ଗୋଟେ ହାତରେ ପତ୍ନୀର କଟା ମୁଣ୍ଡ, ଆଉ ଗୋଟେ ହାତରେ ଛୁରୀ ଏବଂ ମୁହଁରେ ହସ.. , ଭାଇରଲ ଭିଡ଼ିଓ ଦେଖି ହଲିଗଲା ପୁରା ଅଞ୍ଚଳ

ଗଳିରେ ଜଣେ କ୍ଷତବିକ୍ଷତ ଯୁବତୀଙ୍କ କଟା ମୁଣ୍ଡ ଧରିଥିବା ଜଣେ ବ୍ୟକ୍ତିଙ୍କ ଭାଇରାଲ ଭିଡିଓ ସମଗ୍ର ଇରାନକୁ ଥରାଇ ଦେଇଛି। ଯେତେବେଳେ ବ୍ୟକ୍ତି ଜଣକ ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ ଅନ୍ୟ ଜଣେ ବ୍ୟକ୍ତି ସହ ପ୍ରେମ ସମ୍ପର୍କ ରଖିଛନ୍ତି ସେତେବେଳେ ସେ ଏହି ଘଟଣା କରିଥିଲେ। 17 ବର୍ଷ ବୟସ୍କା ମୋନା ହେଦରୀଙ୍କୁ ତାଙ୍କ ସ୍ୱାମୀ ଦକ୍ଷିଣ-ପଶ୍ଚିମ ସହର ଅହଭାଜରେ ହତ୍ୟା କରିଛନ୍ତି।

ସୋମବାର ସୁଦ୍ଧା କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କୁ ସୂଚାଇ ରାଜ୍ୟ ନ୍ୟୁଜ୍ ଏଜେନ୍ସି ଆଇଆରଏନ୍ଏ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଅଧିକାରୀମାନେ ଦୁଇ ଜଣଙ୍କୁ ଗିରଫ କରିଥିଲେ। ଏହି ପ୍ରସଙ୍ଗରେ ଇରାନର ଉପଅଧକ୍ଷ ଏନ୍ସିହ ଖଜାଲୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ତଥା ଏଭଳି ଘଟଣାକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବାକୁ ସଂସଦର କର୍ତ୍ତୃପକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି।

ଏହି ଘଟଣାକୁ ନେଇ ଇରାନର ଲୋକଙ୍କୁ ଆସିଲା କ୍ରୋଧ।

ଇରାନର ଖବରକାଗଜ ଏବଂ ସୋସିଆଲ ମିଡିଆରେ ଏହି ହତ୍ୟାକାଣ୍ଡ ଉପରେ ଆଶ୍ଚର୍ଯ୍ୟପଣ ଓ କ୍ରୋଧଭାବ ଦେଖାଯାଉଛି। ଅନେକ ସାମାଜିକ ତଥା ଆଇନଗତ ନିୟମ ଆଣିବାକୁ ଆହ୍ୱାନ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଜଣେ ମଣିଷର ମୁଣ୍ଡ କାଟି ଦିଆଯାଇଥିଲା ତାଙ୍କ ମୁଣ୍ଡ ରାସ୍ତାରେ ପଡିଥିବାର ଦେଖାଗଲା ଏବଂ ହତ୍ୟାକାରୀ ଏହା ପାଇଁ ଗର୍ବିତ ଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ” ଏପରି ନିର୍ଦୟପରି କରାଯାଇଥିବା ହତ୍ୟାକାଣ୍ଡକୁ ଆମେ କିପରି ସହ୍ୟ କରିପାରିବା। ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଯାହା ଦ୍ୱାରା ଏହା ଆଉ କୌଣସି ମହିଳାଙ୍କ ସହ ନହେବ।

ଲୋକପ୍ରିୟ ନାରୀବାଦୀ ଚଳଚ୍ଚିତ୍ର ନିର୍ମାତା ତହମିନେ ମିଲାନି ଇନଷ୍ଟାଗ୍ରାମରେ ଲେଖିଛନ୍ତି, ମୋନା ବିନାଶକାରୀ ଅଜ୍ଞାନତାର ଶିକାର ହୋଇଥିଲେ। ଏହି ଅପରାଧ ପାଇଁ ଆମେ ସମସ୍ତେ ଦାୟୀ ବୋଲି ସେ କହିଛନ୍ତି। ହେଦରୀଙ୍କ ହତ୍ୟା ପରେ ମହିଳାଙ୍କୁ ପାରିବାରିକ ହିଂସାରୁ ରକ୍ଷା କରିବା ଏବଂ ବିବାହ ପାଇଁ ଆଇନିଗତ ବୟସ ବଢାଇବା ପାଇଁ ଦାବି ପୁଣି ଜୋରଦାର ହୋଇଛି। ବର୍ତ୍ତମାନ ଇରାନରେ ବିବାହର ସର୍ବନିମ୍ନ ବୟସ 13 ବର୍ଷ।

ରିପୋର୍ଟ ଅନୁସାରେ ଯେତେବେଳେ ସେହି ମହିଳା ବିବାହ କରିଥିଲେ ସେତେବେଳେ ପୀଡିତାଙ୍କୁ ମାତ୍ର 12 ବର୍ଷ ହୋଇଥିଲା ଏବଂ ହତ୍ୟା ହେବା ବେଳକୁ ତାଙ୍କର ତିନି ବର୍ଷର ପୁଅ ଥିଲା। ଓକିଲ ଅଲି ମୋଜତାହେଦଜାଦେହ ସୁଧାରବାଦୀ ପେପର ସର୍ଗ (Reformist Paper Shargh) ରେ “ଏହି ହତ୍ୟା” କୁ ନେଇ ଆଇନିଗତ ନିୟମର ମୁର୍ଖତାକୁ ଦର୍ଶାଇଛନ୍ତି।

“ଦୁର୍ଭାଗ୍ୟବଶତଃ ଆମେ ଏଭଳି ଘଟଣା ଦେଖୁଛୁ କାରଣ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ଆଇନର କାର୍ଯ୍ୟକାରିତାକୁ ନିଶ୍ଚିତ କରିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନାହିଁ ବୋଲି ନ୍ୟୁଜ୍ ଏଜେନ୍ସିକୁ ସଂସଦର ସଦସ୍ୟ ଏଲହମ୍ ନଦଫ୍ (Elham Nadaf) କହିଛନ୍ତି।

ଏହି ସମୟରେ ଅଧିକାରୀମାନେ ନ୍ୟୁଜ୍ ୱେବସାଇଟ୍ Roknaକୁ ବନ୍ଦ କରି ଏହା ଏକ ମନୋବୈଜ୍ଞାନିକ ସ୍ତରରେ ବିଚଳିତ ସମାଜ ବୋଲି କହିଥିଲେ। ବାସ୍ତବରେ ସେହି ୱେବସାଇଟ୍ ଉକ୍ତ ବ୍ୟକ୍ତିଙ୍କ ଭାଇରାଲ୍ ଭିଡିଓ ସେୟାର କରିଥିଲା।

Leave a Reply

Your email address will not be published. Required fields are marked *