ମିଥୁନଙ୍କର ଏହି ପୁଅ ଦେଖିବାକୁ ଅବିକଳ ତାଙ୍କ ପରି,ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ,ଏହି ଫୋଟୋ ସମସ୍ତଙ୍କୁ କରୁଛି ପାଗଳ ।

ହିନ୍ଦୀ ସିନେମାର ନାମିଦାମୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଦୁନିଆରେ ନିଜର ଖାସ ନାମ ଅର୍ଜନ କରିଛନ୍ତି । ମିଥୁନ ଚକ୍ରବର୍ତ୍ତୀ ନିଜ ଅଭିନୟ ସହିତ ନିଜର ସୁନ୍ଦର ନୃତ୍ୟ କୁ ନେଇକି ମଧ୍ୟ ଚର୍ଚ୍ଚା ରେ ରହିଛନ୍ତି । ମିଥୁନ ଦା ଙ୍କୁ ‘ ଡିସ୍କୋ ଡାନ୍ସର’ ନାମରେ ମଧ୍ୟ ଜଣାଯାଏ ।

ମିଥୁନ ଚକ୍ରବର୍ତ୍ତୀ ହିନ୍ଦୀ ସିନେମାରେ ର ଅନେକ ସାନଦାର ପିଲ୍ମ ରେ କାମ କରିଛନ୍ତି । 80 ଆଉ ୯୦ ଦଶକ ରେ ମିଥୁନ ବହୁତ ଚର୍ଚ୍ଚାରେ ରହିଛନ୍ତି । ମିଥୁନ ଚକ୍ରବର୍ତ୍ତୀ 1978ମସିହାରେ ଯୋଗୀତା ବାଲି ଙ୍କୁ ବିବାହ କରିଥିଲେ । ଦୁହେଁ ତିନି ପୁଅ ମହାକ୍ଷୟ ଚକ୍ରବର୍ତ୍ତୀ,ନମାଶି ଚକ୍ରବର୍ତ୍ତୀ,ଓସ୍ମେ ଚକ୍ରବର୍ତ୍ତୀ ଙ୍କ ମା ବାପା ହେଲେ । ପରେ ଦମ୍ପତି ଗୋଟେ ଝିଅ କୁ କୋଳ କୁ ନେଇଥିଲେ ଯାହାର ନାମ ଦିଶାନି ଚକ୍ରବର୍ତ୍ତୀ ଅଟେ

ମିଥୁନ ଚକ୍ରବର୍ତ୍ତୀ ଙ୍କ ପୁଅ ନମାଶି ଚକ୍ରବର୍ତ୍ତୀ ବର୍ତ୍ତମାନ ହିନ୍ଦୀ ସିନେମାରେ ରେ ପାଦ ରଖିବାକୁ ଯାଉଛନ୍ତି । ତାଙ୍କ ପିତା ଙ୍କ ଆଦର୍ଶ ରେ ଆଗକୁ ବଢିବାକୁ ସେ ଏହି ନିଷ୍ପତି ନେଇଥିଲି । ବର୍ତ୍ତମାନ ସେ ବହୁତ ହେଡଲାଇନ ସୃଷ୍ଟି କରିଛନ୍ତି । ସୂଚନା ଅନୁଯାୟୀ ନମାଶି ଙ୍କର ହିନ୍ଦୀ ସିନେମାର ଡେବ୍ୟୁ ‘ବ୍ୟାଡ ବୟ’ ରୁ ହେବାକୁ ଯାଉଛି ।

ମିଥୁନ ଦା ଙ୍କ ପୁଅ ନମାଶି କୁ 29 ବର୍ଷ ବୟସ । ତାଙ୍କ ଜନ୍ମ 4 ସେପ୍ଟେମ୍ବର 1992 ରେ ହୋଇଥିଲା । ନମାଶି ପିଲ୍ମ ଲାଇନ କୁ କ୍ୟାରିଅର ହିସାବରେ ବଚିଛନ୍ତି ଆଉ ଏବେ ସେ ଡେବ୍ୟୁ ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି । କହିଦେଉଛୁ କି ଏହି ପିଲ୍ମ ରେ ତାଙ୍କ ସାଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅମରିନ କୁରେଶି ନଜର ଆସିବାକୁ ଯାଉଛନ୍ତି ।

ସ୍ଥଗିତ ହେଲା ‘ ବ୍ୟାଡ ବୟ ‘ ର ରିଲିଜ

କହିରଖୁଛୁ ଯେ ପିଲ୍ମ ‘ବ୍ୟାଡ ବୟ’ ର ସୁଟିଙ୍ଗ ବହୁତ ସମୟ ପୂର୍ବରୁ ହେଇସାରିଥିଲା ଆଉ ପିଲ୍ମ ରିଲିଜ ହେବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲା । କିନ୍ତୁ କରୋନା ମହାମାରୀ ର କାରଣ ରୁ ପିଲ୍ମ ର ରିଲିଜ ତାରିଖ ସ୍ଥଗିତ କରା ଯାଇଥିଲା । ଯଦିଓ ବର୍ତ୍ତମାନ ପିଲ୍ମ ଏହି ବର୍ଷ ରିଲିଜ ହେଇଯିବ,କୁହାଯାଉଛି କି ‘ବ୍ୟାଡ ବୟ’ ଅକ୍ଟୋବର ରେ ରିଲିଜ ହେବାର ଖବର ମିଳିଛି ।

ଆପଣ ଦେଖିପାରୁଥିବେ କି ନମାଶି ନିଜ ପିତା ଙ୍କ ପରି ଦେଖାଯାଉଛନ୍ତି । ତାଙ୍କର ବହୁତ ଫୋଟୋ ଆଉ ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି । ନମାଶି ଙ୍କର ନିଜ ଇଷ୍ଟାଗ୍ରାମ ଆକାଉଣ୍ଟ ଅଛି ଯେଉଁଠି ତାଙ୍କୁ 46ହଜାର ରୁ ଅଧିକ ଲୋକ ଫୋଲୋ କରୁଛନ୍ତି । ସେ ଏମିତି ବେଳେବେଳେ ତାଙ୍କ ଫୋଟୋ ଆଉ ଭିଡ଼ିଓ ପୋଷ୍ଟ କରିଥାନ୍ତି ।

ମିଥୁନ ମଧ୍ୟ ‘ବ୍ୟାଡ ବୟ’ ରେ ନଜର ଆସିବେ

ସୂଚନା ଅନୁସାରେ ,’ବ୍ୟାଡ ବୟ’ ରେ ମିଥୁନ ଦା ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ଏହି ପିଲ୍ମର ନିର୍ଦେଶକ ରାଜକୁମାର ସଂତୋଷି ଅଟନ୍ତି । ଫିଲ୍ମ ରେ ଜନି ଲିୱର,ରାଜପାଲ ୟାଦବ ଙ୍କ ପରି ବଡ଼ ବଡ଼ ତାରକା ମଧ୍ୟ କାମ କରିଛନ୍ତି ।

ଉଲ୍ଲେଖନୀୟ କି ନମାଶି ଙ୍କ ପୂର୍ବରୁ ତାଙ୍କ ବଡ଼ ଭାଇ ଆଉ ମିଥୁନ ଦା ଙ୍କ ବଡ଼ ପୁଅ ମହାକ୍ଷୟ ଚକ୍ରବର୍ତ୍ତୀ ମଧ୍ୟ ଅନେକ ପିଲ୍ମ ରେ କାମ କରିସାରିଛନ୍ତି କିନ୍ତୁ ସେ ସଫଳ ହେଇପାରିନାହଁନ୍ତି ।

Leave a Reply

Your email address will not be published. Required fields are marked *