ଝିଅର ପ୍ରେମରେ ପାଗଳ ପ୍ରେମିକ କିଣିଲା 4 କୋଟିର ମୁଦି, ତାପରେ ସାମ୍ନାକୁ ଆସିଲା ଲଜ୍ଜାଜନକ ସତ୍ୟ,ଜାଣନ୍ତୁ ପୁରା ଘଟଣା

ଦୁଇ ସାଥି ଏକ ସମ୍ପର୍କରେ ଥିବା ବେଳେ ପରସ୍ପର ଉପରେ ବିଶ୍ୱାସ ଏବଂ ଆଶା ରଖିଥାନ୍ତି। ଯଦି ଏହି ବିଶ୍ୱାସ ଭାଙ୍ଗିଯାଏ ତେବେ ସମ୍ପର୍କର କୌଣସି ଅର୍ଥ ନାହିଁ। ଜଣେ ବ୍ରିଟିଶ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଥିଲା, ଯେତେବେଳେ ସେ ତାଙ୍କର 6 ମାସର ସମ୍ପର୍କକୁ ଅଫିସିଆଲ୍ କରିବାକୁ ଯାଉଥିଲେ। ଜଣେ ବ୍ୟକ୍ତି ଯିଏ ଏକ ମହଙ୍ଗା ରିଙ୍ଗ ଅର୍ଡର କରିଥିଲେ ଯେତେବେଳେ ସେ ନିଜ ଗାର୍ଲଫ୍ରେଣ୍ଡ ବିଷୟରେ ସତ୍ୟ ଜାଣିଥିଲେ ତାଙ୍କ ହୋସ୍ ଉଡ଼ିଗଲା।

25 ବର୍ଷୀୟ ମୋହସ୍ ମେଫେୟାର (Mohs Mayfair) ତାଙ୍କ ପ୍ରେମିକାଙ୍କ ସହ 6 ମାସ ସମ୍ପର୍କ ରଖିଥିଲେ। ସେ ତାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଏଥିପାଇଁ ତାଙ୍କୁ ଏକ ସୁନ୍ଦର ରିଙ୍ଗ ସହିତ ପ୍ରସ୍ତାବ ଦେବାର ଯୋଜନା ମଧ୍ୟ କରିଥିଲେ। ଯେତେବେଳେ ସେ ନିଜ ପ୍ରିୟ ଗର୍ଲଫ୍ରେଣ୍ଡର ଘୃଣ୍ୟ ସତ୍ୟ ଜାଣିବାକୁ ପାଇଲେ ସେତେବେଳେ ସେ କିଛି ନ କହି ସମ୍ପର୍କ ଭାଙ୍ଗିଦେଲେ।

ଝିଅକୁ 5.5 କ୍ୟାରେଟ୍ ହ୍ଵାଇଟ ରେଡିଏଣ୍ଟ କଟ ପ୍ଲାଟିନମ୍ ରିଙ୍ଗ ସହିତ ପ୍ରସ୍ତାବ ଦେବା ପାଇଁ ମୋସ୍ ମେଫେୟାର ସମସ୍ତ ପ୍ରସ୍ତୁତି କରିଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ସେ ନିଜ ଫୋନରେ ନିଜ ସାଥୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଲଗ୍ଇନ କରିଥିଲେ। ଏହି ସମୟରେ ସେ ତାଙ୍କ ଗର୍ଲଫ୍ରେଣ୍ଡକୁ ଜଣେ ବ୍ୟକ୍ତିଙ୍କ ସହ ଏକ ଫ୍ଲର୍ଟି ମେସେଜ୍ କରୁଥିବାର ଦେଖିଲେ ଏବଂ ଏହି ଚାଟ୍ ଦେଖି ତାଙ୍କ ପାଦ ତଳୁ ମାଟି ଖସିଗଲା।

ଦୁହେଁ ଚାଟରେ ସାକ୍ଷାତ ବିଷୟରେ କଥା ହୋଇଥିଲେ। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ଗର୍ଲଫ୍ରେଣ୍ଡ ଜଣକ ସେହି ଅଜଣା ବ୍ୟକ୍ତିଙ୍କୁ କହିଥିଲେ ଯେ ମେଫେୟାର ତାଙ୍କର ପୂର୍ବତନ ବୟେଫ୍ରେଣ୍ଡ ଥିଲେ ଏବଂ ସେ ଏବେ ସମ୍ପର୍କରେ (ରିଲେସନ) ନାହାନ୍ତି କିନ୍ତୁ ବାସ୍ତବରେ ଉଭୟେ ଏକ ସମ୍ପର୍କରେ ଥିଲେ। ଏହି ଚାଟ୍ ତାଙ୍କ ଆଖି ଖୋଲିଦେଲା ଏବଂ ସେ ସେହି ଝିଅ ସହ ସମ୍ପର୍କ ଭାଙ୍ଗିଦେଲେ।

ମେଫେୟାର ଦାବି କରିଛନ୍ତି ଯେ ସେ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରୁଥିଲେ। ସେ ତାଙ୍କ ପାଇଁ 4 କୋଟିର ରିଙ୍ଗ ତିଆରି କରିଥିଲେ। ଏହାସହ ପ୍ରତି ମାସରେ ସେ ତାଙ୍କୁ ସପିଂ କରାଉଥିଲେ ଏବଂ ମହଙ୍ଗା ଉପହାର ଦେଉଥିଲେ। ତେବେ ସେ ଦାବି କରିଛନ୍ତି ଯେ ତାଙ୍କ ପ୍ରେମିକା 6 ମାସର ସମ୍ପର୍କ ସମୟରେ ତାଙ୍କ ପୂର୍ବତନଙ୍କ ବୟେଫ୍ରେଣ୍ଡ ସହ ମଧ୍ୟ ଯୋଗାଯୋଗରେ ଥିଲେ ଏବଂ ମେଫେୟାରଙ୍କୁ ଏ ବିଷୟରେ ଜଣାଇ ନଥିଲେ। ଧିରେ ଧିରେ ଏହି ବିଷୟ ବ୍ରେକଅପ୍ ରେ ପହଞ୍ଚିଲା।ତଥାପି ମେଫେୟାର ଆଉ ଅଧିକ ଚାଟ୍ ପଢିନଥିଲେ ଏବଂ ପୁନର୍ବାର ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା ମଧ୍ୟ କରିନଥିଲେ।

Leave a Reply

Your email address will not be published. Required fields are marked *