ଗାଁରେ ଗରୁଡ଼ ପକ୍ଷୀକୁ ଦେଖି ସମସ୍ତେ ଜଗନ୍ନାଥଙ୍କୁ ଡାକିଲେ। ରାମାୟଣ ସମୟରେ ଗରୁଡ଼।

ନୂଆବର୍ଷ ଆସୁଛି ଆଉ ଗାଁରେ ଘଟିଗଲା ନୂଆ ଘଟଣା। ଗାଁକୁ ଆସିଛି ଗରୁଡ଼ ପକ୍ଷୀ। ଆଉ ସମସ୍ତଙ୍କ ପାଟିରେ ଏବେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।

ଗରୁଡ଼ ପକ୍ଷୀ ବିଷୟରେ ଆପଣ ବି ଜାଣିଥିବେ କିଭଳି ଭାବେ ରାମାୟଣରେ ନିଜ ଜୀବନକୁ ବାଜି ଲଗାଇ ଦେଲା ଗରୁଡ଼ ପକ୍ଷୀ। ଆଉ ସେଇ କଥା ପୁଣିଥରେ ଆଜି ମନେ ପଡି ଯାଉଛି ଏଇ ଗରୁଡ଼ ପକ୍ଷୀକୁ ଦେଖି। ହେଲେ ଏଇ ପିଲାଟି ପାଖରେ କୁଆଡୁ ଆସିଲା ଏଇ ଗରୁଡ଼ ପକ୍ଷୀ।

ପୁରୀ ଚନ୍ଦନପୁର ଗୋପୀନାଥ ମନ୍ଦିର ପାଖରୁ ମିଳିଛି ଏଇ ବିରଳ ଗରୁଡ଼ ପକ୍ଷୀ। ଗ୍ରାମର କିଛି ପିଲା ଏକ ରାଲିରେ ସଫେଇ କାର୍ଯ୍ୟ ପାଇଁ ଯାଉଥିବା ବେଳେ ପକ୍ଷୀଟି ବୋବାଉ ଥିବାର ଦେଖିଥିଲେ। ଆଉ ଯେତେବେଳେ ଏଇ ଗରୁଡ଼ ପକ୍ଷୀଟି ଶବ୍ଦ କରିଥିଲା ସେଇ ସମୟରେ ପିଲାଟିକୁ ଲାଗିଥିଲା ତାକୁ ସାହାର୍ଯ୍ୟ ଦରକାର। ଆଉ ପାଖକୁ ଯାଇ ଦେଖିଲା ବେଳକୁ ସେ ନିଜେ ବି ଜାଣି ପାରି ନଥିଲେ ଯେ ଏ କେଉଁ ପକ୍ଷୀ। ତେବେ ସେଠାରେ ଉପସ୍ଥିତ ଥିବା ଲୋକେ ଏହାକୁ ଗରୁଡ଼ ପକ୍ଷୀ ବୋଲି ଚିନ୍ହି ଦେଇଥିଲେ।

କେହି ଏହାକୁ ନେବାକୁ ଇଛୁକ ନହେବାରୁ ତାକୁ ଏହି କିଶୋର ବୟସର ପିଲା ଜଣକ ନିଜ ଘରକୁ ଆଣିଥିଲେ। ଆଉ ଗ୍ରାମର ବାସିନ୍ଦା ମାନେ ଏଇ ପକ୍ଷୀଟିକୁ ଏଇ ପୁଅଟି ପାଖରେ ଦେଖି ସମସ୍ତେ ବହୁତ ଖୁସିରେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ କହୁଛନ୍ତି।ତେବେ ଗାଁ ଲୋକେ କହୁଛନ୍ତି ପୂର୍ବରୁ କେବେବି ଏମିତି ପକ୍ଷୀକୁ ଦେଖି ନଥିଲୁ। ତେବେ ଏବେ ଏଇ ପକ୍ଷୀଟିକୁ କ୍ଷୀର ଦେଇ ଘରେ ଆଶ୍ରୟ ଦେଇଛନ୍ତି ଏଇ ବାଳକ ଜଣକ। ତେବେ ଏଇ ପକ୍ଷୀଟିକୁ ପାଇ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ଏଇ ବାଳକ ଜଣକ।

Leave a Reply

Your email address will not be published. Required fields are marked *