ସାଙ୍ଗମାନଙ୍କ ଠାରୁ ଚିଡି ଯାଇ ତିଆରି କଲେ ଏପରି ପାୱାର ବ୍ୟାଙ୍କ, ଯେଉଁଥିରେ ଚାଲିପାରିବ ଟିଭି ଏବଂ ୱାଶିଙ୍ଗ ମେସିନ ସବୁ କିଛି ……

ସ୍ମାର୍ଟଫୋନ୍ ଏବଂ ଲାପଟପ୍ ରୁ ରିମୁଭୱେଲ ବ୍ୟାଟେରୀ ହଟାଇବା ପରେ ପାୱାର୍ ବ୍ୟାଙ୍କଗୁଡିକର ଚାହିଦା ବହୁତ ବୃଦ୍ଧି ପାଇଛି। ପ୍ରଥମରୁ ଗ୍ରାହକ 5000mAh ପାୱାର ବ୍ୟାଙ୍କ କିଣୁଥିଲେ ଯାହା ସେମାନଙ୍କ ଫୋନକୁ ଗୋଟିଏରୁ ଦୁଇଥର ଚାର୍ଜ କରିବାରେ ସାହାଯ୍ୟ କରିଥିଲା।କିନ୍ତୁ ଧୀରେ ଧୀରେ 10,000mAh ଏବଂ 20,000mAh ପାୱାର ବ୍ୟାଙ୍କଗୁଡିକ ମଧ୍ୟ ବଜାରକୁ ଆସିବା ଆରମ୍ଭ କଲା।

ଜଣେ ଚାଇନିଜ୍ ବ୍ୟକ୍ତି ପାୱାର ବ୍ୟାଙ୍କକୁ ଏକ ନୂଆ ଧାରାରେ ନେଇଛନ୍ତି। ଏହି ବ୍ୟକ୍ତି 270 ଲକ୍ଷ mAh ର ଏକ ପାୱାର୍ ବ୍ୟାଙ୍କ ପ୍ରସ୍ତୁତ କରିଛନ୍ତି। ଚାଇନିଜ୍ ଇନଫ୍ଲୁଏନ୍ସର ହାଣ୍ଡି ଗେଙ୍ଗ( Handy Geng) ୟୁଟ୍ୟୁବ୍ ଏବଂ ଚାଇନାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ୱାଇବୋରେ (Weibo) ରେ ଭିଡିଓ ଅପଲୋଡ୍ କରିଛନ୍ତି ଯେଉଁଥିରେ ସେ 27,000,000mAh ପୋର୍ଟେବଲ୍ ପାୱାର୍ ବ୍ୟାଙ୍କ୍ ବିଷୟରେ ସୂଚନା ଦେଇଛନ୍ତି।

ଭିଡିଓରେ ହାଣ୍ଡି କହିଛନ୍ତି ଯେ ସେ ତାଙ୍କ ବନ୍ଧୁଙ୍କ ବଡ ପାୱାର ବ୍ୟାଙ୍କ ଉପରେ ଚିଡି ଯାଇଥିଲେ। ସେ ତାଙ୍କୁ ଦେଖାଇବାକୁ ଚାହୁଁଥିଲେ ଯେ ତାଙ୍କର ସବୁଠାରୁ ବଡ ବ୍ୟାଟେରୀ ସହିତ ବଡ ପାୱାର ବ୍ୟାଙ୍କ ଅଛି। ହାଣ୍ଡି ଏହି ପାୱାର୍ ବ୍ୟାଙ୍କ୍ ପ୍ରସ୍ତୁତ କରିବା ପାଇଁ ଫ୍ଲାଟ ବ୍ୟାଟେରୀ ପ୍ୟାକ୍ କିଣିଥିଲେ।

ଏଥିରେ ଲାଗିଥିବା ବ୍ୟାଟେରୀ ପ୍ୟାକ୍ ଗୁଡିକ ଇଲେକ୍ଟ୍ରିକ ଯାନରେ ବ୍ୟବହୃତ ବ୍ୟାଟେରୀ ପ୍ୟାକ୍ ପରି। ଏହା ପରେ ସେ ଏକ ସିଲଭର ମେଟାଲିକ କେସ୍ ସହିତ ବ୍ୟାଟେରୀ ପ୍ୟାକ୍ କୁ କଭର ଦେଇଥିଲେ। କଭର ସାହାଯ୍ୟରେ ଏହାକୁ ପାୱାର ବ୍ୟାଙ୍କ ପରି ଏକ ଡିଜାଇନ୍ ଦିଆଯାଇଛି। ଏହା ପରେ ସେ ଇନପୁଟ୍ ଏବଂ ଆଉଟପୁଟ୍ ଚାର୍ଜିଂ ପୋର୍ଟ ସେଟ୍ଅପ୍ କରିଛନ୍ତି।

ହାଣ୍ଡି ଗୋଟିଏ ଇନପୁଟ୍ ଚାର୍ଜିଂ ପୋର୍ଟ ଲଗାଇଛନ୍ତି ଯାହା 60 ଟି ଆଉଟପୁଟ୍ ଚାର୍ଜିଂ ପୋର୍ଟ ପ୍ରଦାନ କରେ। ଏହା 220V ପର୍ଯ୍ୟନ୍ତ ସପୋର୍ଟ କରେ। ରିପୋର୍ଟ ଅନୁଯାୟୀ ଏହି ଡିଭାଇସ୍ ସାହାଯ୍ୟରେ ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଟାବଲେଟ୍ ଭଳି 20 ଟି ଡିଭାଇସ୍ ଏକାସାଙ୍ଗରେ ଚାର୍ଜ ହୋଇପାରିବ।

କେବଳ ଏତିକି ନୁହେଁ ଏହି ପାୱାର ବ୍ୟାଙ୍କର ସାହାଯ୍ୟରେ ଟିଭି, ୱାସିଂ ମେସିନ୍ ଏବଂ ଇଲେକ୍ଟ୍ରିକ୍ ଇନଡକ୍ସନ୍ କୁକର ମଧ୍ୟ ବ୍ୟବହାର କରାଯାଇପାରିବ। ଏଥିରେ ସର୍ଟ ସର୍କିଟର କୌଣସି ଡର ନାହିଁ। କିନ୍ତୁ ଏହାର ଆକାରକୁ ଦେଖି ଏହାକୁ ପୋର୍ଟେବଲ୍ କୁହାଯାଇପାରିବ ନାହିଁ।

Leave a Reply

Your email address will not be published. Required fields are marked *