ପୁଷ୍ପା-୨ ଫିଲ୍ମରୁ ଓଡ଼ିଶାର ମାନସ ପାଇଲେ ୫୦ ଲକ୍ଷ କିନ୍ତୁ ମିଟୁ ମିଥୁନଙ୍କ ସିନ୍ କଟିଗଲା ।

ତେବେ ବନ୍ଧୁଗଣ ଦୀର୍ଘ ଦିନରୁ ଚର୍ଚ୍ଚା ଥିବା ସୁପରହିଟ୍ ତେଲୁଗୁ ଫିଲ୍ମ ‘ପୁଷ୍ପା- ୨ ଦ ରୁଲ’କୁ ନେଇ ଆସିଛି ବଡ଼ ଖବର । ଖୁବଶୀଘ୍ର ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ । ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା । ଏଥିରେ ଅଲ୍ଲୁ ଅର୍ଜୁନଙ୍କ ଦେହରେ ଶାଢ଼ି, ପାଦରେ ଘୁଙ୍ଗୁର ଓ ବେକରେ ଲେମ୍ବୁ ମାଳ ପକାଇ ଗୁଣ୍ଡାମାନଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା । ଯାହା ଦର୍ଶକଙ୍କ ଲୋମଟାଙ୍କୁରି ଦେଇଥିଲା ।

ତେବେ ଆଉ ମାସ କେଇଟା ପରେ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ଏହି ସୁପରହିଟ୍ ଫିଲ୍ମ ରିଲିଜ୍ ହେବ । ଇତି ମଧ୍ୟରେ କହି ରଖିବୁ ଯେ ଓଲିଉଡ ଜଗତର କଳାକାରମାନଙ୍କ ମଧ୍ୟରୁ ହାସ୍ୟ ଅଭିନେତା ମିଟୁ ମିଥୁନଙ୍କୁ ଆପଣମାନେ ଜାଣିଥିବେ ନିଶ୍ଚୟ । ଏହି ଅଭିନେତା ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଲୋକଙ୍କୁ ହସାଇ ଥାଆନ୍ତି । ଏହି ଅଭିନେତା ଜଣଙ୍କୁ ନେଇ ଏବେ କିଛି ଖବର ଆସିଛି । ହାସ୍ୟ ଅଭିନେତା ମିଟୁ ମିଥୁନ ପୁଷ୍ପା-୨ ଫିଲ୍ମରେ ଅଭିନୟ କରିଥିଲେ ।

ସମସ୍ତେ କେତେ ଖୁସି ଥିଲେ ପୁଷ୍ପା-୨ ଫିଲ୍ମରେ ଅଭିନେତା ମିଟୁ ମିଥୁନଙ୍କ ଅଭିନୟ ଦେଖିବା ପାଇଁ । ହେଲେ ପୁଷ୍ପା ୨ ଫିଲ୍ମ୍ ରିଲିଜ୍ ହେବା ସମୟ ଆସିଲା ବେଳକୁ ଅଭିନେତା ମିଟୁ ମିଥୁନଙ୍କ ଅଭିନୟ କାଟି ଦେଲେ । ଏହାକୁ ନେଇ ଭିଡ଼ିଓ କରି ମଜା ଉଡ଼ାଇଛନ୍ତି ମାନସ । ଏକ ଭିଡ଼ିଓ କରି ସେଥିରେ ଆଖିରୁ ଚଷମା କାଢି ମାନସ କହିଲେ କି, ଦୁଃଖ ଲାଗୁଛି ଯେ ମିଟୁ ମିଥୁନ ଭାଇ । ସିନ କଟିଗଲା ତୁମର କିନ୍ତୁ ମୁଁ କନଫର୍ମ ଅଛି ମୋ ସିନ ଆସିବ ।

ଯେତେବେଳେ ମିଟୁ ମିଥୁନଙ୍କୁ ପୁଷ୍ପା-୨ ସୁଟିଂରେ ତେଲୁଗୁ ବାଲା ଖଟାଉଥିଲେ । ମାନସ କହିଲେ ସେ କଷ୍ଟ ନିଜେ ଦେଖିଛନ୍ତି । ଅନ୍ୟପଟେ ମାନସ କହିଛନ୍ତି ଅଲୁ ଅର୍ଜୁନଙ୍କ ସହ ତାଙ୍କର ସାଙ୍ଘାତିକ ଫାଇଟ ସିନ ଅଛି । ଆଉ ସେ ସିନ ତାଙ୍କର କଟି ନାହିଁ ପରଦାରେ ଆସିବ ।ତାଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ସେ ସୁନା ଚେନ୍ କିଣିକି ପକେଇଛନ୍ତି ।

Leave a Reply

Your email address will not be published. Required fields are marked *