ମହିଳାଙ୍କର ଥିଲା ଜଣେ ବିବାହିତ ପୁରୁଷ ସହ ସମ୍ପର୍କ, ଆଉ ଦୁଇ ବର୍ଷ ପରେ ହେଲା କିଛି ଏମିତି ଯେ,ଆପଣ ଜାଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ

ଜଣେ ମହିଳା ରେଲେସନସିପ୍ ପୋର୍ଟାଲରେ କହିଛନ୍ତି ଯେ ଜଣେ ବିବାହିତ ପୁରୁଷଙ୍କ ସହ ସମ୍ପର୍କ ରଖିବା ତାଙ୍କୁ କେତେ ଭାରି ପଡିଗଲା | ବ୍ରେକଅପ୍ ହେବାର ଦୁଇ ବର୍ଷ ପରେ, ସେହି ବ୍ୟକ୍ତି ପୁଣି ଥରେ ତାଙ୍କ ଜୀବନରେ ଆସିଲେ ଆଉ ତାଙ୍କୁ ଦୂରେଇବା ପାଇଁ ମହିଳାଙ୍କୁ ଏକ କଠୋର ପଦକ୍ଷେପ ନେବାକୁ ପଡିଲା |

ସୋସିଆଲ ମେଡିଆରେ ପ୍ରାୟତ ଲୋକମାନେ ନିଜର ପ୍ରେମ କିମ୍ବା ବ୍ରେକଅପ୍ ସହିତ ଜଡିତ ଅନେକ ଷ୍ଟୋରୀ ସେୟାର କରନ୍ତି | କିଛି ଲୋକ ନିଜ ଅଭିଜ୍ଞତାରୁ ଅନ୍ୟମାନଙ୍କୁ ଶିକ୍ଷା ଦେବାକୁ ଚାହାଁନ୍ତି, ଯେତେବେଳେ କି କିଛି ଲୋକ ଏହି ସମ୍ପର୍କ ପୋର୍ଟାଲଗୁଡ଼ିକର ସାହାଯ୍ୟ ନେଇ ସେମାନଙ୍କ ମନର ଭାରକୁ ହାଲୁକା କରନ୍ତି | ଜଣେ ମହିଳା ମଧ୍ୟ ନିଜର ଗୁପ୍ତ ସମ୍ପର୍କର କାହାଣୀ ଲୋକମାନଙ୍କୁ କହିଛନ୍ତି | ମହିଳା ଜଣକ କହିଛନ୍ତି ଯେ ଦୁଇ ବର୍ଷ ପରେ ତାଙ୍କ ଅତୀତ ପୁଣି ଥରେ ବହୁତ ବର୍ଷ ପରେ ସାମ୍ନାକୁ ଆସିଗଲା ଆଉ ପୂର୍ବର ଗୋଟେ ଭୁଲର ଦଣ୍ଡ କିପରି ତାଙ୍କୁ ଏବେ ଭୋଗିବାକୁ ପଡିଲା |

ମହିଳା ଜଣକ ଲେଖିଛନ୍ତି, ’39 ବର୍ଷ ବୟସରେ ମତେ ଜଣେ ବିବାହିତ ପୁରୁଷଙ୍କ ସହ ପ୍ରେମ ହୋଲା | ଏହା ମୋ ଜୀବନର ସବୁଠାରୁ ବଡ ଭୁଲ ଥିଲା କିନ୍ତୁ ମୁଁ ଅତୀତକୁ ଆଉ ବଦଳେଇ କରିପାରିବି ନାହିଁ | ସେହି ସମୟରେ ମୁଁ ସିଂଗିଲ ଥିଲି ଆଉ ମୋର ପୂର୍ବ ରେଲେସନସିପ୍ ରୁ ମିଳିଥିବା ମିଥ୍ୟା ପ୍ରତିଶୃତି ଆଉ ସ୍ୱପ୍ନ ଦ୍ୱାରା ମୁ ସପୂର୍ଣ ଭାଙ୍ଗି ଯାଇଥିଲି | ଏହି ସମୟ ଏମିତି ଥିଲା କି ଯେତେବେଳେ ମୁଁ ବହୁତଗୁଡ଼େ ଭାବନା ଦେଇ ଗତି କରୁଥିଲି |

ଦିନେ ମୋର ଜଣେ ବନ୍ଧୁଙ୍କ ମାଧ୍ୟମରେ ମୁ ବ୍ରାୟନ୍ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଲି | ସେ ବିବାହିତ ଥିଲେ ଆଉ ମୋ ଠାରୁ ଟିକେ ବଡ ଥିଲେ | ଏହା ପ୍ରଥମ ଥର ପାଇଁ ହୋଇଥିଲା ଯେ ଜଣେ ବ୍ୟକ୍ତି ମୋ ପ୍ରତି ଏପରି ଆଗ୍ରହ ଦେଖାଇଲେ | ଏହା ଜାଣିକରି କି ତାଙ୍କର ପତ୍ନୀ ଆଉ ସନ୍ତାନ ଅଛନ୍ତି ଆଉ ତାଙ୍କ ସହିତ ମୋର କୌଣସି ପ୍ରକାର ମଧ୍ୟ ଭବିଷ୍ୟତ ନାହିଁ, ମୁଁ ନିଜକୁ ଅଟକାଇ ପାରିଲି ନାହିଁ |

ମୁଁ ମୋ ନିଜ ଭିତରେ ଏତେ ଛନ୍ଦି ହୋଇଥିଲି ଯେ, ମୁଁ ତାଙ୍କ ପରିବାର ବିଷୟରେ ଟିକେ ବି ଭାବିନଥିଲି | ମୁଁ ଏପରି ଏକ ମାନସିକ ଅବସ୍ଥାରେ ଥିଲି ଯେଉଁଠିକି ମତେ କୌଣସି ଜିନିଷର ମଧ୍ୟ ଚିନ୍ତା ନଥିଲା | ଯଦିଓ ବ୍ରାୟନ୍ ଙ୍କ ସହିତ ମୋର ଅଫେୟାର କେବଳ ଏକ ମାସ ଧରି ଚାଲିଥିଲା ​​| ମୋ ଘରେ ଆମେ ଦୁହେଁ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲୁ | ତାଙ୍କୁ ସବୁବେଳେ ଏହି କଥାର ଭୟ ଲାଗିରହୁଥିଲା ଯେ ତାଙ୍କ ପତ୍ନୀଙ୍କୁ ଏହି ବିଷୟରେ ଜଣା ନ ପଡିଯାଉ | ବ୍ରାୟନ୍ ବହୁତ ସୁନ୍ଦର ନଥିଲେ କିନ୍ତୁ ଜଣେ ଭଲ ମଣିଷ ଥିଲେ |

ଯାହା ମୋତେ ଅଧିକ ଭଲ ଲାଗିଲା | ଆମ ରେଲେସନସିପ୍ ପାରସ୍ପରିକ ସମ୍ମତି ସହିତ ଶେଷ ହେଇଥିଲା | ମତେ କେବେବି ଲାଗିଲାନି ଯେ ସମ୍ପର୍କରେ ସେ ମୋର ବ୍ୟବହାର କରୁଥିଲେ ବୋଲି | ସେ ନିଜେ ହିଁ ମତେ ମହଙ୍ଗା- ମାହାଙ୍ଗା ଜିନିଷ ଉପହାର ଦେଉଥିଲେ | ଅଲଗା ହେବାବେଳେ ସେ ମୋତେ କହିଥିଲେ ଯେ ସେ ନିଜକୁ ଦୋଷୀ ବୋଲି ଭାବନ୍ତି | ଆଉ ମୁ ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଲି | ସେ ମୋତେ କହିଥିଲେ ଯେ ତାଙ୍କ ସହ ଯୋଗାଯୋଗ କରିବାକୁ କେବେବି ଚେଷ୍ଟା ନକରେ ଆଉ ମୁଁ ତାଙ୍କ କଥା ମାନିଲି |

ପ୍ରାୟ ଦୁଇ ବର୍ଷ ପରେ ମୁଁ ଏକ ନୂଆ ରେଲେସନସିପ୍ ରେ ଆସିଲି | ଏହି ରେଲେସନସିପ୍ କୁ ନେଇ ମୁଁ ବହୁତ ଖୁସି ମଧ୍ୟ ଥିଲି | ଆଉ ଅଫିସରେ ମଧ୍ୟ ମୋର କାମ ଭଲ ଚାଲିଥିଲା ​​| ଗୋଟେ ଦିନ ଅଚାନକ ଜାଣିବାକୁ ମିଳିଲା ଯେ ମୋ ବସ୍ ଇସ୍ତଫା ଦେଇଛନ୍ତି ଆଉ ତାଙ୍କ ଯାଗାରେ ଅନ୍ୟ ଜଣେ ନୂଆ ବସ୍ ଆସିଛନ୍ତି | ମୋର ନୂଆ ବସ୍ ବ୍ରାୟନ୍ ଥିଲେ | ତାଙ୍କୁ ଦେଖି ମୁଁ ସମ୍ପୂର୍ଣ୍ଣ ଚମକି ଗଲି |

ମୁଁ ଏକ ପ୍ରକାର ଭୟ କରିବାକୁ ଲାଗିଲି | ଆମେ ଅଫିସରେ ପରସ୍ପରକୁ ଅଣଦେଖା କରୁଥିଲୁ | ତା’ପରେ ଦିନେ ସେ ମୋତେ ମେସେଜ କରି ମୋତେ ତାଙ୍କ ଅଫିସକୁ ଡାକିଲେ | ସେ ମୋତେ ଆଲିଙ୍ଗନ କରି କହିଥିଲେ ଯେ ଆମେ ଏକାଠି କାମ କରୁଛୁ ବୋଲି ସେ ବିଶ୍ୱାସ କରିପାରୁନାହାନ୍ତି ବୋଲି | ସେ ମୋ ଠାରୁ ଆଶ୍ୱାସନା ନେବାକୁ ଚାହୁଁଥିଲେ ଯେ ଭୁଲରେ ମଧ୍ୟ ଆମର ସିକ୍ରେଟ ଅଫିସରେ କାହା ସାମ୍ନାରେ ଆସିବା ଉଚିତ୍ ନୁହେଁ |

ମୁଁ ବ୍ରାୟନ୍ ଙ୍କୁ କହିଲି ଯେ ମୋର ନିର୍ବନ୍ଧ ହୋଇସାରିଛି ଆଉ ତାଙ୍କ ସହିତ ମୋର ସମ୍ପର୍କ ଗୋଟେ ଅତୀତ ଥିଲା | ଆମେ ଦୁହେଁ ପରସ୍ପରକୁ ପ୍ରତିଶୃତି ଦେଇଥିଲୁ ଯେ ଆମ ମଧ୍ୟରେ ଯାହା ବି ଘଟିଲା, ଆମେ ଭୁଲିଯିବା ଏବଂ ଅଫିସରେ ସହକର୍ମୀ ପରି କାମ କରିବା | କିନ୍ତୁ ଯେତେବେଳେ ବି ମୁଁ ତାଙ୍କୁ ଦେଖୁଥିଲି,ସେତେବେଳେ ମୁ ଅସନ୍ତୋଷ ଅନୁଭବ କରୁଥିଲି | ଅଫିସରେ ମୋର ମନ ଲାଗୁନଥିଲା | ମୁ ସବୁବେଳେ ଚିନ୍ତିତ ଥିଲି ଯେ ମୋ ମଙ୍ଗେତର ଙ୍କୁ ଏହା ଜଣା ନ ପଡିଯାଉ ଯେ ମୋର ଗୋଟେ ବିବାହିତ ପୁରୁଷ ସହିତ ସମ୍ପର୍କ ରହିସାରିଛି |

ଶେଷରେ ମହିଳା ଜଣକ ଲେଖିଥିଲେ, ‘ମୋ ମଙ୍ଗେତର ଜଣେ ଆଦର୍ଶବାଦୀ ଚିନ୍ତକ ବ୍ୟକ୍ତି ଅଟନ୍ତି | ମୁଁ ସବୁବେଳେ ଏହି କଥାକୁ ନେଇ ଭୟ ଲାଗୁଥିଲା ଯେ ସେ ମୋର ଅତୀତ ବିଷୟରେ ଜାଣି ନ ଜନ୍ତୁ | ଶେଷରେ ମୁଁ ମୋ ଜୀବନର ସବୁଠାରୁ କଠୋର ନିଷ୍ପତ୍ତି ନେଲି | ଆଉ ମୁଁ ସେହି ଚାକିରି ଛାଡିଦେଲି | ଯେତେବେଳେ ମୁଁ ନୋଟିସ୍ ଦେଲି, ବ୍ରାୟନ୍ ମୋତେ ପଚାରିଥିଲେ ଯେ କଣ ମୁଁ ତାଙ୍କ ପାଇଁ ଏହା କରୁଛି କି, ମୁଁ ତାଙ୍କୁ ସ୍ପଷ୍ଟ ଭାବରେ କହିଥିଲି ଯେ ମୁଁ କେବଳ ତାଙ୍କ କାରଣରୁ ଏହି ନିଷ୍ପତ୍ତି ନେଇଛି | ମୁଁ ମୋର କାମରେ ଧ୍ୟାନ ଦେବାକୁ ଅସମର୍ଥ ହେଲି | ବ୍ରାୟନ୍ କହିଛନ୍ତି ଯେ ସେ ମୋତେ ଏକ ଭଲ ସ୍ଥାନରେ ଚାକିରି ଦେବେ କିନ୍ତୁ ବୋଧହୁଏ ଏହା ଏପରି ଏକ ଭୁଲ୍ ଯାହା ମୁଁ ସାରା ଜୀବନ ପାଇଁ ଅନୁତାପ କରିବି |

Leave a Reply

Your email address will not be published. Required fields are marked *