ପୃଥିବୀକୁ ମାଡି ଆସୁଛି ଭୟଙ୍କର ସୁନାମୀ,ଏହି ଦେଶରେ ହେବ ଭୟାନକ ପରିସ୍ଥିତି..ଦେଖନ୍ତୁ ଭିଡ଼ିଓ

ବାଜିଲା ସୁନାମୀ ପାଇଁ ସତର୍କ ଘଣ୍ଟି । ମାଡି ଆସିବ ଭୟଙ୍କର ସୁନାମୀ । ଏନେଇ ଆମେରିକାକୁ ସତର୍କ କରାଇଲା ପାଣିପାଗ ବିଭାଗ । ଆମେରିକାର ପଶ୍ଚିମ ଉପକୂଳରେ ସୁନାମୀ ଚେତବାନୀ ଜାରି କରାଯାଇଛି । ଶନିବାର ପ୍ରଶାନ୍ତ ମହାସାଗରରେ ଥିବା ଟୋଙ୍ଗା ଦ୍ୱୀପ ନିକଟରେ ସମୁଦ୍ର ମଧ୍ୟରେ ଏକ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି । ଫଳରେ ପ୍ରଶାନ୍ତ ମହାସାଗରର ଉପକୂଳବର୍ତ୍ତୀ ଅଞ୍ଚଳରେ ୪ ଫୁଟ ଉଚ୍ଚର ଢ଼େଉ ସୃଷ୍ଟି ହୋଇ କୂଳରେ ମାଡ ହେଉଛି ।

ଏହି ବିସ୍ଫୋରଣ ପରେ ସୃଷ୍ଟି ହୋଇଥିବା ବିଶାଳ ଆକାରର ଢ଼େଉକୁ ଦୃଷ୍ଟିରେ ରଖି ଆମେରିକାର ପଶ୍ଚିମ ଉପକୂଳରେ ସୁନାମୀର ଚେତବାନୀ ଜାରି କରାଯାଇଛି । ଏହାବ୍ୟତୀତ ଜାପନକୁ ମଧ୍ୟ ସୁନାମୀ ବିପଦ ଥିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ବିସ୍ଫୋରଣର ଏକ ଭିଡିଓ ହୋନୁଲୁଲୁ ଜାତୀୟ ପାଣିପାଗ ସର୍ଭିସେସ ପକ୍ଷରୁ ଟ୍ୱିଟରରେ ଶେଆର କରାଯାଇଛି । ବିଶେଷଜ୍ଞଙ୍କ ମତ, ଗତ ୩୦ ବର୍ଷରେ ଏହା ଟୋଙ୍ଗାରେ ହୋଇଥିବା ସବୁଠାରୁ ବଡ଼ ଜ୍ୱାଳାମୁଖୀ ବିସ୍ଫୋରଣ ।

ବୈଜ୍ଞାନିକ ମାନେ ରବିବାର କହିଛନ୍ତି ଯେ ଟୋଙ୍ଗା ନିକଟ ସମୁଦ୍ରରେ ଭିତରେ ହୋଇଥିବା ଆଗ୍ନେୟଗିରି ଉଦ୍‌ଗୀରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ସମଗ୍ର ବିଶ୍ୱରେ ଅନୁଭୂତ ହୋଇଥିଲା । ଭୂବିଜ୍ଞାନୀଙ୍କ କହିବା ଅନୁଯାୟୀ ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁଁ ସୁନାମୀ ସୃଷ୍ଟି ହୋଇଛି । ​​ଏହି କାରଣ ଯୋଗୁଁ ଜାପାନ ଠାରୁ ଆରମ୍ଭ କରି ଆମେରିକାର ପ୍ରଶାନ୍ତ ମହାସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଣି ଭର୍ତ୍ତି ହୋଇଯାଇଛି।

ପୃଥିବୀ ଉପରେ ମାଡ଼ି ଆସୁଛି ବଡ଼ ବିପଦ । ପୁଣିଥରେ ଆସିପାରେ ଭୟଙ୍କର ସୁନାମୀ । ଜଳବାୟୁ ପରିବର୍ତ୍ତନ ନେଇ ପ୍ରତିଦିନ ନୂଆ ନୂଆ ଭବିଷ୍ୟତବାଣୀ ଆସୁଥିବା ବେଳେ ଏବେ ଏଭଳି ସତର୍କ ସୂଚନା ଦେଇଛନ୍ତି ବିଶେଷଜ୍ଞ । ଏହା ଲୋକଙ୍କୁ ଭୟଭୀତ କରିବା ପାଇଁ ନୁହଁ ବରଂ ସତର୍କ ରହିବା ପାଇଁ କୁହାଯାଇଛି । ଟୋଙ୍ଗା ପାଣିପାଗ ବିଭାଗ ସାରା ଦେଶ ପାଇଁ ସୁନାମୀ ଚେତାବନୀ ଜାରି କରିଛି ।  ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ କରାଯାଇଛି ।

ଅନ୍ୟପଟେ ନ୍ୟୁଜିଲାଣ୍ଡ ସେନା ପକ୍ଷରୁ କୁହାଯାଇଛି ଯେ ସ୍ଥିତି ଉପରେ ନଜର ରଖାଯାଇଛି, ଆବଶ୍ୟକ ସ୍ଥଳେ ଯଦି ସହାୟତା ପାଇଁ ଦରକାର ପଡେ ତେବେ ଏଥିପାଇଁ ପ୍ରସ୍ତୁତ ଅଛୁ । ସେପେଟେ ଅଷ୍ଟ୍ରେଲିଆ ମଧ୍ୟ ସତର୍କ ଚେତାବନୀ ଜାରି କରିଛି । ମିଳିଥିବା ସୂଚନା ଅନୁସାରେ ଏହି ଜ୍ୱାଳାମୁଖୀ ବିସ୍ଫୋରଣ ଟୋଙ୍ଗାର ଟୋଙ୍ଗା ହଙ୍ଗା ହାପାଇ ଜ୍ୱଳାମୁଖୀରେ ହୋଇଛି । ତେବେ ଏହି ଆଗ୍ନେୟଗିରି ଉଦ୍ଗିରଣ ର ତୀବ୍ରତା ରେକ୍ଟର ସ୍କେଲ୍ ରେ ପାଖାପାଖି ୫.୯ ରହିଥିବାର ସୂଚନା ମିଳିଛି । ଏହି ଜ୍ୱଳାମୁଖୀ ଟୋଙ୍ଗାର ରାଜଧାନୀ ନୁକୁଓଲୋଫା ଠାରୁ ମାତ୍ର ୬୪ କିଲୋମିଟର ଉତ୍ତରରେ ଅବସ୍ଥିତ । ସ୍ୟାଟେଲାଇଟ୍‌ରେ ଆଗ୍ନେୟ ଉଦ୍‌ଗୀରଣର ପୂରା ଚିତ୍ର କଏଦ ହୋଇଛି ।

ଯାହାକି ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଅଲାସ୍କାର ୧୦ ହଜାର କିଲୋମିଟର ଦୂରରେ ସ୍ଥିତ ସମୁଦ୍ରରେ ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁଁ ପ୍ରବଳ ଗର୍ଜନ ଶୁଣିବାକୁ ମିଳିଥିଲା । ଏଥିସହ ବିସ୍ଫୋରଣ ଯୋଗୁଁ ବାୟୁମଣ୍ଡରେ ଧୂଆଁ ଆଉ ପାଉଁଶ ଭର୍ତ୍ତି ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *