ମଣିଷ ପ୍ରେମରେ ସିଂହ ଛୁଆ……..ଦେଖନ୍ତୁ ଭିଡ଼ିଓ

ବାସ୍ତବରେ ମଣିଷ ଏହି ଦୁନିଆରେ ଶ୍ରେଷ୍ଠ ଜୀବ ବୋଲି ପରି ଗଣିତ ହୋଇଛି । ମଣିଷ ପାଖରେ ଏହି ଗୁଣ ନିହାତି ଭାବରେ ରହିଛି ଯାହା ପାଇଁ ସେ ପରକୁ ଭି ଆପଣା କରି ପାରିଥାଏ । ମଣିଷ ପାଖରେ ସବୁ କିଛିକୁ ନିଜର କରିବାର ସାମର୍ଥ୍ୟ ରହିଛି । ମଣିଷ ହେଉ କି ପଶୁ ହେଉ । ସମସ୍ତ ଜୀବ ଜନ୍ତୁଙ୍କର ଜନ୍ମ ରହିଛି ମାନେ ମରଣ ଭି ସୁନିଶ୍ଚିନ୍ତ । ହେଲେ ଆମେ ସାଧାରଣ ମଣିଷ ମାନଙ୍କ କଥା କହିବୁ ମଣିଷ ମାନେ ପାପ ଓ ପୁଣ୍ୟ ଭିତରେ ନିଜେ ପଶି ହୋଇ ରହିଥାନ୍ତି ।

ଏହି ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ ମଣିଷ ଭି ମରୁଛନ୍ତି । ହେଲେ ଆଜି ଭି ଏହି ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ ଭିତରେ ବହୁତ୍ ପରିମାଣ ରେ ମାନବିକତା ଲୁଚି ରହିଛି ମଣିଷ ପଣିଆ ବୋଲି କଣ ଗୋଟିଏ ଥାଏ ତାହା ରହିଛି । ଆଜି ଆମେ ଆପଣ ମାନଙ୍କୁ ଏପରି ଗୋଟିଏ ମହାନ୍ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ଆପଣଙ୍କ ମନରେ ବହୁତ୍ କିଛି ପ୍ରଶ୍ନ ମଧ୍ୟ ଆସି ପାରେ ।

ଆମେ କିଛି ଲୋକ ଏପରି ଅଛୁ ସାଧାରଣତଃ କୁକୁର ଦେଖିଲେ ଭି ଡରିଯାଇ । ହେଲେ ଏଭଳି ଜଣେ ବ୍ୟକ୍ତି ଯିଏ କି ସିଂହ ଛୁଆ ସହିତ ଦିନ ସାରା ନିଜର ଜୀବନ ବିତାଉଛନ୍ତି । ମଣିଷ ରୂପ ଭଗବାନ ସେ । ଭଗବାନ ଠାରୁ ଏପରି କଣ ବର ପାଉଛନ୍ତି କେଜାଣେ ସେ । ସେ ହେଉଛନ୍ତି ପଶୁ ପାଳନ ପ୍ରଶାନ୍ତ ଗୌଡ଼ । ତାଙ୍କ ମୁହଁରୁ ବର୍ଷା ବୋଲି ଥରେ ଶବ୍ଦ ହେଲେ ବର୍ଷା ନାମକ ସିଂହ ଶାବକ ଟି କେଉଁଠାରେ ଥିଲେ ଧାଇଁ ଆସେ ପ୍ରଶାନ୍ତଙ୍କ ପାଖକୁ ।

ଏହି କଥାଟି ଶୁଣି ଆପଣ ଆଶ୍ଚର୍ୟ୍ଯ ହେଉ ଯାଉଥିବେ ନାଁ । ହଁ ଆଜ୍ଞା ଏହା ସମ୍ପୂର୍ଣ ସତ୍ୟ ଘଟଣା । ୬ ମାସର ସିଂହ ଛୁଆ ପ୍ରଶାନ୍ତଙ୍କ ସହ ଖେଳୁଛି , ସେ ଯେଉଁ ଆଡେ ଯାଉଛନ୍ତି ତାଙ୍କ ପଛେ ପଛେ ଦୌଡୁଛି , ଆଉ କେଉଁଠି ପଥର ଗଡା ଗାଡ଼ି ଖେଳୁଛି ତ କେତେବେଳେ ଥକି ଯାଇ ଆସି ପ୍ରଶାନ୍ତଙ୍କ କୋଳରେ ଶୋଇଯାଇ ବିଶ୍ରାମ ନେଉଛି ଠିକ୍ ଯେପରି ମଣିଷ ଛୁଆ । ୬ ମାସ ତଳେ ନନ୍ଦନକାନନରେ ବିଜ୍ଲି ଓ ସମ୍ରାଟ ଙ୍କ ଔରସରୁ ବର୍ଷା ଜନ୍ମ ନେଇଛି ।

ମାଆଠୁ ଜନ୍ମ ନେବା ପରେ ବର୍ଷାକୁ ତା ମାଆ ପର କରି ଦେଇଛି କ୍ଷୀର ମଧ୍ୟ ଦେଉନଥିଲେ । ତା ପରେ ପରେ ଗୋଟିଏ ବାପା ର କର୍ତ୍ତବ୍ୟ କରିଛନ୍ତି ପ୍ରଶାନ୍ତ ରାତି ଅନିଦ୍ରା ରହି ତା କଥା ବୁଝିବା ଠାରୁ ଆରମ୍ଭ କରି କୋଳରେ ବସାଇ ସିଂହ ଛୁଆକୁ ବୋତଲ ରେ କ୍ଷୀର ମଧ୍ୟ ଦେଇଛନ୍ତି । ବାସ୍ତବ ରେ ତାଙ୍କ ସ୍ନେହ ପ୍ରେମ ଆଗରେ ସବୁ କିଛି ହାର ମାନି ଯାଇଛି ।

Leave a Reply

Your email address will not be published. Required fields are marked *