ସୀମା ଲଙ୍ଘିଲେ ଶୈଳେନ୍ଦ୍ର । ଝିଅ ଉପରେ ବିନ ଅନୁମତିରେ ହାତ ପକେଇଲେ ..ଖବର କରିବାରୁ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କଲେ ।

ବନ୍ଧୁଗଣ ସୀମା ଲଙ୍ଘିଲେ ଶୈଳେନ୍ଦ୍ର । ଯୁବତୀଙ୍କ ଉପରେ ହାତ ପକାଇଲେ ଯାହାକୁ ଯୁବତୀ କହିଲେ । ଖବର ପ୍ରସାରଣ ହେଲା କିନ୍ତୁ ଶୈଳେନ୍ଦ୍ରଙ୍କ ରାଗ ବଢ଼ିଗଲା । ଖବରର ରାଗ ନେଇ ସମସ୍ତଙ୍କର ଆଗରେ କଲେ ଏମିତି ବ୍ୟବହାର । ଦର୍ଶକବନ୍ଧୁ ଏଠାରେ କହି ରଖିବାକୁ ଚାହିଁବୁ ଯେ ଅନ୍ତତଃ ପକ୍ଷେ ଏହି ଅଭିନେତା ଜଣକ ଜାଣି ରଖିବା ଦରକାର ଯେ କ୍ଷୀର ଉତୁରିଲେ ଚୁଲିକୁ । “ବଡ଼ ବଡ଼ ଯାଇଛନ୍ତି ଯେତେବେଳେ ଫସର ଫାଟି, ୟେ ସାନ ଆସିଛନ୍ତି ବେସର ବାଟି” ।

ଦର୍ଶକ ବନ୍ଧୁ ଏକଥା କହିବାର ଅର୍ଥ ଅନେକ ବଡ଼ ବଡ଼ ଅଭିନେତା ଏଇ ଛୋଟ ମୋଟ ଭୁଲ୍ ପାଇଁ କଣ ସବୁ ଭୋଗିଛନ୍ତି ତାହା ଆପଣମାନେ ସମସ୍ତେ ଜାଣିଛନ୍ତି । ଆଉ ଯେବେ ଯୁବତୀ ଜଣକ ନିଜେ କହୁଛନ୍ତି ଶୈଳେନ୍ଦ୍ର ତାଙ୍କ ଉପରେ ହାତ ପକାଇଲେ । ଆଉ ତାଙ୍କୁ ସେଇଟା ଅୱକର୍ଡ ଲାଗିଲା ଅର୍ଥାତ୍ ତାଙ୍କୁ ସେଇଟା ଅସହଜ ଲାଗିଥିଲା । ଯେଉଁଟା କି ତାଙ୍କୁ ଗୋଟେ ଖରାପ୍ ବ୍ୟାଡ ଫିଲିଂସ୍ ଆସିଥିଲା ଓ ଖରାପ୍ ଅନୁଭବ ହୋଇଥିଲା।

ଏସବୁ ପରେ ଯେତେବେଳେ ଖବରଟି ବାଜିଥିଲା । ବାବୁ ଶୈଳେନ୍ଦ୍ରଙ୍କ ରାଗ ଚରମ ସୀମାରେ ପହଞ୍ଚି ଯାଇଥିଲା । ଆଉ ସୁଯୋଗ ସୁବିଧା ଦେଖି ସମସ୍ତଙ୍କ ଆଗରେ ଗଣମାଧ୍ୟମକୁ ଧୋଇ ଦେଇଥିଲେ ଅଭିନେତା ଶୈଳେନ୍ଦ୍ର । ଆଉ କେବଳ ଏତିକି ନୁହେଁ ଏହାସହ ଉପସ୍ଥିତ ଜଣେ ସାମ୍ବାଦିକାଙ୍କୁ ମଧ୍ୟ ଅପମାନିତ କରିଥିଲେ ।

ତେବେ ଏଠି ଶୈଳେନ୍ଦ୍ରଙ୍କୁ ଏକଥା ଜାଣିବା ଦରକାର ଯେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକାଙ୍କୁ ସର୍ବ ସମ୍ମୁଖରେ ଏମିତି ବ୍ୟବହାର କରିବା ତାଙ୍କ ପାଇଁ କେତେ ମହଙ୍ଗା ପଡ଼ିପାରେ । କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ପର୍ୟ୍ୟନ୍ତ ଯାହା ଯାହା ହୋଇଛି ତାହା ବାବୁ ଶୈଳେନ୍ଦ୍ର ଜାଣି ନାହାଁନ୍ତି ବୋଧହୁଏ । ତେବେ ବନ୍ଧୁଗଣ ଯଦି ଆମେ ଶୈଳେନ୍ଦ୍ରଙ୍କ ଫିଲ୍ମ ବିଷୟରେ କହିବୁ ତେବେ ସ୍କୁଲ ଜୀବନର ନିଚ୍ଛକ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଫିଲ୍ମ ଦଶମ । ଏହି ଚଳଚ୍ଚିତ୍ରଟି ସ୍କୁଲ ଜୀବନର ଚାପଳାମିକୁ ନେଇ ନିର୍ମାଣ ହୋଇଥିବା ବେଳେ ଏହାର ମୁଖ୍ୟ ନାୟକ ହେଉଛନ୍ତି ଶୈଳେନ୍ଦ୍ର ସାମନ୍ତରାୟ । ଏହା ଜାନୁଆରୀ ୧୮ ତାରିଖରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ।

Leave a Reply

Your email address will not be published. Required fields are marked *