ପ୍ରେମ ବିବାହ କରିବା ପରେ ଭାଇ ଆଉ ମାଆ ମିଶିକି ଝିଅକୁ ଦେଲେ ଏପରି ଶାସ୍ତି, ପୁରା ଘଟଣା ଜାଣିଲେ ଥରିଉଠିବ ଆପଣଙ୍କ ଦେହ |

ପ୍ରେମ କରୁଥିବା ଲୋକଙ୍କୁ ଅନେକ ଥର ଏହି ଦୁନିଆ ବଞ୍ଚିବାକୁ ଦିଏ ନାହିଁ ଆଉ ଏହିଥର ବି ଏପରିହିଁ କିଛି ଦେଖିବାକୁ ମିଳିଛି, ଯାହା ବହୁତ ଆଶ୍ଚର୍ଯ୍ୟଜନକ ଅଟେ | ଏହି ମାମଲା ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ମରାଠୱାଡା ଅଞ୍ଚଳର ଅଟେ,ଯେଉଁଠାରେ ଏକ ହୃଦୟ ବିଦାରକ ଘଟଣାକୁ ମାଆ ଆଉ ପୁଅ ମିଶିକରି କରିଥିଲେ | ମାଆ ସାମ୍ନାରେ ପୁଅ ଝିଅକୁ ହତ୍ୟା କରୁଥିବାର ଦେଖୁଥିଲେ | ଏହି ଝିଅଟିର ଦୋଷ ବାସ୍ ଏତିକି ଥିଲା ଯେ ସେ ପ୍ରେମ ବିବାହ କରି ନେଇଥିଲେ |

ହତ୍ୟାକୁ ଦେଲେ ଫିଲ୍ମି ସୌରାଟ ପରି ଅନଯାମ୍ :-

ବୋଧହୁଏ ଆପଣ ନିଶ୍ଚିତ ଭାବରେ ମରାଠୀ ଫିଲ୍ମି ସୌରାଟ କିମ୍ବା ଏହାର ହିନ୍ଦୀ ରିମେକ୍ ଫିଲ୍ମ ଧଡକ କୁ ନିଶ୍ଚିତ ଭାବେ ଦେଖିଥିବେ, ଯେଉଁଥିରେ ଓନର କିଲିଙ୍ଗ ମାମଲା ଦେଖାଯାଇଥିଲା |

ପାଖା-ପାଖି ସମାନ ଭାବରେ ଔରଙ୍ଗାବାଦର ଭାଇଜାପୁର ତହସିଲର ଲଡଗାଓଁରେ ଜଣେ ଭାଇ ତାଙ୍କ ମାଙ୍କ ସହ ମିଶି ନିଜ ଭଉଣୀକୁ ହତ୍ୟା କରିଥିଲେ। ଏତିକି ନୁହେଁ, ଆଶ୍ଚର୍ଯ୍ୟକରିଦେବା ଭଳି କଥା ହେଉଛି ଏହା ଯେ ହତ୍ୟାକାରୀ ଭାଇ ତାଙ୍କ ଭଉଣୀର ମୁଣ୍ଡ କାଟି ତାଙ୍କୁ ଘର ବାହାରେ ବାରଣ୍ଡାରେ ରଖିଦେଲେ |

ପ୍ରେମ ବିବାହ କରିଥିଲା ଝିଅଟି :-

ପ୍ରକୃତରେ, ଔରଙ୍ଗାବାଦର ଭାଇଜାପୁରରେ ଅବସ୍ଥିତ ଏକ ଗ୍ରାମରେ, ଛଅ ମାସ ପୂର୍ବେ ଜଣେ 19 ବର୍ଷର ଝିଅ ପ୍ରେମ ବିବାହ କରି ଘର ଛାଡି ପଳେଇଯାଇଥିଲେ | ଏହି ଝିଅଟିକୁ ପୁନେର ଆଲାନ୍ଧିରେ ରହୁଥିବା ଜଣେ ପୁଅ ଏହି ଝିଅ ସହ ପ୍ରେମ ବିବାହ କରିଥିଲେ |

କିଛି ମାସ ଘରୁଠାରୁ ଦୂରରେ ରହିବା ପରେ,ଏହି ପ୍ରେମୀ ଯୁଗଳ ଔରଙ୍ଗାବାଦକୁ ଫେରି ଆସିଥିଲେ ଆଉ ଉଭୟ ପୁଅ ଆଉ ଝିଅ ନିଜ ଗାଁର ଆଖ-ପାଖରେ ରହିବାକୁ ଲାଗିଲେ | ଏହା ପରେ ଭାଇ ତାଙ୍କ ମା ସହିତ ମିଶି ଭଉଣୀ ମୃତ୍ୟୁର ଷଡଯନ୍ତ୍ର କରିଲେ |

ବିବାହ ପରେ ଗାଁକୁ ଫେରିଆସି ରହୁଥିଲେ ଯୁବତୀ :-

ଝିଅଟି ବିବାହ ପରେ ଗାଁକୁ ଫେରି ଆସିଥିଲା ​​ଆଉ ଏମିତିରେ ଝିଅର ମା ଆଉ ଭାଇ ପ୍ରଥମରୁ ବିବାହିତ ଝିଅର ଘରେ ପହଞ୍ଚିଲେ ଆଉ ଝିଅ ସହିତ ମିଠା-ମିଠା କଥା ହେବାକୁ ଲାଗିଲେ |

ସେହି ସମୟରେ ତ ସେ ଝିଅର ଘରୁ ଫେରି ଆସିଥିଲେ, କିନ୍ତୁ ଗୋଟେ ସପ୍ତାହ ବିତିଯିବା ପରେ ଭାଇ ମା ସହିତ ଭଉଣୀକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କୁ କାମରେ କରି ଦେଖେଇଥିଲା | ଦୁହେଁ ପୁଣି ଆଉ ଥରେ ଝିଅର ଘରକୁ ଝିଅ ସହ ଭେଟିବାକୁ ଯାଇଥିଲେ ଆଉ ସେହି ସମୟରେ ଜ୍ୱାଇଁ ମଧ୍ୟ ଘରେ ଥିଲେ |

କୌଣସି ପ୍ରକାରରେ ପୁଅ ଜଣଙ୍କ ବଞ୍ଜେଇ ଥିଲେ ନିଜ ଜୀବନ :-

ପୁଅର ଦେହ ଖରାପ ଥିବାରୁ ସେ ଗୋଟେ କୋଠରୀରେ ଶୋଇଥିଲେ | ଝିଅଟି ବାହାରେ ତାଙ୍କ ମା ଆଉ ଭାଇଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଭାଇ ନିଜ ଭଉଣୀକୁ ଧାରୁଆ-ଅସ୍ତ୍ରରେ ଆକ୍ରମଣ କରିବା ଆରମ୍ଭ କରିଥିଲା | ଏହି ସମୟରେ ମାଆ ଝିଅର ପାଦକୁ ଧରିଦେଲେ ଆଉ ତାଙ୍କ ଭାଇ ବାରମ୍ବାର ଆକ୍ରମଣ କରିଚାଲିଲେ | ଯେତେବେଳେ ଝିଅଟିର ସ୍ୱାମୀଙ୍କୁ ଜିନିଷପତ୍ରର ପଡ଼ିବାର ଶବ୍ଦ ଶୁଣାଗଲା, ସେ ଦେଖିଲେ ଯେ ତାଙ୍କ ପ୍ରକୃତ ମା ଆଉ ଭାଇ ତାଙ୍କ ପତ୍ନୀଙ୍କୁ ଧାରୁଆ-ଅସ୍ତ୍ରରେ ମାରୁଛନ୍ତି,ସେ ତାଙ୍କ ପତ୍ନୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେ, କିନ୍ତୁ ଭାଇ ତାଙ୍କୁ ମଧ୍ୟ ମାରିବାକୁ ଚେଷ୍ଟା କଲା, ହେଲେ ପୁଅଟି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ |

ଧରା ପଡିଲେ ଆରୋପି :-

ଏହା ପରେ, ମୁଣ୍ଡ କାଟି ହତ୍ୟା କରିଥିବା ଭାଇ ଭଉଣୀର ମୁଣ୍ଡ କାଟି ତାଙ୍କୁ ଘର ବାହାରେ ବାରଣ୍ଡାରେ ରଖିଥିଲା | କେବଳ ଏତିକି ନୁହେଁ ଉଭୟ ମାଆ ଆଉ ପୁଅ ମୃତ ଝିଅ ସହିତ ସେଲଫି ମଧ୍ୟ ନେଇଥିଲେ | ଯେତେବେଳେ ପଡୋଶୀମାନେ ଏହି ଘଟଣା ବିଷୟରେ ଜାଣିଲେ, ସେମାନେ ତୁରନ୍ତ ପୋଲିସକୁ ଏହି ଘଟଣା ବିଷୟରେ ଜଣାଇଲେ |

ଘଟଣାର ଗମ୍ଭୀରତା ଦେଖି ପୋଲିସ ମଧ୍ୟ ଘଟଣାସ୍ଥଳରେ ଆସି ପହଞ୍ଚିଥିଲା ଆରୋପି ଭାଇ ଓ ମା’ଙ୍କୁ ଗିରଫ କରିନେଲେ | ପୋଲିସ କହିଛି ଏହାର ଅଧିକ ତଦନ୍ତ ଚାଲିଛି ଆଉ ଆରୋପିଙ୍କୁ ଜଲ୍ଦି ହିଁ କୋର୍ଟରେ ହାଜର କରାଯିବ |

Leave a Reply

Your email address will not be published. Required fields are marked *