ନିଜ ସ୍ୱାମୀର ଗଳା କାଟିଲା କ୍ରୋଧିତ ପତ୍ନୀ,ଆଉ କଟା ମୁଣ୍ଡ ନେଇ ପହଞ୍ଚିଲା ଥାନାରେ

ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରେ ଗୁରୁବାର ଏଭଳି ମାମଲା ସାମ୍ନାକୁ ଆସିଛି, ଯାହା ଜାଣିବା ପରେ ଯେକୌଣସି ଲୋକର ହୋସ ଉଡିଯିବ। ଜଣେ ମହିଳା ନିଜ ସ୍ୱାମୀଙ୍କୁ ଏପରି ଭାବରେ ହତ୍ୟା କରିଥିଲେ ଯେ ଆପଣ କେବେ ଭାବିନଥିବେ। ବାସ୍ତବରେ ପ୍ରଥମେ ପତ୍ନୀ ଗଳା କାଟି ସ୍ୱାମୀଙ୍କୁ ହତ୍ୟା କରିଥିଲେ ଏବଂ ତା’ପରେ ତାଙ୍କ ମୁଣ୍ଡ କାଟି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ତିରୁପତି ନିକଟ ରେନିଗୁଣ୍ଟା ବିଷୟରେ ପୁରା କଥା କୁହାଯାଉଛି।

ପୋଲିସର ସୂଚନାନୁସାରେ ଘରେ ଝଗଡା ବେଳେ ଭାସୁନ୍ଧରା ନାମକ ଜଣେ ମହିଳା ତାଙ୍କ 53 ବର୍ଷିୟ ସ୍ୱାମୀ ରବି ଚନ୍ଦ୍ରନଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହା ପରେ ମହିଳା ଜଣଙ୍କ ମୁଣ୍ଡ କାଟି ସେହି କଟା ମୁଣ୍ଡକୁ ଏକ ବ୍ୟାଗରେ ରଖି ପୋଲିସ ଷ୍ଟେସନକୁ ନେଇ ଆତ୍ମସମର୍ପଣ କରିଥିଲେ।

ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ମହିଳାଙ୍କୁ ସେଠାକୁ ନେଇଥିଲେ, ଯାହାଦ୍ୱାରା ସୂତ୍ରଗୁଡ଼ିକ ସଂଗ୍ରହ ହୋଇପାରିବ। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଏସଭି ମେଡିକାଲ କଲେଜକୁ ପଠାଯାଇଛି।

ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ ପ୍ରାଥମ ଅନୁସନ୍ଧାନ ଅନୁଯାୟୀ ରବି ଚନ୍ଦ୍ରନ ଏବଂ ଭାସୁନ୍ଧରାଙ୍କ ମଧ୍ୟରେ ସର୍ବଦା ଝଗଡା ହେଉଥିଲା। ଗୁରୁବାର ସକାଳେ ମଧ୍ୟ ଝଗଡା ହୋଇଥିଲା ଏବଂ ରାଗରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ଏବଂ ପରେ ତାଙ୍କ ସ୍ୱାମୀଙ୍କ କଟିଯାଇଥିବା ମୁଣ୍ଡକୁ ପୋଲିସ ଷ୍ଟେସନକୁ ନେଇଥିଲେ। ଉଭୟଙ୍କର ଏକ 20 ବର୍ଷର ପୁଅ ଅଛି। ରବି ଚନ୍ଦ୍ରନ୍ ଗୁଣ୍ଟୁର ଜିଲ୍ଲାର ନରସାରାଓପେଟର ମୂଳ ବାସିନ୍ଦା ଥିଲେ।

Leave a Reply

Your email address will not be published. Required fields are marked *