ଚାରିଟି ବାଏପାସ୍ ସର୍ଜରୀ କରିବା ପରେ କିପରି ଅଛି ସୁନୀଲ ଗ୍ରୋଭରଙ୍କ ଅବସ୍ଥା ?

ହାସ୍ୟ ଅଭିନେତା ତଥା କମେଡିଆନ ସୁନୀଲ ଗ୍ରୋଭର ତାଙ୍କର ହାର୍ଟ ସର୍ଜରୀ ହେତୁ ଲାଇମଲାଇଟକୁ ଆସିଥିଲେ। ଖବର ଥିଲା ଯେ ସୁନୀଲଙ୍କୁ ଚାରିଟି ବାଏପାସ୍ ସର୍ଜରୀ କରିବାକୁ ପଡିବ। ଏହି ଖବର ଶୁଣି ତାଙ୍କ ପ୍ରଶଂସକମାନେ ଚିନ୍ତିତ ହେଲେ କିନ୍ତୁ ବର୍ତ୍ତମାନ ସୁନୀଲ ନିଜେ ସୋସିଆଲ ମିଡିଆରେ ନିଜର ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ ମୋର ଚିକିତ୍ସା ଠିକ ଭାବରେ ହୋଇଛି, ମୋର ବର୍ତମାନ ହିଲିଙ୍ଗ ଚାଲିଛି, ଆପଣଙ୍କ ସମସ୍ତ ପ୍ରାର୍ଥନା ପାଇଁ ମୁଁ ଭଲ ହୋଇପାରିଛି ସେଥିପାଇଁ ଧନ୍ୟବାଦ।

ସୁନୀଲଙ୍କ ଏହି କଥା ଶୁଣି ଗୌହର ଖାନ, ଯିଏ ତାଣ୍ଡଭ (Taandav) ୱେବସିରିଜରେ କାମ କରିଥିଲେ ସେ ଲେଖିଥିଲେ ଯେ ଆମେ ତୁମକୁ ବହୁତ ଭଲପାଉ ସୁନୀଲ। ପ୍ରଶଂସକମାନେ ସୁନୀଲଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଗତ ସପ୍ତାହରେ ସୁନୀଲଙ୍କୁ ବାଇପାସ୍ ସର୍ଜରୀ ପରେ ମୁମ୍ବାଇର ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟରୁ ଡିସଚାର୍ଜ କରାଯାଇଥିଲା। ସେ ପୁଣେରେ ଏକ ୱେବସିରିଜ ପାଇଁ ସୁଟିଂ କରୁଥିଲେ ଏବଂ ତାପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା।

ସୁଟିଂ ଶେଷ ହେବା ପରେ ସୁନୀଲ ତୁରନ୍ତ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ ଏବଂ ପରେ ତାଙ୍କୁ ସର୍ଜରି ପାଇଁ ଭର୍ତ୍ତି କରାଯାଇଥିଲା। ସୁନୀଲଙ୍କ ଅସ୍ତ୍ରୋପଚାର ବିଷୟରେ ଜାଣି ସଲମାନ ଖାନ ଏବଂ ତାଙ୍କ ସହ କାମ କରିଥିବା କପିଲ ଶର୍ମା ମଧ୍ୟ ଚିନ୍ତିତ ହୋଇଥିଲେ। ସଲମାନ ସୁନୀଲଙ୍କ ଯତ୍ନ ନେବା ପାଇଁ ଡାକ୍ତରଙ୍କ ଏକ ଟିମ୍ ପଠାଇଥିଲେ। ସଲମାନ ସୁନୀଲଙ୍କ ସହ ଭାରତ ଫିଲ୍ମରେ କାମ କରିଛନ୍ତି।

ଏଥିସହିତ କପିଲ ଶର୍ମା ପ୍ରକାଶ କରିଛନ୍ତି ଯେ ସେ ସୁନୀଲଙ୍କ ସ୍ୱାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ଏବଂ ସୁନୀଲଙ୍କ ନିକଟକୁ ଏକ ମେସେଜ ମଧ୍ୟ ପଠାଇଛନ୍ତି କିନ୍ତୁ ସର୍ଜରି ହୋଇଥିବାରୁ ଏହାର ଉତ୍ତର ପାଇବା କଷ୍ଟକର। ଅଲି ଅସଗର କହିଛନ୍ତି ଯେ ସୁନୀଲଙ୍କ ସର୍ଜରି ଖବର ତାଙ୍କୁ ପ୍ରଥମେ ମିଛ ଲାଗିଲା କିନ୍ତୁ ପରେ ସତ୍ୟ ଜାଣିଲା ପରେ ସେ ଏହାକୁ ବିଶ୍ୱାସ କରିପାରିଲେ ନାହିଁ।

Leave a Reply

Your email address will not be published. Required fields are marked *