ଏହି ମିସ୍ତ୍ରୀ ଆଗରେ ବଡ ବଡ ଇଞ୍ଜିନିୟର ମଧ୍ୟ ଫେଲ, ବିନା ଇଟାରେ ତିଆରି କରିଦେଲେ କୋଠାଘର

ଯେତେବେଳେ ଆପଣ ନିଜ ପାଇଁ ଏକ ଘର କଳ୍ପନା କରନ୍ତି ସେତେବେଳେ ଆପଣ କେବଳ ଏକ ଏପରି ଘର ଦେଖିବାକୁ ପାଇବେ ଯାହା ସୁନ୍ଦର ଏବଂ ସଜ୍ଜିତ ହୋଇଥିବ। ବର୍ତ୍ତମାନ ଯଦି ଆମେ ଏକ ପକ୍କା ଘର ବିଷୟରେ କଥା ହେବା ତେବେ ସର୍ବପ୍ରଥମେ ଇଟା ର କଥା ମନକୁ ଆସିବ। ଆମେ ପିଲାଦିନରୁ ଶିଖିଛୁ ଯେ ପକ୍କା ଘର ମାନେ ଇଟା ଏବଂ ସିମେଣ୍ଟରେ ନିର୍ମିତ ଘର।

କିନ୍ତୁ ଆପଣ କେବେ ଭାବିଛନ୍ତି କି ଆପଣଙ୍କ ଘର ଇଟା ବିନା ମଧ୍ୟ ହୋଇପାରିବ। ଆପଣ କହିବେ ଯେ ଏହା କିପରି ସମ୍ଭବ ବିନା ଇଟାରେ କିପରି ଘର ତିଆରି ହୋଇପାରିବ କିନ୍ତୁ ଏହା ସତ୍ୟ ଅଟେ।

ଏକ ପକ୍କା ଘର ନିର୍ମାଣ ପାଇଁ ଇଟା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ।ସେଥିପାଇଁ ଇଟା ର ମୂଲ୍ୟ ମଧ୍ୟ ଆକାଶ ଛୁଉଁଛି। ଇଟାରୁ ଆପଣଙ୍କ ଘର ଦୃଢ ହୁଏ କିନ୍ତୁ ଆମେ ଆପଣଙ୍କୁ ଏକ ଉପାୟ କହିବୁ ଯେଉଁଥିରେ ଇଟା ବ୍ୟବହାର କରିବାକୁ ମଧ୍ୟ ପଡିବ ନାହିଁ। ଯାହା ଦ୍ୱାରା ଇଟା ଟଙ୍କା ମଧ୍ୟ ସିଧାସଳଖ ସଞ୍ଚୟ ହୋଇପାରିବ।

ବିହାରର ଜଣେ ମିସ୍ତ୍ରୀ ଏହାକୁ ସତ୍ୟ କରିଛନ୍ତି। ବାସ୍ତବରେ ବିହାରର ଭାଗଲପୁରର ଘୋଗାରେ ରହୁଥିବା ଏହି ଶ୍ରମିକ ନିଜ ପାଇଁ ଏକ ପକ୍କା ଘର ନିର୍ମାଣ କରି ସମସ୍ତଙ୍କୁ ଆକର୍ଷିତ କରିଛନ୍ତି।

କେବଳ ଏତିକି ନୁହେଁ ବର୍ତ୍ତମାନ ଲୋକମାନେ ଏହି ଇଟା ବିହୀନ ଘରକୁ ଦେଖିବା ପାଇଁ ବହୁ ଦୂରରୁ ଆସୁଛନ୍ତି। ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ସେ କିପରି ଇଟା ବିନା ଏକ ପକ୍କା ଘର ତିଆରି କଲେ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ବିସ୍ତୃତ ଭାବରେ।

ଗଣପତ ଶର୍ମା ନାମକ ଏହି ଶ୍ରମିକ ଜଣକ ଘୋଗାର ପନ୍ନୁଚକ୍ ଅଞ୍ଚଳର ଦିଲଦପୁରରେ ନିଜ ପାଇଁ ଏକ ବିନା ଇଟା ଲଗାଇ ଘର ନିର୍ମାଣ କରିଛନ୍ତି। ଏହି ଘରଟି ଛାତ ପରି ଢଳାଇ କରି ନିର୍ମିତ ହୋଇଛି। ଗଣପତ ଏହି ଘରେ ତିନୋଟି ରୁମ ଏବଂ ଏକ ବାରଣ୍ଡା ରଖିଛନ୍ତି।

ଘରର କାନ୍ଥକୁ ଚାରି ରୁ ପାଞ୍ଚ ଇଞ୍ଚ ମୋଟା ମଧ୍ୟ ରଖାଯାଇଛି। ଘର ନିର୍ମାଣ ପାଇଁ ଗଣପତି ସିମେଣ୍ଟ ଏବଂ ବାଲି ସାହାଯ୍ୟ ନେଇଛନ୍ତି। ଗଣପତ ବୃତ୍ତି ଅନୁଯାୟୀ ଜଣେ ଶ୍ରମିକ ତଥା ବଢ଼େଇ। ତେଣୁ ସେ ଏକ ଘର କିପରି ନିର୍ମାଣ କରିବେ ତାହା ଭଲ ଭାବରେ ଜାଣନ୍ତି।

ଏଥିପାଇଁ ସେ ଅନ୍ୟ କୌଣସି ଶ୍ରମିକଙ୍କ ସାହାଯ୍ୟ ମଧ୍ୟ ନେଇ ନଥିଲେ। ଗଣପତ ନିଜେ ଏହି ଘର ନିର୍ମାଣ ପାଇଁ କୈଣସି ଯାନ୍ତ୍ରିକ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ସାହାଯ୍ୟ ବିନା ଏହି ଘର ପ୍ରସ୍ତୁତ କରିଛନ୍ତି ।

କେବଳ ଏତିକି ନୁହେଁ, ଗଣପତ ଏହି ଘରର କବାଟ ଫ୍ରେମ୍ ପାଇଁ କେବଳ ସିମେଣ୍ଟ ଏବଂ ବାଲି ବ୍ୟବହାର କରିଛନ୍ତି। ସାଧାରଣତଃ ଲୋକମାନେ ଘର ନିର୍ମାଣରେ କବାଟ ଏବଂ ୱିଣ୍ଡୋ ଫ୍ରେମ୍ ପାଇଁ କେବଳ କାଠ ବ୍ୟବହାର କରନ୍ତି। କିନ୍ତୁ ଗଣପତ ଏଠାରେ ନିଜର ଦକ୍ଷତା ଦେଖାଇ କିଛି ନୂଆ କରିଛନ୍ତି।

ଖର୍ଚ ମଧ୍ୟ ହୋଇଛି ପୁରା କମ।ଗଣପତ ଏହି ପୁକ୍କା ଘରକୁ ମାତ୍ର 18 ମାସ ମଧ୍ୟରେ ଇଟା ବିନା ନିର୍ମାଣ କରିଥିଲେ। କେବଳ ଏତିକି ନୁହେଁ ଆପଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ ଏହି ଉପାୟରେ ଏକ ଘର ନିର୍ମାଣର ମୂଲ୍ୟରେ ଅନେକ ସଞ୍ଚୟ ହୋଇପାରିବ। ଗଣପତଙ୍କ ଅନୁଯାୟୀ ଏପରି ଘରର ମୂଲ୍ୟ 30 ରୁ 35 ପ୍ରତିଶତ କମ୍ ଅଟେ।

ଗଣପତ୍ ଏପରି ଏକ ଘର ନିର୍ମାଣ କରିବାକୁ ପାଇଥିବା ପ୍ରେରଣା ବିଷୟରେ ସେ କହିଛନ୍ତି ଯେ ଆରମ୍ଭରୁ ସେ କିଛି ନୂଆ କରିବାକୁ ଚିନ୍ତା କରୁଥିଲେ। ଏପରି ପରିସ୍ଥିତିରେ ଯେତେବେଳେ ଇଟା ର ମୂଲ୍ୟ ଦେବାକୁ ତାଙ୍କ ପାଖରେ ଅଧିକ ଅର୍ଥ ନଥିଲା ସେତେବେଳେ ସେ ବିନା ଇଟା ରେ ଘର ତିଆରି କରିବା ପାଇଁ ସ୍ଥିର କଲେ।

Leave a Reply

Your email address will not be published. Required fields are marked *