“ମୁଁ ନିଜେ କହିଥିଲି ବିଜେଡି କୁକୁର ଭଳି ହାରିବ, ମୋ କଥା ସତ ହେଲା” : ଖାରବେଳ ସ୍ୱାଇଁ ।

ବନ୍ଧୁଗଣ ଚଳିତ ସାଧାରଣ ନିର୍ବାଚନ ୨୦୨୪ର ଫଳାଫଳ ଘୋଷଣା ହେବା ପରେ ରାଜ୍ୟରେ ବିଜେଡିକୁ କ୍ଷମତାଚ୍ୟୁତ କରି ଅପ୍ରତ୍ୟାଶିତ ଭାବେ ବହୁମତ ହାସଲ କରିଛି ବିଜେପି । ମାତ୍ର ଏଇ ଦିନ କେଇଟାରେ ବଦଳିଗଲା ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ । ଦୋହଲିଗଲା ବିଜେଡି । ବଦଳିଗଲା ସରକାର । ଦୀର୍ଘ ୨୪ ବର୍ଷର ସରକାର ଅନ୍ତ ଘଟିଲା । ଆଉ ପୂର୍ଣ୍ଣ ବହୁମତ ପାଇ ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ।

ବିଜୁ ଜନତା ଦଳ ବିଫଳତାକୁ ନେଇ ସାରା ଓଡ଼ିଶାରେ ସ୍ତବ୍ଧ । ବିଜୁ ଜନତା ଦଳର ଷ୍ଟାର୍ଟଏଜି ଅନୁସାରେ ବାରମ୍ବାର ବିଜୟର ସ୍ୱାଦ ଚାଖିକି ଆସୁଥିଲେ ହେଲେ ସମୟ ସ୍ରୋତ ଆଉ ପରିବର୍ତ୍ତନ ସ୍ରୋତରେ ବିଜୁ ଜନତା ଦଳ ଏମିତି ହାରିଲେ ଯେ ତାହା ସମସ୍ତଙ୍କ ଭାବନା ବାହାରେ । କେହି କେହି ବିଜେଡ଼ି ଦୁର୍ଗର ପତନ ପାଇଁ ପାଣ୍ଡିଆନଙ୍କୁ ଦୋଷ ଦେଉଥିବା ବେଳେ କେହି କେହି କହୁଛନ୍ତି ଓଡିଶାର ସାଢେ ଚାଟିକୋଟି ଜନତାଙ୍କ ପାଇଁ ଏହା ସମ୍ଭବ ହୋଇଛି । ସେ ପରିବର୍ତ୍ତନ ଚାହିଁଲେ ବୋଲି ଆଜି ଓଡିଶାର ଗାଦିରେ ଏକ ନୂଆ ଚେହେରାକୁ ସୁଯୋଗ ମିଳିଛି ।

ନିକଟରେ ଏକ ସାକ୍ଷାତକାରରେ ଖାରବେଳ ସ୍ବାଇଁ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ବିଜେଡ଼ି କୁକୁର ଭଳିଆ ହାରିବ ବୋଲି ସେ ଆଗରୁ କହିଥିଲେ । ସେ ଜାଣିଥିଲେ ଯେ ୧୫ରୁ ଅଧିକ ସିଟ୍ ମିଳିବ ବୋଲି । କିନ୍ତୁ ମୋଦି ହାୱାରେ ଆହୁରି ଅଧିକ ହେଇଗଲା । ତେଣୁ ସେ ଆଶା କରୁଛନ୍ତି ଏଇ ଯେଉଁ ଗୋଟେ ୨୪/୨୫ ବର୍ଷ ହେଲା ଗୋଟେ ସରକାର ରହିଲା ଏବଂ ସେ ଯେଉଁସବୁ କାର୍ଯ୍ୟକ୍ରମ କରିଛି ତାହା ସବୁ ମିଛ ।

ଯେଉଁ ଲକ୍ଷ୍ମୀ ବସ୍ ଯୋଜନା ହେଇଛି ସେହି ଲକ୍ଷ୍ମୀ ବସରେ କେହି ଯାଉନାହାଁନ୍ତି ୨ଜଣ ୩ଜଣ ଲୋକ । ପିଲାମାନେ ଯେଉଁ ସବୁ ପଢୁଥିଲେ ତାଙ୍କୁ ନେଇକି ଲାଞ୍ଚ ଦେଲା ଭଳିଆ ୧୦ ହଜାର କରିକି ଟଙ୍କା । ଖାରବେଳ ସ୍ବାଇଁ ଆହୁରି ମଧ୍ୟ କହିଛନ୍ତି ସେ ଯେତେବେଳେ ଏମପି ଥିଲେ ସେତେବେଳେ ଅଶ୍ୱିନୀ ବୈଷ୍ଣବ କଲେକ୍ଟର ଥିଲେ ଆଉ ପଣ୍ଡିଆନ ସେତେବେଳେ ମୟୂରଭଞ୍ଜର କଲେକ୍ଟର ଥିଲେ ସେତେବେଳେ ସେ ଭଲ ଥିଲେ ।

କେମିତି ସବୁ ତାଙ୍କ ମୁଣ୍ଡରେ ପରେ ଏମିତି କଥା ପଶିଲା ଜଣେ ଭଲ ଲୋକ କେମିତି ଏତେ ଖରାପ୍ ହେଇଗଲା ସେ ବହୁତ୍ ଆଶ୍ଚର୍ୟ୍ଯ ହେଉଛନ୍ତି । ବିଜେପି ଦଳର ବାପା ମା ବୋଲି କେହି ଜଣେ ଅଛନ୍ତି ସେ ହେଉଛନ୍ତି ମୋଦି । ଯିଏକି ଆଜି ପର୍ଯ୍ୟନ୍ତ ଅନ୍ୟାୟ ଭ୍ରଷ୍ଟାଚାରରେ ପଶି ନାହାଁନ୍ତି । ସେ ଆଶା କରୁଛନ୍ତି ଯେ ସେ ଠିକ୍ ସେଇଭଳି ଭାବରେ ଚଳେଇବେ ।

Leave a Reply

Your email address will not be published. Required fields are marked *