ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଏମିତି କହିଲେ ସୁପରଷ୍ଟାର ଉତ୍ତମ ମହାନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲାଗିଛି ଲୋକଙ୍କ ଭିଡ଼। ଶେଷ ରଜରେ ଦୁଃଖ ଶୁଣାଇବାକୁ ଧାଇଁ ଆସିଛନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଧାଡିରେ ଠିଆ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ। ଦୁଃଖ ଶୁଣାଇ ମୁଖ୍ୟମନ୍ତ୍ରୀଙ୍କ ହାତ ଧରି କାନ୍ଦି ପକାଇଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏମିତି କହିଲେ ସୁପରଷ୍ଟାର ଉତ୍ତମ ମହାନ୍ତି।

ହଁ ବନ୍ଧୁଗଣ ଯିଏ ଦିନେ ଲୋକଙ୍କ ମନକୁ ଜିଣୁ ଥିଲେ ସମସ୍ତଙ୍କ ମୁହଁରେ ତାଙ୍କରି ନାଁ ଥିଲା ତାଙ୍କର ଅଭିନୟ ଦେଖିଲେ ଲୋକଙ୍କ ଆଖିରେ ଲୁହ ଭରି ଆସୁଥିଲା। ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଛନ୍ତି ଓଲିଉଡର ସୁପରଷ୍ଟାର ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି। ଭଲ ଭାବରେ ଚାଲି ନପାରିଲେ ବି ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଧାଇଁ ଆସିଛନ୍ତି। ଯାହାର ଦୃଶ୍ୟ ଆପଣ ମାନେ ଏହି ଫୋଟରେ ଦେଖି ପାରୁଥିବେ। ନୂଆ ସରକାର ଗଢିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସାଧାରଣ ଜନତାଙ୍କୁ ଭେଟୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କର ଟିକେ ଝଲକ ଦେଖିବାକୁ ରାଜ୍ୟ ଅତିଥି ଭବନରେ ଲୋକଙ୍କର ଲାଗିଛି ଭିଡ଼। ଛୁଟି ଦିନରେ ତଥା ରଜର ଶେଷ ଦିନରେ ବି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକେ ଧାଡିରେ ଛିଡା ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ। ଜଣ ଜଣ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି। ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜର ଦୁଃଖ ଜଣାଇଛନ୍ତି ଏବଂ ବିଭିନ୍ନ ପ୍ରକାରର ଅସୁବିଧା ମଧ୍ୟ ଜଣାଇଛନ୍ତି। ଏହାରି ଭିତରେ ଜଣେ ମହିଳା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଧରି ଭାବ ବିହଳ ହୋଇ କାନ୍ଦିପକାଇଛନ୍ତି।

ଆଉ ଓଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତି ମଧ୍ୟ ଆସିଛନ୍ତି ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ରାଜ୍ୟ ଅତିଥି ଭବନକୁ। ଆଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ଅଭିନେତା ଉତ୍ତମ ମହାନ୍ତି। ଶୁଭେଚ୍ଛା ଜଣେଇବା ସହିତ କେତେ କ’ଣ କଥା ମଧ୍ୟ ହୋଇଛନ୍ତି। ଭଲ ଭାବରେ ଚାଲି ପାରୁନଥିଲେ ବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଏମିତି କିଛି କହିଛନ୍ତି ଉତ୍ତମ ମହାନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବହୁତ ଖୁସି ଅଛନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି। ସାଧାରଣ ଜନତାଙ୍କୁ ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯାହା ୨୪ ବର୍ଷରେ ହୋଇନଥିଲା ତାହା ୫ ବର୍ଷରେ ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଓଡ଼ିଶାରେ ଏବେ ୫ ବର୍ଷରେ ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସାଧାରଣ ଜନତା ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣେଇବା ସହିତ ନିଜର ଅସୁବିଧା ସମ୍ପର୍କରେ ଅବଗତ କରୁଛନ୍ତି। ଦୀର୍ଘ ୨୪ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସାଧାରଣ ଲୋକେ ବହୁତ ଖୁସି ଅଛନ୍ତି। ଏପଟେ ମୋହନ ମାଝୀ କହିଛନ୍ତି ଜନ ସାଧାରଣଙ୍କର ମୋ ପ୍ରତି ଏମିତି ଭଲ ପାଇବା ଦେଖି ମୁଁ ବହୁତ ଖୁସି ଅଛି ଆଉ ଏମିତି ଭଲ ପାଇବା ମୋ ପ୍ରତି ସବୁଦିନ ଥାଉ।

Leave a Reply

Your email address will not be published. Required fields are marked *