ମୁକେଶ ଅମ୍ବାନୀଙ୍କ ବୋହୂରାଣୀ କଲେ ଚମତ୍କାର ନୃତ୍ୟ,ଦେଖିବା ମାତ୍ରେ ତାଳି ବଜାଇଥିଲେ ଲୋକ, ଦେଖନ୍ତୁ ଭିଡ଼ିଓ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ର ଚେୟାରମ୍ୟାନ୍ ତଥା ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ବଡ ବୋହୂ ଶ୍ଲୋକା ମେହେତା ଲାଇମଲାଇଟ୍ ଠାରୁ ଦୂରରେ ରହିବା ପରେ ମଧ୍ୟ ଅନେକ ସମୟରେ ହେଡଲାଇନ୍ ରେ ଆସିଯାନ୍ତି | ଶ୍ଲୋକା ତାଙ୍କ ସୌନ୍ଦର୍ଯ୍ୟ ସହିତ ଷ୍ଟାଇଲ ଆଉ ଡ୍ରେସ କୁ ନେଇକି ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି | ଅବଶ୍ୟ, ଆଜିକାଲି ଶ୍ଲୋକା ଅନ୍ୟ କୌଣସି କାରଣ ପାଇଁ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି

ବେଷ୍ଟ ଫ୍ରେଣ୍ଡ ର ବିବାହାରେ ଶ୍ଳୋକା କରିଥିଲେ ଡ୍ୟାନ୍ସ

ବାସ୍ତବରେ, ଆଜିକାଲି ଶ୍ଲୋକାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କର ସାନଦାର ନୃତ୍ୟ ଦେଖିବାକୁ ମିଳୁଛି | ସୂଚନାନୁସାରେ, ଶ୍ଲୋକା ତାଙ୍କ ଖାସ ବନ୍ଧୁ କାହିନୀ ପାରେଖଙ୍କ ବିବାହକୁ ଯାଇଥିଲେ |

ଯେଉଁଠାରେ ଶ୍ଲୋକା ମେହେଟ୍ଟା ତାଙ୍କ ସାଙ୍ଗମାନଙ୍କ ସହିତ ନାଚୁଥିବାର ନଜର ଆସିଛନ୍ତି | ଏହି ନୃତ୍ୟ ପରେ ତାଙ୍କ ବନ୍ଧୁ କାହିନୀ ପାରେଖ ତାଙ୍କ ବ୍ରାଇଡଲ ଏଣ୍ଟ୍ରି ସହିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିନିଅନ୍ତି | ଏହି ଭିଡିଓ ଖୁବ ଜୋରେ ଭାଇରାଲ୍ ହେଉଛି ଏବଂ ସମସ୍ତେ ଅମ୍ବାନୀ ପରିବାରର ବୋହୂଙ୍କ ନୃତ୍ୟ ଏବଂ ସରଳତାକୁ ପ୍ରଶଂସା କରୁଛନ୍ତି |

କ୍ରିମ୍ ରଙ୍ଗର ଲେହେଙ୍ଗାରେ ବହୁତ ସୁନ୍ଦର ଦେଖାଯାଉଥିଲେ ଶ୍ଲୋକା

ଭିଡିଓରେ ଆପଣ ଦେଖିପାରୁଥିବେ ଶ୍ଲୋକା ତାଙ୍କ ବନ୍ଧୁଙ୍କ ବିବାହରେ କ୍ରିମ୍ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ, ଯାହା ଉପରେ ମୀରର ୱର୍କ ସହିତ ସିଲ୍କରେ ସଜାଯାଇଥିଲା | ଏହା ସହିତ, ସେ ଲୁକ୍ କୁ ସଂପୂର୍ଣ୍ଣ କରିବା ପାଇଁ ସବୁଜ ରଙ୍ଗର ଏମ୍ରାଲ୍ଡ ଗହଣା ପିନ୍ଧିଥିଲେ | ଯେଉଁଥିରେ ଦୁଇଟି ହାର,ଗୋଟେ ବ୍ରାନ,କାନଫୁଲ ଏବଂ ମଥା ବିନ୍ଦି ସାମିଲ ଥିଲା | ଏହି ଲୁକରେ ଅମ୍ବାନୀ ପରିବାରର ବୋହୂ ବହୁତ ସୁନ୍ଦର ଦେଖାଯାଉଛନ୍ତି

ବ୍ୟାଚଲର ପାର୍ଟି ର ଫୋଟୋ ମଧ୍ୟ ସାମ୍ନାକୁ ଆସିଛି

କହିରଖୁଛୁ ଯେ ଶ୍ଲୋକା ମେହେଟ୍ଟାଙ୍କ ବନ୍ଧୁ କାହିନୀ ପାରେଖଙ୍କ ବ୍ୟାଚେଲର ପାର୍ଟିର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା।ଫଟୋରେ ହେବାକୁ ଯାଉଥିବା ବଧୂ ଙ୍କ ସମେତ ତାଙ୍କ ସାଙ୍ଗମାନଙ୍କ ଦ୍ୱାରା ଘେରି ରହିଛନ୍ତି,ଯେଉଁଥିରେ ଶ୍ଳୋକା ମଧ୍ୟ ସାମିଲ ଅଛନ୍ତି | କଳା ରଙ୍ଗର ପୋଷାକରେ ଶ୍ଲୋକା ବହୁତ ସୁନ୍ଦର ଦେଖାଯାଉଛନ୍ତି | ଶ୍ଲୋକାଙ୍କୁ ତାଙ୍କ ବନ୍ଧୁଙ୍କ ବ୍ୟାଚେଲର ପାର୍ଟୀରେ ମଜା କରୁଥିବା ଦେଖିବାକୁ ମିଳିବ |

ଶ୍ଲୋକା ଜଣେ ହୀରା ବ୍ୟବସାୟୀଙ୍କ ଝିଅ |

କହିରଖୁଛୁ ଯେ ଆକାଶ ଅମ୍ବାନୀ ଏବଂ ଶ୍ଲୋକାଙ୍କ ବିବାହ 9 ମାର୍ଚ୍ଚ 2019 ରେ ହୋଇଥିଲା | ଉଭୟଙ୍କ ବିବାହର ଫୋଟୋ ଏବଂ ଭିଡିଓ ବହୁତ ଭାଇରାଲ ହୋଇଥିଲା। କହିରଖୁଛୁ କି ଶ୍ଲୋକା ମେହେଟ୍ଟା ପ୍ରସିଦ୍ଧ ହୀରା ବ୍ୟବସାୟୀ ରସେଲ ମେହେଟ୍ଟା ଏବଂ ମୋନା ମେହେଟ୍ଟାଙ୍କ ଝିଅ ଅଟନ୍ତି |

ଆକାଶ ଏବଂ ଶ୍ଲୋକା ସ୍କୁଲ ଦିନରୁ ହିଁ ପରସ୍ପରକୁ ଡେଟ କରୁଥିଲେ ଏବଂ ଏହି ଦମ୍ପତି 2019 ରେ ଧୂମଧାମ ର ସହିତ ବିବାହ କରିଥିଲେ | ଆକାଶ ଏବଂ ଶ୍ଲୋକାଙ୍କର ଗୋଟେ ପୁଅ ମଧ୍ୟ ଅଛି, ଯାହାର ନାମ ପ୍ରଥିବି ଆକାଶ ଅମ୍ବାନୀ | ସୋସିଆଲ ମିଡିଆରେ ସକ୍ରିୟ ନଥିଲେ ମଧ୍ୟ ଅମ୍ବାନୀ ପରିବାର ପ୍ରାୟତ ହେଡଲାଇନରେ ରହିଥା’ନ୍ତି |

Leave a Reply

Your email address will not be published. Required fields are marked *