ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବରଦାନ ଅଟେ ତେଜ ପତ୍ର,ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

ତେଜ ପତ୍ର ଆମ ଘର ରୋଷେଇ ଘରେ ବ୍ୟବହାର ହେଉଥିବା ଗୋଟେ ସାମାନ୍ୟ ଜିନିଷ ଟିଏ | ଖାଦ୍ୟରେ ତେଜ-ପତ୍ର ପକେଇବା ମାତ୍ରେ ତାର ସ୍ୱାଦ ଆଉ ବାସ୍ନା ଉଭୟ ବଢି ଯାଇଥାଏ |

ହେଲେ ଖୁବ୍ କମ୍ ଲୋକ ଏହା ଜାଣନ୍ତି ଯେ ତେଜ ପତ୍ର ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ | ଏହାକୁ ଖାଇବା ଦ୍ୱାରା ନା କେବଳ ଶରୀରର ୟୁମିନିଟ ଶକ୍ତିଶାଳୀ ହୋଇଥାଏ ବରଂ ଶରୀର ରୁ ଅନେକ ରୋଗ ମଧ୍ୟ ଗାଏବ ହୋଇଯାଇଥାଏ |

କିଡନୀ ରୋଗରେ ଫାଇଦା :-

ତେଜ ପତ୍ର ଖାଇବା ଦ୍ୱାରା କିଡନୀ ସମସ୍ୟାରେ ଏହା ବହୁତ ଲାଭଦାୟକ ହୋଇଥାଏ | ଏହାର ବ୍ୟବହାର ଦ୍ୱାରା କିଡନୀରେ ପଥର ତିଆରି ହୁଏନାହିଁ ଆଉ ସିଏ ସ୍ମୁଥ ତରିକାରେ ନିଜର କାର୍ଯ୍ୟ କରିଥାଏ | ଏହା ଦ୍ୱାରା ପରିସ୍ରା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ସବୁଦିନ ପାଇଁ ଚାଲିଯାଇଥାଏ |

ଖାଇବା ହଜମ କରିବାରେ ସାହାଯ୍ୟ କରେ:-

ଅନେକ ଲୋକଙ୍କୁ ଖାଇବା ପରେ ହଜମ ନ-ହେବା ଭଳି ସମସ୍ୟାର ସାମ୍ନା କରିବାକୁ ପଡିଥାଏ | ଖାଇବା ମାତ୍ରେ ହିଁ ତାଙ୍କୁ କୋଷ୍ଠକାଠିନ୍ୟ, ପେଟ-କାଟିବା ଆଉ ଏସିଡିଟି ପରି ସମସ୍ୟା ତାଙ୍କୁ ବହୁତ କଷ୍ଟ ଦେଇଥାଏ | ଏହି ପରିସ୍ଥିତିରେ ଯଦି ତେଜ ପତ୍ର ବ୍ୟବହାର ହେଇଥିବା ଖାଇବାକୁ ସେବନ କରନ୍ତି ତାହାଲେ ପେଟ ସହିତ ଜଡିତ ରୋଗମାନଙ୍କ ପାଖରୁ ବହୁତ ମାତ୍ରାରେ ଆରାମ ପାଇ ପାରିବେ |

ଆଖି ଆଉ ରକ୍ତ ପାଇଁ ଅଟେ ଲାଭଦାୟକ :-

ତେଜ ପତ୍ରରେ ଭିଟାମିନ-ସି ଆଉ ଭିଟାମିନ-ଏ ମଧ୍ୟ ମିଳିଥାଏ | ଏହି ଦୁଇଟି ଭିଟାମିନ୍ ଆମ ଶରୀରର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ଅଟେ | ଭିଟାମିନ-ସି ଆମ ଶରୀରରେ ଧଳା ରକ୍ତ କଣିକା ବୃଦ୍ଧି ପାଇଁ କାମ କରେ | ଏହା ଶରୀରର ୟୁ-ମିନିଟି ବଢ଼େଇଥାଏ | ଆଉ ସେହି ସମୟରେ, ଭିଟାମିନ୍-ଏ ଆମ ଆଖିର କ୍ଷମତାକୁ ବଢ଼ାଇଥାଏ |

ଇନସୁଲିନ୍ କୁ କରେ କଣ୍ଟ୍ରୋଲ୍ :-

ଯେଉଁମାନେ ଡ଼ାଇ-ବେଟିସି ରୋଗୀ, ସେମାନଙ୍କ ପାଇଁ ତେଜ ପତ୍ର ଏକ ଚମତ୍କାରଠାରୁ କିଛି କମ୍ ନୁହେଁ | ଏହାକୁ ସେବନ କରିବା ଦ୍ୱାରା ଏହା ଡ଼ାଇ-ବେଟିସି ରୋଗୀଙ୍କର ଇନସୁଲିନର ବଢିଥିବା-କାମୁଥିବା ମାତ୍ରକୁ କଣ୍ଟ୍ରୋଲ କରିବାର କାମ କରିଥାଏ | ଆପଣ ଏହାକୁ ଭାତ, ଡାଲି, କିମ୍ବା କାଜୁରେ ପୁରା ପତ୍ରକୁ ମିଶାଇ କିମ୍ବା ସୁପ୍ ରେ ଛୋଟ ଖଣ୍ଡ ଆକାରରେ ଆପଣ ଏହାକୁ ବ୍ୟବହାର କରିପାରବେ |

ଅନିଦ୍ରା ସମସ୍ୟାକୁ କରିଥାଏ ଦୂର :-

ଯଦି ଆପଣ ଅନିଦ୍ରାର ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ତେଜ ପତ୍ର ଆପଣଙ୍କ ପାଇଁ ରାମ-ବାଣ ଭାବରେ କାମ କରିପାରିବ | ଆପଣ ରାତିରେ ଶୋଇବା ପୂର୍ବରୁ ତେଜ ପତ୍ର ବ୍ୟବହାର କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ | ତେଜ ପତ୍ରର ତେଲରୁ ଅଳ୍ପ ବୁନ୍ଦା ଉଷୁମ ପାଣିରେ ମିଶାଇ ପିଇବା ଦ୍ୱାରା ଭଲ ନିଦ ହୋଇଥାଏ |

Leave a Reply

Your email address will not be published. Required fields are marked *