ଲୋକେ ଭାବୁଛନ୍ତି ଯେ ମୁଁ ଶାଶୂ ଘରେ ବି ଘର ଭାଙ୍ଗିବି

ସିରିଏଲର ଖଳ ନାୟିକା ଏବେ କାହା ମନର ନାୟିକା ସାଜିଛନ୍ତି। ଘର ଭାଙ୍ଗୁଥିବା ଝିଅ ଆଜି ଘର ଯୋଡୁଛନ୍ତି। ମୁଁ ବୁଝି ପାରୁନି ତାଙ୍କୁ ମୁଁ କେଉଁ ନାଁରେ ଡାକିବି। ଏବେ ସେ ରାଉତରାୟ ହେଇଗଲେଣି ନା ସେଇ ଟାଇଟେଲରେ ଅଛନ୍ତି। ତାଙ୍କ ସହିତ ଆମେ କଥା ହେବା, ମୋ ପାଖରେ ଅଛନ୍ତି ଆପଣମାନଙ୍କର ଟିନା ମ୍ୟାଡ଼ାମ୍ ମାନେ ସୁମନ ମ୍ୟାମ୍ । ଆଉ ଆଜି ସେ ଏକା ନାହାଁନ୍ତି ତାଙ୍କ ସହିତ ତାଙ୍କ ହଜବେଣ୍ଡ୍ ମଧ୍ୟ ଅଛନ୍ତି। ତାଙ୍କ ସହ କଥା ହେବା ଯେ ବାହା ତ ହେଇଗଲେ ଭାଇଙ୍କୁ କେମିତି ବାହା ହେବା ପାଇଁ ତାଙ୍କ ସହ ପ୍ରସ୍ତାବ ପଡ଼ିଲା,ଘର ଲୋକ କେମିତି ରାଜି ହେଲେ ଗୋଟେ ଏମିତି ନେଗେଟିଭ୍ କ୍ୟାରକ୍ଟରର ଝିଅକୁ ବାହାଘର କରିବା ପାଇଁ।

ଘର ଲୋକଙ୍କୁ ତ ୟାଙ୍କର ଆକ୍ଟିଂଟା ଭଲ ଲାଗେ କିନ୍ତୁ ମୋ ବାବାଙ୍କ ମାଆ ଯିଏ ସିଏ ୟାକୁ ବହୁତ୍ କାଟନ୍ତି। ସେ ଭାବି ନିଅନ୍ତି କି ସେ ଝିଅଟା ରିଏଲ୍ ଲାଇଫରେ ସେମିତିକା। ଯିଏ ଶାଶୁ ଶଶୁରଙ୍କୁ ରିଏଲ୍ ଲାଇଫରେ ହଇରାଣ କରୁଛି କି ମାରି ଦେବାକୁ ଚେଷ୍ଟା କରୁଛି ସ୍ଵାମୀକୁ। କିନ୍ତୁ ଆମେ ସେଇଟା ମଜାରେ ନେଉ।ଲୋକଙ୍କୁ ସେଇଟା କମ୍ପ୍ଲିମେଣ୍ଟ। ତ ଇଏ ଭଲ ଆକ୍ଟିଂ କରୁଥିବାରୁ ଲୋକ ତାକୁ ରିଆକ୍ଟ୍ କରୁଛନ୍ତି। ସେଥିପାଇଁ ଆମେ ବି ବହୁତ୍ ଖୁସି ହେଉ। ମୋତେ ଆପଣ ଯାହା ଡାକି ପାରିବେ, ମୋର ବହୁତ୍ ସାରା ନାଁ ଅଛି।ଏକ୍ଚୁଆଲି ବାହାଘର ପୂର୍ବରୁ ବି ମୋତେ ବହୁତ୍ ସାରା ଭଲ ପାଇବା ମିଳିଛି ଫ୍ୟାମିଲିରୁ କାହିଁକି ନା ବାବା ମାମା, ଆଉ ସମସ୍ତେ ବହୁତ୍ ଭଲ।

ଆଗରୁ ଯେତେବେଳେ ଦେଖା ହୁଏ କଣ ଦୁଇ ତିନି ଘଣ୍ଟା ପାଇଁ କି ଫୋନରେ ଆମେ ଯେତିକି ସମୟ କଥା ହେଉ କିନ୍ତୁ ଏବେ ତ ଏଠି ଚବିଶ ଘଣ୍ଟା ରହୁଛୁ। ତ କିଛି ନା କିଛି ଗୋଟେ ଚେଞ୍ଜ ହୁଏ। ମୁଁ ତ ଜାଣି ନଥିଲି ଯେ ଏତେ ଭଲ ପାଇବା ମୋତେ ମିଳିବ ବୋଲି। ମୁଁ ଏକ୍ଚୁଆଲି ଗେହ୍ଲାରେ ବଢ଼ିଛି ଆଉ ଗେହ୍ଲା ହିଁ ମୋତେ ଦରକାର। ଏଇଟା ମୋତେ ମିଳି ଯାଉଛି। ଯେଉଁ କୁହନ୍ତି ନା ଅତି ଗେହ୍ଲା କଲେ ମୁଣ୍ଡରେ ବସେ ତ ମୋତେ ଏମାନେ ମୁଣ୍ଡରେ ବସେଇଛନ୍ତି। ସତ କହିବାକୁ ଗଲେ ଯେତେବେଳେ ମୋର ବାହାଘର ଠିକ୍ ହେଲା,ଜାଣିଥିଲି ତ ଦିନେ ନା ଦିନେ ବାହା ହେବି କିନ୍ତୁ ବାହାଘର ଦୁଇ ଦିନ ଆଗରୁ ମୋତେ ନିଦ ହେଉ ନଥିଲା। ଯେ ବାହାଘର ପରେ ଏତେ ବଡ଼ ରେସ୍ପୋସିବିଲିଟି ତୁଲେଇ ପାରିବି ନା ନାହିଁ। କିନ୍ତୁ ଏଠି ମୋ ଶାଶୁ ମୋତେ ଶିଖାଉ ନାହାଁନ୍ତି ବରଂ ମୋତେ ମୋର ହାତ ଧରି ଆଗକୁ ନେଇ ଯାଉଛନ୍ତି। ତ ମୋତେ ସେଥିପାଇଁ କିଛି ବି କୌଣସି ଜିନିଷ କଷ୍ଟ ଲାଗୁନି।ଧନ୍ୟବାଦ ଦେବି ଯେ ୟାଙ୍କ ପାଇଁ ଆଜି ମୁଁ ଆଉ ଗୋଟେ ବାବା ମାମା ପାଇଛି। ଏବେ ମୋର ଦୁଇଟି ବାବା ଦୁଇଟି ମାମା। ସତରେ ଏତେ ଭଲ ଫ୍ୟାମିଲି ପାଇଛି। ଫେସବୁକ୍ ଫ୍ରେଣ୍ଡସିପରୁ ଆମ ପ୍ରେମ ଆରମ୍ଭ ହୋଇଥିଲା।ଗୋଟେ ଭଲ ମେମୋରିଜ୍ ଅଛି,କାହିକିଁ ନା ଯେଉଁଦିନ ଆମ ରିଲେସନ୍ ଷ୍ଟାର୍ଟ ହେଇଥିଲା ଜାନୁଆରୀ ୩ ତାରିଖରେ ମୋର ସେଇଦିନ ହିଁ ‘ତୋ ଅଗଣାର ତୁଳସୀ ମୁଁ’ର ଫାଷ୍ଟ୍ କ୍ୟାରିଅର୍। ସେଇଠୁ ହିଁ ଷ୍ଟାର୍ଟ ହେଇଥିଲା। ମୁଁ ସେଇଦିନ ହିଁ ସାଇନ୍ ମାରିଥିଲି। ତ ଦୁଇଟା ଭଲ ଜିନିଷ ମୋ ଲାଇଫରେ ହେଇଥିଲା ସେଇଦିନ ଜାନୁଆରୀ ୩ ରେ। ଆଉ ଆମର ବାହାଘର ବି ଜାନୁଆରୀରେ। ରିଲେସନକୁ ଆଠ ବର୍ଷ ଆଉ ବାହାଘରକୁ ମାତ୍ର କୋଡ଼ିଏ ଦିନ ହେଇଛି।

ଏଠି ଡିଫରେନ୍ସ୍ ତ କିଛି ନୁହଁ ବାକି ମୁଁ ମଝିରେ ମଝିରେ ଭାବୁଥିଲି ମୁଁ ବାହା ହେଇଛି ନା ନାହିଁ,ଡାଉଟରେ ଥିଲି। ବେଳେ ବେଳେ ମନେ ପଡେନି ବେଚଲର୍ ଲାଇଫକୁ ପଳାଏ। ଘରେ ସମସ୍ତେ ରାଜି ଥିଲେ ଆମ ରିଲେସନକୁ ନେଇକି।ଏକ୍ଚୁଆଲି ମୋତେ ନା ଦରକାର ଥିଲା ମୋ ବାବାଙ୍କ ଭଳିଆ ପୁଅ ଟିଏ ମିଳୁ। ସେଇଟା ସବୁ ଝିଅ ଏକ୍ଚୁଆଲି ଚାହାଁନ୍ତି। ତ ମୋ ବାବାଙ୍କର ପ୍ରାୟ ଗୁଣ ୟାଙ୍କ ସହିତ ସମାନ। କଷ୍ଟ ହେଉଛି କିନ୍ତୁ ଏଇଟା ହିଁ ଲାଇଫ । କିନ୍ତୁ କଣ ହେଉଛି ନା ଯେତେବେଳେ କଷ୍ଟ ହେଉଛି ସେତେବେଳେ ମୋର ଏଠି ଯେଉଁ ବାବା ମାମା ଅଛନ୍ତି ମୋତେ ଏମିତି କହୁଛନ୍ତି ତୁ ଯଦି କାନ୍ଦିବୁ ତାହାଲେ ତୁ ଘରକୁ ଯିବୁନି। ସେରିଏଲକୁ ସେରିଏଲ୍ ଜାଗାରେ ରଖନ୍ତୁ ଆଉ ରିଏଲ୍ ଲାଇଫକୁ ରିଏଲ୍ ଲାଇଫ ଜାଗାରେ ରଖନ୍ତୁ।

Leave a Reply

Your email address will not be published. Required fields are marked *