ଦେଖନ୍ତୁ ଭିଡିଓ : ମହିଳା ବନ୍ଧୁଙ୍କ ବ୍ଲାକମେଲିଙ୍ଗ ଆତ୍ମହତ୍ୟା କଲେ ଇନ୍ସପେକ୍ଟର,ଶେଷ ଥର ପାଇଁ ଗୀତ ଗାଇଥିଲେ – ‘ମେରେ ନୟନା ସାୱାନ୍ ଭାଦୋ।’

ମହିଳା ବନ୍ଧୁଙ୍କ ଉପରେ ବିରକ୍ତ ହୋଇ ଜଣେ ପୋଲିସ କର୍ମଚାରୀ ଶେଷରେ ନିଜ ଜୀବନ ଦେଇଥିଲେ । ଏହି ଇନ୍ସପେକ୍ଟରଙ୍କୁ ତାଙ୍କର ଜଣେ ମହିଳା ବନ୍ଧୁ ଦୀର୍ଘ ସମୟ ଧରି ବ୍ଲାକମେଲ କରୁଥିଲେ । ଏହି ଘଟଣାଟି ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାର ଅଟେ । କଣ ରହିଛି ସମ୍ପୁର୍ଣ୍ଣ ଘଟଣା ଆପଣଙ୍କୁ ଆଗକୁ କହିବୁ

ରାଜଗଡ଼ ଜିଲ୍ଲାର କରଣୱାସ୍ ପୋଲିସ୍ ଷ୍ଟେସନରେ ପୋଷ୍ଟିଙ୍ଗ ହୋଇଥିବା ଏଏସଆଇ ରାଜେନ୍ଦ୍ର ମାଲଭିୟ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସେ ଗୀତ ଗାଇବାକୁ ଭଲ ପାଉଥିଲେ। ୧୬ଦିନ ଜୀବନ ଆଉ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଚିକିତ୍ସିତ ସମୟରେ ଏଏସଆଇ ଭୋପାଳରେ ମୃତ୍ୟୁ ବରଣ କରିଥିଲେ । ନରସିଂହଗଡର ବାସିନ୍ଦା ଏଏସଆଇ ରାଜେନ୍ଦ୍ର ତାଙ୍କ ପରିଚିତ ମହିଳାଙ୍କ ବ୍ଲାକମେଲିଂର ଶିକାର ହୋଇଥିଲେ।

ସେ ଆତ୍ମହତ୍ୟା ପୂର୍ବରୁ ଶେଷ ଗୀତ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ “ମେରେ ନେନା ସାୱାନ ଭାଦୋ ଫିର ଭୀ ମେରା ମନ୍ ପ୍ୟାସା” ଗାଇଥିଲେ । ତାଙ୍କର ଏହି ଗୀତ ସୋସିଆଲ ମିଡିଆରେ ଅପଲୋଡ୍ ହେବା ପରେ ଭାଇରାଲ ହୋଇ ଯାଇଛି ।

କରନୱାସ୍ ଥାନାରେ ପୋଷ୍ଟିଂଗ ପାଇଥିଲେ

ରାଜଗଡ ଜିଲ୍ଲାର କରଣୱାସ୍ ପୋଲିସ୍ ଷ୍ଟେସନରେ ପୋଷ୍ଟ ହୋଇଥିବା ଏଏସ୍ଆଇ ରାଜେନ୍ଦ୍ର ମାଲଭିୟ ଜାନୁଆରୀ ୧୩ ତାରିଖରେ ଅପରାହ୍ନ ୩ଟାରେ ହୋଟେଲ ଅମର ପ୍ୟାଲେସକୁ ଖାଇବାକୁ ଯାଇଥିଲେ । ଆଗ୍ରା-ମୁମ୍ବାଇ ରାଜପଥରେ ଅବସ୍ଥିତ ଏକ ହୋଟେଲରେ ଖାଦ୍ୟ ଖାଇବାବେଳେ ରାଜେନ୍ଦ୍ର ସଲଫାସ୍ ଟାବଲେଟ୍ ଖାଇ ଦେଇଥିଲେ ।

ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା, ସେତେବେଳେ ହୋଟେଲ କର୍ମଚାରୀ କରଣୱାସ୍ ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ । ପୋଲିସ ଷ୍ଟେସନରୁ ଟିମ୍ ଘଟଣାସ୍ଥଳରେ ପହଂଚି ବାନ୍ତି କରୁଥିବା ଏଏସଆଇ ରାଜେନ୍ଦ୍ରଙ୍କୁ ବ୍ୟାୱରାର ଡାକ୍ତରଖାନାକୁ ନେଇଥିଲେ । ଯେତେବେଳେ ତାଙ୍କ ଅବସ୍ଥା ଆହୁରି ଖରାପ ହେଲା, ଡାକ୍ତର ତାଙ୍କୁ ଭୋପାଳକୁ ପଠାଇ ଦେଇଥିଲେ । ଭୋପାଳର ଚିରାୟୁ ହସ୍ପିଟାଲରେ ୧୬ ଦିନ ଚିକିତ୍ସା ହେବା ପରେ ତାଙ୍କର ଦେହାନ୍ତ ହୋଇଥିଲା ।

ବ୍ଲାକମେଲିଂ ପାଇଁ ଚିନ୍ତିତ ଥିଲେ ।

ସାଥୀ ପୋଲିସ୍ କର୍ମଚାରୀ କହିଛନ୍ତି ଯେ ଏଏସ୍ଆଇ ରାଜେନ୍ଦ୍ର କିଛି ଦିନ ଧରି ଚାପରେ ଥିଲେ । ବିଷ ଖାଇବା ପୂର୍ବରୁ ରାଜେନ୍ଦ୍ର ତାଙ୍କ କ୍ୱାର୍ଟରରେ ଏକ ଦୁଃଖଦାୟକ ଗୀତ ଗାଇ କରି ମୋବାଇଲରେ ରେକର୍ଡ କରିଥିଲେ । ଏହି ଗୀତଟି ଥିଲା “ମେରେ ନେନା ସାୱାନ୍ ଭଦୋ,ଫିର ଭି ମେରା ମନ ପ୍ୟାସା ‘। ଏହି ଗୀତ ଗାଇବାବେଳେ ସେ ଅସନ୍ତୁଷ୍ଟ ବହୁତ ଦୁଃଖରେ ଥିଲା ଭଳି ଦେଖାଯାଉଥିଲେ । ରାଜେନ୍ଦ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ଏହି ଗୀତ ସାମ୍ନା କୁ ଆସିଥିଲା ।

କରଣୱାସ୍ ଥାନାର ଟିଆଇ ଅଜୟ ଯାଦବ କହିଛନ୍ତି ଯେ ନରସିଂହଗଡର ଗୀତା ମେୱଡେ ତାଙ୍କୁ କିଛି ଦିନ ଧରି ବ୍ଲାକମେଲ କରି,ଏଏସାଇକୁ ହଇରାଣ କରୁଥିଲେ।

ଏହି କାରଣରୁ ବିରକ୍ତ ହୋଇ ଏଏସଆଇ ରାଜେନ୍ଦ୍ର ମାଲଭିୟ ସଲଫାସ୍ ଟାବଲେଟ୍ ଖାଇ ଜୀବନ ଦେବାକୁ ଚେଷ୍ଟା କରିଥିଲେ । ଏଏସଆଇ ରାଜେନ୍ଦ୍ରଙ୍କ ସବୁ ବୟାନ କୁ ଆଧାର କରି, ଧାରା ୩୮୪ ଅନୁଯାୟୀ ଗୀତା ମେଭଡେଙ୍କ ବିରୋଧରେ ବ୍ଲାକମେଲ କରିବାର ମାମଲା ରୁଜୁ କରାଯାଇଥିଲା । ଚିକିତ୍ସା ସମୟରେ ରାଜେନ୍ଦ୍ରଙ୍କ ମୃତ୍ୟୁ ପରେ,ଏଫଆଇଆରରେ ଆତ୍ମହତ୍ୟା ପାଇଁ ବାଧ୍ୟ କରିବାର ଧରାଗୁଡିକୁ ବୃଦ୍ଧି କରାଯାଇଛି। ଅଭିଯୁକ୍ତ ମହିଳାଙ୍କୁ ଶୀଘ୍ର ଗିରଫ କରାଯିବ।

Leave a Reply

Your email address will not be published. Required fields are marked *