“ଝିଅ ମାନଙ୍କ ମିଛ କେଶ ପାଇଁ ସତ କହୁଥିବା ଝିଅ ମାନେ ବି ହଇରାଣ ହେଉଛନ୍ତି” : ବୋମ୍ୟକେଶ ତ୍ରିପାଠୀ ।

ଆଡଭୋକେଟ୍ ବ୍ୟୋମକେଶ ତ୍ରିପାଠୀଙ୍କୁ ଆପଣ ସମସ୍ତେ ଭଲ ଭବାରେ ଚିହ୍ନିଥିବେ ନିଶ୍ଚୟ । ସେ ପ୍ରାୟ ସମୟରେ କୌଣସି ନା କୌଣସି ନ୍ୟୁଜ ଚ୍ୟାନେଲରେ କୌଣସି ନା କୌଣସି ବିଷୟକୁ ନେଇ ମିଡିଆକୁ ନିଜର ବୟାନ ଦେଉଥିବାର ନଜର ଆସିଥାନ୍ତି । ଯାହାକି ଦେଖୁ ଦେଖୁ ଭାଇରାଲ ମଧ୍ୟ ହୋଇଥାଏ । କହିବାକୁ ଗଲେ ତାଙ୍କର ବୟାନ ସବୁଠୁ ଭିନ୍ନ ପ୍ରକାରର । ସେ ଯେଉଁଭଳି ଭାବରେ କୌଣସି କଥା ଉପରେ ନିଜର ମନ୍ତବ୍ୟ ଦିଅନ୍ତି ତାହା ଅନ୍ୟ କୌଣସି ଓକିଲ ଦିଅନ୍ତି ନାହିଁ ।

କହିଦେଉଛୁ କି ଆଜି ପୁଣିଥରେ ପୁରୁଷ କେତେ ନିର୍ଯ୍ୟାତିତ ତା ଉପରେ ମନ୍ତବ୍ୟ ଦେଇ ଆଡଭୋକେଟ୍ ବ୍ୟୋମକେଶ ତ୍ରିପାଠୀ ଚର୍ଚାରେ ଅଛନ୍ତି । ତେବେ ବନ୍ଧୁଗଣ ସବୁବେଳେ ପୁରୁଷ ମାନଙ୍କ ହକ ପାଇଁ ହାଇ ପ୍ରୋଫାଇଲ୍ କେଶ୍ ଗୁଡ଼ିକ ସବୁ ଲଢ଼ୁଥିବା ହାଇକୋର୍ଟର ଓକିଲ ବ୍ୟୋମକେଶ ତ୍ରିପାଠୀ ନିକଟରେ ଏକ ସାକ୍ଷାତକାର ସମୟରେ ସେ କହିଛନ୍ତି ଯେ ଆଗରୁ ଗୋଟେ ଟାଇମ୍ ଯେତେବେଳେ ଝିଅ ମାନଙ୍କ ସଂଖ୍ୟା ଅଧିକ ଥିଲା ଆଉ ପୁଅ ମାନଙ୍କ ସଂଖ୍ୟା କମ୍ ଥିଲା ।

ଅବାହନ କାଳରୁ ଥିଲା ଯେ ସେମାନେ ଯେତେବେଳେ ଗୋଟେ ଝିଅ ଯାହା ଘରକୁ ଯାଉଥିଲା ସେ ସମୟରେ ସେମାନେ କିଛି ଉପହାର ଦେଉଥିଲେ ପର ମୁହୂର୍ତ୍ତରେ ଏହା ଗୋଟେ ଯୌତୁକ ବୋଲି ପ୍ରଥା ହେଇଗଲା । ଏବଂ ତାପର ମୁହୂର୍ତ୍ତରେ ଦାବି ଆରମ୍ଭ ହେଲା ଯେ ଏତିକି ଟଙ୍କା ଦେଲେ ତୁମ ଝିଅକୁ ଆମ ପୁଅ ବାହା ହେବ । କିନ୍ତୁ ପର ମୁହୂର୍ତ୍ତରେ ଯଦି ଏବେର ବିଂଶ ଶତାବ୍ଦୀର କଥା କହିବା ଗତ ୧୦/୧୫ ବର୍ଷ ଧରି ଯାହା ଦେଖା ଯାଉଛି ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କ ସଂଖ୍ୟା ଆଶାତୀତ ଭାବରେ କମିଯାଇଛି।

ତେଣୁ ଏବେ ଗୋଟେ ପୁଅ ପିଲାକୁ ଝିଅଟେ ମିଳିବା କଷ୍ଟକର ହୋଇ ଯାଇଛି । ଯାହା ଫଳରେ ଝିଅ ମାନଙ୍କ ଡିମାଣ୍ଡ ବଢ଼ିଗଲା । ଏବେ ଅନେକ ଜାଗାରେ ଝିଅମାନେ ଡିମାଣ୍ଡ ଆକାରରେ ପଇସା ନେଉଛନ୍ତି ଆଉ ପୁଅମାନେ ସମସ୍ତ ବିବାହ ଖର୍ଚ୍ଚ କରାଇ ଝିଅକୁ ଆଣୁଛନ୍ତି । ଆଜିକାଲି ଝିଅ ଆଉ ତାଙ୍କ ବାପା ମାଙ୍କ ଗୋଟାଏ ଟେନସନ୍ ଯେମିତି କେବଳ ପୁଅ ପାଖରେ ଝିଅ ରହିବ ଶାଶୂ ଶଶୁର ପାଖରେ ରହିବନି । ଆଉ ଯଦି ପୁଅ କହିଲା ଯେ ନାଇଁ ସେ ତାର ପରିବାର ସହିତ ରହିବ ବୋଲି ସେଠି କଥା ସରିଲା । ପୁଅ ଓ ତାର ପରିବାର ଉପରେ ଯୌତୁକ ନିର୍ଯ୍ୟାତନାର ମିଛ କେଶ୍ କରିବ ଝିଅ । ଆଉ କିଛି ଝିଅ ମାନଙ୍କ ମିଛ କେଶ ପାଇଁ ସତ କହୁଥିବା ଝିଅ ମାନେ ବି ହଇରାଣ ହେଉଛନ୍ତି ବୋଲି ବ୍ୟୋମକେଶ କହିଛନ୍ତି ।

Leave a Reply

Your email address will not be published. Required fields are marked *