ପ୍ରିୟାଙ୍କୁ ଭୂତ ଲାଗୁନି ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା କମାଉଛନ୍ତି..

ୟୁଟ୍ୟୁବର ପ୍ରିୟାଙ୍କୁ ଲାଗୁଛି ଭୂତ।ସୋସିଆଲ ମିଡ଼ିଆରେ ଭିଡ଼ିଓ କରି ଛାଡୁଛନ୍ତି ପ୍ରିୟା।ତେବେ ଏହା ସତ କି ମିଛ ଏହାକୁ ନେଇ ଭୁବନେଶ୍ଵର ମୁଣ୍ଡା ତାଙ୍କୁ ରୋଷ୍ଟ କରିଛନ୍ତି।ସେ କହିଛନ୍ତି ଯେ ତାଙ୍କ ଭିଡ଼ିଓ ରେ କିଛି ଭୂତ ନାହିଁ ମିଛରେ ଲୋକଙ୍କୁ ବୋକା ବନାଉଛନ୍ତି। ଆଉ ଲୋକ ମାନେ ତାଙ୍କୁ ସହଜରେ ମଧ୍ୟ ବିଶ୍ଵାସ କରି ନେଉଛନ୍ତି।ପଇସା ପାଇଁ ଏତେ ତଳକୁ ଖସି ଯାଇଛନ୍ତି ଲୋକଙ୍କ ବିଶ୍ବାସ ଭାଙ୍ଗି ଦେଉଛନ୍ତି।

ସେ କହିଛନ୍ତି ଯେ ଏମିତି ବହୁତ ଜାଗାରେ ଭୂତ ଲାଗେ ଏମିତି ସିଚୁଏସନ୍ ହୁଏ। କିନ୍ତୁ ସେମାନେ ମାସ ମାସ ଧରି ଏହି ପାଲା ଚଲେଇଛନ୍ତି। ମାସ ମାସ ଧରି ଭୂତ ଲାଗିଲେ ଲୋକଙ୍କ ଦେହ ଖରାପ ହୁଏ,ପତଳା ହେଇ ଯାଆନ୍ତି ହେଲେ ସେମାନେ ସେଇ ଜିନିଷକୁ ଚଲେଇଛନ୍ତି। ଚମକି ଯିବା ଟା ଅଲଗା ସମସ୍ତଙ୍କର ମେନ୍ତାଲ ଷ୍ଟେଜ୍ ଠିକ୍ ନଥାଏ ବାକି ତାଙ୍କ ଭିଡ଼ିଓ ରେ ଦେଖିବେ ସେ ହସୁଥିବେ, ଜଙ୍ଗଲ ରେ ପାଣି ବୋତଲ କେଉଁଠୁ ଆସିବ।

ବହୁତ୍ ସାରା ଜିନିଷ ଅଛି ଯେ ଲାଗୁଛି ଯେ ଭିଡ଼ିଓ ପୁରା ଫେକ୍।ସେ ବାହାରେ ଅଛନ୍ତି ହେଲେ ଭୂତ ଓଡ଼ିଆ ବୁଝି ପାରୁଚି।ସେ କହିଛନ୍ତି ଯେ ମୁନି ସୁମି ବ୍ଲଗ୍ ରେ ଦେଖିଥିଲି ଏମିତି କରୁଛନ୍ତି ତାଙ୍କ ଠୁ ଦେଖି ଏମାନେ କରୁଛନ୍ତି।ତାଙ୍କ ଭିଡ଼ିଓ ଭାଇରାଲ ହେଲା ଏବେ ୟାଙ୍କ ଭିଡ଼ିଓ ଭାଇରାଲ୍ ହେଉଛି ତାଙ୍କ ଭିଡ଼ିଓ ଭିୟୁ କମୁଛି।ତେବେ ଏଇଟା ପୁରା ଟ୍ରେଣ୍ଡ ହେଇ ଗଲାଣି ଏସବୁ ରେ କିଛି ବି ସତ୍ୟତା ନାହିଁ।ଭୂତ ସମସ୍ତଙ୍କୁ ୟୁଜ୍ କରେ ହେଲେ ଏମାନେ ଭୂତକୁ ୟୂଜ୍ କରି ଦେଉଛନ୍ତି ।

ସେ କହିଛନ୍ତି ଯେ ଯଦି ତାଙ୍କର ଦେହ ଖରାପ ହେଉଛି ସେ ଫାଷ୍ଟ ଡାକ୍ତରଙ୍କୁ ଦେଖେଇବେ ନା ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ୍ କରିବେ।ତାଙ୍କର ଆଉ ଗୋଟେ କୁକିଙ୍ଗ ଚାନେଲ ମଧ୍ୟ ଅଛି। ସେଥିରେ ଆଉ କାହା ଭିଡ଼ିଓ ଆଣି ଭଏସ ଦେଇ ସବୁଦିନ ପୋଷ୍ଟ କରୁଛନ୍ତି।ଯଦି ତାଙ୍କୁ ଭୂତ ଲାଗୁଛି ତାହେଲେ ସେ ଭଏସ ଦେବାକୁ ସମୟ ପାଉଛନ୍ତି କେମିତି।ଏସବୁ ଜିନିଷକୁ ଲୋକ ମାନେ ବୁଝିବା ଦରକାର।ସେ କହିଛନ୍ତି ଯେ ବହୁତ୍ ଲୋକ ମୋ ଭିଡ଼ିଓ ଦେଖି ଜାଣି ସାରିଲେଣି ଯେ ଏସବୁ ଫେକ ବୋଲି କାରଣ ବିନା ପ୍ରମାଣ ରେ ମୁଁ କେବେ ରୋଷ୍ଟ୍ କରେନି।

Leave a Reply

Your email address will not be published. Required fields are marked *