ଦେଖନ୍ତୁ ଭିଡ଼ିଓ : ଅଲ୍ଲୁ ଅର୍ଜୁନ୍ ଙ୍କ ଗୀତରେ ଏପରି ଡ୍ୟାନ୍ସ କଲେ ଏହି କୁନି ଝିଅ, ତାଙ୍କ ଡ୍ୟାନ୍ସ ଏବେ ନିଆଁ ଭଳି ସୋସିଆଲ୍ ମିଡିଆରେ ହେଉଛି ଭାଇରାଲ୍।

ସୋସିଆଲ ମିଡ଼ିଆରେ ତ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ, ଗୀତ ଆଦି ଭାଇରାଲ୍ ହୋଇଥାଏ। ସେହି ସବୁ ଭିଡିଓ ମଧ୍ୟରୁ କିଛି ଭିଡିଓ ଏପରି ଥାଏ କି ଯାହା ଟ୍ରେଣ୍ଡରେ ଥାଏ, ଆଉ ଲୋକମାନେ ସେହି ଗୀତ କିମ୍ବା ଡାଇଲଗ୍ ବା ଡ୍ୟାନ୍ସରେ ଭିଡିଓ କରି ସୋସିଆଲ୍ ସାଇଟ୍ ରେ ସେୟାର୍ କରି ଥାଆନ୍ତି। ସେହି ସମୟରେ ଲୋକଙ୍କ ମଧ୍ୟରେ ସେହି ଭିଡିଓ ବା ରିଲ୍ସକୁ ନେଇ କ୍ରେଜ୍ ଦେଖିବାକୁ ମିଳିଥାଏ।

ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପାରାଜର ଟ୍ରେଲର ରିଲିଜ ହେବା ଦିନ ଠାରୁ ହିଁ ପୁରା ଭାରତରେ ଏକ ଭିନ୍ନ ପ୍ରକାରର କ୍ରେଜ ଦେଖିବାକୁ ମିଳୁଥିଲା।ସମସ୍ତେ ତାଙ୍କର ଷ୍ଟାଇଲକୁ କପି କରି ଭିଡିଓ ଓ ରୀଲ୍ସ କରୁଥିଲେ।ଏହା ପରେ ଧୀରେ ଧୀରେ ତାଙ୍କର ଗୋଟିଏ ପରେ ଗୋଟିଏ ଗୀତ ଓ ଶେଷରେ ଯେତେବେଳେ ଫିଲ୍ମ ରିଲିଜ ହେଲା ତେବେ ତାଙ୍କର ଫିଲ୍ମ ପୁଷ୍ପାରାଜ ଲୋକମାନଙ୍କ ମୁଣ୍ଡରେ ଚଢିଗଲା।

ଲୋକମାନେ ଫିଲ୍ମରେ ଅଭିନେତା ଅଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଷ୍ଟାଇଲକୁ କପି କରି ତାଙ୍କର ଗୀତାରେ ନାଚି ଭିଡିଓ ଶେୟାର କରିବା ଆରମ୍ଭ କରିଦେଲେ। ଯାହାକୁ ସମସ୍ତେ ପସନ୍ଦ ବି କରୁଥିଲେ। କିନ୍ତୁ ବର୍ତ୍ତମାନ ଗୋଟିଏ କୁନି ପିଲାର ଭିଡିଓ ଭାଇରାଲ ହେଉଛି।ଯେଉଁଥିରେ ସେ ଅଲୁ ଅର୍ଜୁନର ଶ୍ରୀବଳି ଗୀତରେ ଡାନ୍ସ କରୁଥିବାର ନଜର ଆସୁଛି।

ସବୁଠୁ ବଡ କଥା ଏହା ଅଟେ କି କୁନି ପିଲାଟି ହଗିସ ପିନ୍ଧିଛି ତଥାପି ସେ ଅଲୁ ଅର୍ଜୁନ ଭଳି ଗୋଡ ରଗଡି ରଗଡି ନାଚିବା ଆରମ୍ଭ କରି ଦେଇଛି। ଅଲୁ ଅର୍ଜୁନଙ୍କ ଫିଲ୍ମ ଚାରିଆଡେ ବର୍ତ୍ତମାନ ଧମାଲ କରିବାରେ ଲାଗିଛି। ଯେତେ ପୁରୁଣା ହେଲେ ବି ବର୍ତ୍ତମାନ ବି ସମସ୍ତେ ପୁଷ୍ପା ଫିଲ୍ମ ଓ ତାର ଗୀତକୁ ପସନ୍ଦ କରୁଛନ୍ତି। ଛୋଟ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ଗୀତରେ ନାଚୁଛନ୍ତି।

ବର୍ତ୍ତମାନ ଗୋଟିଏ ଛୋଟ ପିଲାର ଭିଡିଓ ଭାଇରାଲ ହେଉଛି। ଟିଭିରେ ପୁଷ୍ପା ଫିଲ୍ମର ଶ୍ରୀବଳି ଗୀତ ବାଜୁଛି ଓ ତଳେ ଏହି କୁନି ପିଲାଟି ଗୀତର ତାଳେ ତାଳେ ହଗିସ ପିନ୍ଧି ଟିଭି ଆଗରେ ପୁରା ଗୋଡ ରଗଡି ରଗଡି ନାଚୁଛି। ସେ ପୁରା ଅଲୁ ଅର୍ଜୁନଙ୍କ ଭଳି ଗୋଟିଏ କାନ୍ଧକୁ ଉପରକୁ ଟେକି ଗୋଡକୁ ଘଷି ଘଷି ନାଚୁଛି।

କୁହାଯାଉଛି ଏହି ଭିଡିଓଟି ଆନ୍ଧ୍ରପ୍ରଦେଶର। କିନ୍ତୁ ବର୍ତ୍ତମାନ ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।ଲକ୍ଷ ଲକ୍ଷ ଲୋକମାନେ ଏହି ଭିଡିଓକୁ ଦେଖିବା ଶେୟାର କରିବା ସହ ଭଲ ଭଲ କମେଣ୍ଟ ବି କରୁଛନ୍ତି।ଏହା ପୂର୍ବରୁ କ୍ରିକେଟ ଜଗତର ଆନ୍ତର୍ଜାତିକ ଖେଳାଳିମାନେ ଓ ବିଦେଶର କିଛି ଲୋକମାନେ ବି ଏହି ଟ୍ରେଣ୍ଡରେ ସାମିଲ ହୋଇଥିଲେ। କିନ୍ତୁ ଛୋଟ ପିଲାର ଏହି ଡାନ୍ସ ଆଗରେ ଅନ୍ୟ ସମସ୍ତଙ୍କ ଡାନ୍ସ ଫିକା ପଡି ଯାଇଛି।

Leave a Reply

Your email address will not be published. Required fields are marked *