ଝିଅର ସୁନ୍ଦରତାରେ ପ୍ରଭାବିତ ହୋଇ ୧୦ ଲକ୍ଷ ଟଙ୍କା ଦେଇକି କଲେ ବିବାହ,ଆଉ ତାପରେ ହେଲା କିଛି ଏମିତି କାଣ୍ଡ ଯେ ସ୍ୱାମୀ ପିଟିଦେଲେ ମୁଣ୍ଡ,ଜାଣନ୍ତୁ ପୁରା ଘଟଣା

ଝିଅର ସୁନ୍ଦରତାରେ ପ୍ରଭାବିତ ହୋଇ ଯୁବକ ଜଣକ ତାଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କା ଦେଇ ବହୁତ ଧୁମ୍-ଧାମ୍ ର ସହିତ ବିବାହ କରିଥିଲେ | ଘରେ ଏପରି ଖୁସି ଥିଲା ଯେପରି ଘରୁକୁ ଲକ୍ଷ୍ମୀଙ୍କର ଆଗମନ ହୋଇଛି | ଯୁବକ ଜଣକ ନିଜର ସୁନ୍ଦର କନିଆ ସହିତ ନିଜ ଜୀବନର ନୂତନ ଯାତ୍ରା ବିଷୟରେ ଭାବି ବହୁତ ଉତ୍ସାହିତ ଥିଲେ | ଅଢ଼େଇ ମାସ କିପରି ବିତିଗଲା ତାହା ଜଣା ହିଁ ପଡିଲା ନାହିଁ | କିନ୍ତୁ ହଠାତ୍ ଦିନେ ନୂଆ କନିଆ ଏପରି ଏକ କାଣ୍ଡ କରିଦେଲା ଯେ ପୁରା ପରିବାର ଗୋଟେ ବଡ ସଦ୍ମା ରେ ଅଛନ୍ତି | ଘରର ସବୁ ଖୁସି ନଷ୍ଟ ହୋଇଯାଇଛି

ଘଟଣାଟି ଭରତପୁରର ବୟାନାର ସିକନ୍ଦରା ଗାଁର ଅଟେ | ଏଠାରେ ରହୁଥିବା ଜଣେ ୩୫ବର୍ଷୀୟ ଭଗବାନ୍ ସିଂ, ବାହାଘରର ସ୍ବପ୍ନ ସଜେଇ ଗୋଟେ ସୁନ୍ଦର କନିଆର ସନ୍ଧାନରେ ଦୀର୍ଘ ଦିନ ଧରି ଥିଲେ,କିନ୍ତୁ ତାଙ୍କର ସନ୍ଧାନ ଶେଷ ହୋଇନଥିଲା | ଏମିତି କହିବାକୁ ଗଲେ,ବହୁତ ସମୟ ରୁ ତାଙ୍କର ବିବାହ ହୋଇପାରୁନଥିଲା |

ଏଠାରେ ଭଗବାନ୍ ସିଂଙ୍କ ସମ୍ପର୍କୀୟମାନେ ମଧ୍ୟ ତାଙ୍କର ବିବାହ କରିବାକୁ ଚେଷ୍ଟା କରୁଥିଲେ | ଆଉ ଏହି ସମୟରେ ତାଙ୍କ ମାମୁଁ ହୀରା ଗୁଜର ଜଣେ ସମ୍ପର୍କୀୟଙ୍କ ସହ ବିବାହ ବିଷୟରେ କହିଥିଲେ ଆଉ ସେ ଧୋଲପୁର ଜିଲ୍ଲାର ମୋହରି ର ପୁରା ଗ୍ରାମ ରେ ରହୁଥିବା ଯୁବତୀ ନୀଲମଙ୍କ ବିଷୟରେ କହିଥିଲେ |

ସାଥିରେ ଏହା ବି କହିଲେ କି ସେମାନେ ମଧ୍ୟ ବିବାହ କରିବାକୁ ଚାହୁଁଛନ୍ତି,କିନ୍ତୁ ତାଙ୍କୁ ୧୦ଲକ୍ଷ୍ୟ ଟଙ୍କାର ଆବଶ୍ୟକତା ଅଛି | ଝିଅଟିକୁ ଦେଖିବା କ୍ଷଣି ହିଁ ଭଗବାନ୍ ସିଂ ୧୦ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ | ୧୦ଲକ୍ଷ ଟଙ୍କା ଦେଇ ଗତ ନଭେମ୍ବର ୭ରେ ଉଭୟଙ୍କ ବିବାହ କରାଯାଇଥିଲା | ବିବାହରେ ଭଗବାନ ସିଂଙ୍କ ବରଯାତ୍ରୀ ରୀତି ଅନୁସାରେ ମୋହରି ର ପୁରା କୁ ଯାଇଥିଲେ |

କହିଲେ କି କନିଆ ନିଲମ୍ ଙ୍କ ପିତାଙ୍କର ଗାଁରେ ଜମି ବିବାଦକୁ ନେଇ ଏକ ଠାକୁର ପରିବାର ତାଙ୍କୁ ହତ୍ୟା କରିଦେଇଥିଲେ | ଯାହାର ପ୍ରତିଶୋଧ ନେବାକୁ ତାଙ୍କ ଦୁଇ ଭାଇ ମଧ୍ୟ ଜଣେ ଠାକୁରଙ୍କୁ ହତ୍ୟା କରିଦେଇଥିଲେ | ଯେଉଁ କାରଣରୁ ହତ୍ୟା ମାମଲାରେ ତାଙ୍କ ଦୁଇ ଭାଇ ଜେଲରେ ବନ୍ଦ ହୋଇ ଅଛନ୍ତି |

ବିବାହର ଅଢେଇ ମାସ ପରେ, ବୁଧବାର-ଗୁରୁବାର ରାତିରେ କନିଆ ନୀଲମ୍ ତାଙ୍କ ସ୍ୱାମୀ ଭଗବାନ୍ ସିଂଙ୍କ ଖାଇବାରେ ନିଦ ବଟିକା ମିଶେଇ ଖୁଆଇଦେଇ ବେହୋସ କରିଦେଇଥିଲେ | ଏହା ପରେ କନିଆ ନୀଲମ୍ ରାତାରାତି ସୁନା ଆଉ ରୂପା ଅଳଙ୍କାର, ମୋବାଇଲ ଆଉ ନଗଦ ୩୦ହଜାର ଟଙ୍କା ନେଇ ଫେରାର ହୋଇଗଲେ |

ସକାଳେ ଯେତେବେଳେ ଭଗବାନ୍ ସିଂ ଙ୍କର ଚେତା ଫେରିଲାନି ତାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଚେତା ଫେରି ପାଇବା ପରେ ଭଗବାନ୍ ସିଂ ଆସି ଦେଖିଲେ ଯେ ପତ୍ନୀ ନୀଲମ୍ ଟଙ୍କା ଆଉ ଗହଣାସବୁକୁ ନେଇ ଗାଏବ ଅଛନ୍ତି | ତା’ପରେ ଭଗବାନ୍ ସିଂ ସେହି ସମ୍ପର୍କୀୟଙ୍କ ଦ୍ୱାରା ପରିଚିତ ମଧ୍ୟସ୍ଥିଙ୍କ ନିକଟକୁ ଯାଇଥିଲେ, କିନ୍ତୁ ମଧ୍ୟସ୍ଥି ମଧ୍ୟ ସେହି ସମୟରେ ମିଳି ନଥିଲା |

ରାଜସ୍ଥାନରେ ଲୁଟେରୀ କନିଆଙ୍କର ବିଛା ହୋଇଛି ଜାଲ :-

ସୂଚନାଯୋଗ୍ୟ ଯେ ରାଜସ୍ଥାନରେ ଗତ ବହୁତ ସମୟ ଧରି ଲୁଟେରୀ କନିଆ, ଜାଲ ଭଳି ବିଛେଇ ହୋଇଛନ୍ତି | ଏମାନେ ଦଲାଲାଙ୍କ ମାଧ୍ୟମରେ ଅବିବାହିତ ଧନୀ ଲୋକମାନଙ୍କୁ ବାହାଘରର ବାହାନାରେ ଫସାନ୍ତି | ତା’ପରେ ସେମାନେ ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟନ୍ତି ଆଉ ସୁଯୋଗ ପାଇବା ମାତ୍ରେ ହିଁ ନଗଦ ଟଙ୍କା ଆଉ ଗହଣା ସବୁ ନେଇ ଫେରାର ହୋଇଯାଇନ୍ତି |

Leave a Reply

Your email address will not be published. Required fields are marked *