ପିୟୂଷଙ୍କ ପରେ କିଏ ହେବ “ଅଧା ରାତିର ସାଥି” ? ଖୋଲି କହିଦେଲେ ପିୟୂଷ I ଦେଖନ୍ତୁ ଭିଡ଼ିଓ ।

ବନ୍ଧୁଗଣ ସବୁ ଅପେକ୍ଷା ଅନ୍ତ ଘଟାଇ ଖଣ୍ଡଗିରି ଯାତ୍ରା ଆରମ୍ଭ ହୋଇ ଶେଷ ହେବାକୁ ବସିଲାଣି । ଲୋକମାନେ ଏତେ ଭିଡ଼ ଜମାଉଥିଲେ ଯେ ଟିକେଟ ଘର ମଧ୍ୟ ଫାଙ୍କା ପଡୁନଥିଲା । ଲୋକମାନଙ୍କର ଭିଡ଼ ଦେଖି ଲାଗୁଥିଲା ଯେମିତି ଆର୍ଟିଷ୍ଟ ମାନେ ଲୋକମାନଙ୍କର ଭଲ ପାଇବା ଦେଖି ବହୁତ୍ ଖୁସି ହେଇ ଯାଉଥିବେ । ତେବେ ଯାତ୍ରା କଥା ଯଦି କହିବା ଗୋଟାଏ ଫେଜ୍ ରେ ଯେତେବେଳେ ରାଣୀ ପଣ୍ଡାଙ୍କର କ୍ରେଜ ସରିଥିଲା ତାପରେ ଆଉ ଗୋଟେ କ୍ରେଜ୍ ଆରମ୍ଭ ହେଇଯାଇଥିଲା ପିୟୂଷ ତ୍ରିପାଠୀଙ୍କର । ସକାଳୁ ସକାଳୁ ଲୋକଙ୍କର ଭିଡ଼ ଜମୁଥିଲା ଟିକେଟ ଘରେ ଯେ ପିୟୂଷ ତ୍ରିପାଠୀଙ୍କ ଗୋଟାଏ ଝଲକ୍ ଦେଖିବା ପାଇଁ ।

“ଅଧା ରାତିର ସାଥୀ” ଯାତ୍ରା ଲୋକମାନଙ୍କୁ ଏତେ ଟାଣି ଆଣିଛି ଯେ ରାତି ୪ଟାରୁ ଉଠି ଲୋକମାନେ ଲମ୍ବା ଲାଇନ୍ ଲଗାଉଛନ୍ତି ପିୟୂଷ ତ୍ରିପାଠୀଙ୍କୁ ଦେଖିବା ପାଇଁ । ପିୟୁଷଙ୍କ ନାଟକ ସମୟରେ ଚେୟାର୍ କେବେ ଫାଙ୍କା ପଡ଼ିନି ଲୋକ ଠିଆ ହୋଇ ମଧ୍ୟ ଦେଖିଛନ୍ତି । ଲୋକମାନେ କେବଳ ସେଲଫି ନେବା ପାଇଁ କେତେ ଦୂରରୁ ପିୟୁଷଙ୍କ ନିକଟକୁ ଆସୁଛନ୍ତି । ନାଟକରେ ପିୟୁଷ ଏତେ ଜୀବନ୍ତ ଅଭିନୟ କରନ୍ତି ଯେ ଉପସ୍ଥିତ ଦର୍ଶକଙ୍କ ଠାରୁ ଚେୟାର ଚେୟାର ଫୋପଡ଼ା ମଧ୍ୟ ସହିଛନ୍ତି । ତେବେ ଶେଷ ଦିନରେ ମଧ୍ୟ ଲୋକମାନଙ୍କ ଅଜସ୍ର ଭିଡ଼ ଦେଖିବାକୁ ମିଳିଥିଲା ।

ଏହାପରେ ଆଉ ଦେଖିବାକୁ ମିଳିବନି ପିୟୂଷ ଭାଇଙ୍କୁ । ଆଉ ଦେଖିବାକୁ ମିଳିବନି ଖଣ୍ଡଗିରିର ଯାତ୍ରା । ତେବେ ଏହି ଅବସରରେ ଲୋକମାନଙ୍କ ଭିଡ଼କୁ ପିୟୂଷ କେତେ ମିସ୍ କରିବେ ସେ ବିଷୟରେ ତାଙ୍କ ସହ ସିଧାସଳଖ କଥାବାର୍ତ୍ତା ସମୟରେ ପିୟୂଷ ତ୍ରିପାଠୀ କହିଛନ୍ତି ଯେ “ଅଧା ରାତିର ସାଥୀ” ଏହାପରେ କାହିଁକି ଦେଖିବାକୁ ମିଳିବନି । ସେ ତୁଳସୀ ଗଣନାଟ୍ୟରୁ ଚାଲିଗଲା ପରେ ମଧ୍ୟ ତାଙ୍କ ଜାଗାରେ ଯିଏ ଆସିବ ସିଏ ଅଭିନୟ କରିବ । କାହାଣୀ ଭଲ ଆଉ କାହାଣୀ ପିୟୂଷକୁ ତିଆରି କରିଛି ପିୟୂଷ କାହାଣୀକୁ ନୁହେଁ ।

ଖଣ୍ଡଗିରି ଯାତ୍ରା ସରୁଛି ଲୋକଙ୍କୁ କେତେ ମିସ୍ କରିବେ ବୋଲି ପ୍ରଶ୍ନରେ ପିୟୂଷ ଉତ୍ତର ଦେଇଛନ୍ତି ନିହାତି ଭାବରେ । ଯେତେ ସିନ ସରି ସରି ଆସୁଛି ଦେହରୁ ବଳ ସରି ସରି ଯାଉଛି । “ଅଧା ରାତିର ସାଥୀ” ନିହାତି ଭାବରେ ଚାଲିବ ତାଙ୍କ ବଦଳରେ କିଏ କରିବେ ସେ ଜାଣିନାହାଁନ୍ତି ହେଲେ ନାଟକ ଶତ ପ୍ରତିଶତ ଚାଲିବ ବୋଲି କହିଛନ୍ତି ପିୟୂଷ ତ୍ରୀପାଠୀ । ଆଉ ଶେଷରେ ଲୋକ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ବାସ୍ ଏଇଭଳି ତାଙ୍କ ପ୍ରତି ଭଲପାଇବା ଦର୍ଶକ ରଖିଥାନ୍ତୁ ସେ ତାଙ୍କ ପାରୁ ପର୍ୟ୍ୟନ୍ତ ଚେଷ୍ଟା କରିବେ ଲୋକମାନଙ୍କ ମନୋରଞ୍ଜନ କରିବା ପାଇଁ ।

Leave a Reply

Your email address will not be published. Required fields are marked *