଲା। ଯେତେବେଳେ ରକ୍ତ ଶୁଖିଗଲା, ସେଥିରେ ମଇଦା, ଚିନି, ଚକୋଲେଟ୍, ଅଣ୍ଡା ଏବଂ କ୍ଷୀରରେ ମିଶାଇ କେକ ତିଆରି କଲା। ସେ ତାଙ୍କ ଘରକୁ ଆସୁଥିବା ପଡ଼ୋଶୀମାନଙ୍କୁ ଏହି କେକ୍ ଖାଇବାକୁ ଦେଉଥିଲା।

1940 ମସିହାରେ ଆଉ ଏକ ମହିଳା ତାଙ୍କର ଦ୍ୱିତୀୟ ଶିକାର ହୋଇଥିଲେ ଏବଂ ମହିଳାଙ୍କ ନାମ ଥିଲା ଫ୍ରାଂସେସ୍କା ସୋଏଭି। ଚାକିରି ପାଇବା ନାମରେ ସେ ଏହି ମହିଳାଙ୍କୁ ନିଜ ଜାଲରେ ଫାନ୍ଦରେ ପକାଇଥିଲେ। ଏହି ହତ୍ୟାକାରୀ ମହିଳା ପୂର୍ବ ପୀଡିତାଙ୍କ ପରି ଏହି ମହିଳାଙ୍କୁ ମଧ୍ୟ ହତ୍ୟା କରିଥିଲେ। ଏହି ମହିଳାଙ୍କ ମୃତ ଦେହରୁ ଏକ କେକ ତିଆରି କରି ପଡ଼ୋଶୀମାନଙ୍କ ସହିତ ନିଜେ ଖାଇଲେ। ସେହିଭଳି ସେ ତୃତୀୟ ମହିଳାଙ୍କୁ ମଧ୍ୟ ହତ୍ୟା କରିଥିଲେ, କିନ୍ତୁ ଏଥର ତାଙ୍କର ଅପରାଧ ଧରାପଡିଯାଇଥିଲା।

ବାସ୍ତବରେ ସେହି ମହିଳାଙ୍କ ପରିବାର ସଦସ୍ୟ ଯାହାଙ୍କୁ ହତ୍ୟା କରାଯାଇଥିଲା, ସେମାନେ ତାଙ୍କ ଚିଠିକୁ ବିଶ୍ୱାସ କରିପାରିଲେ ନାହିଁ। ଏହା ପରେ ପୋଲିସ ଏହି ସିରିଏଲ କିଲର ମହିଳାଙ୍କୁ ଧରିଥିଲା। ଏହି ମହିଳା ମଧ୍ୟ ନିଜର ଅପରାଧ ସ୍ୱୀକାର କରିଛନ୍ତି ଏବଂ ତାଙ୍କୁ 30 ବର୍ଷ ଦଣ୍ଡିତ କରାଯାଇଛି। ଅକ୍ଟୋବର 1970 ରେ ସେ 79 ବର୍ଷ ବୟସରେ ଜେଲରେ ମୃତ୍ୟୁ ବରଣ କରିଥିଲେ।

Leave a Reply

Your email address will not be published. Required fields are marked *