ଏକା ଜୀବନ ଭାରି କଷ୍ଟ.. କିନ୍ତୁ ଓଡିଶା ଲୋକ ଏତେ ଭଲ ଯେ ଏଠି ମୋତେ ଭାରି ଭଲ ଲାଗୁଛି।

ଦିନ ସମୟରେ ପାର୍ଲରରେ କାମ କରି ରାତିରେ ଆସି ପପକର୍ଣ୍ଣ ବିକୁଛନ୍ତି । ତାହା ମଧ୍ୟ ପୁଣି ଗୋଟେ ପାର୍କ ଆଗରେ । ପଶ୍ଚିମବଙ୍ଗର ସେ ବୋହୂ କିନ୍ତୁ ଓଡ଼ିଶାରେ ଆସି ସେ ପେଟ ପାଟଣା ପାଇଁ ସଂଘର୍ଷ କରୁଛନ୍ତି । ତେବେ କାହିଁକି ସେ ପଶ୍ଚିମବଙ୍ଗ ଛାଡ଼ି ଓଡ଼ିଶା ଆସିଲେ ଏବଂ ନିଜ ଝିଅକୁ ସେ ବଡ଼ କରିବା ପାଇଁ ଏବଂ ତାର ଭବିଷ୍ୟତ ବନେଇବା ପାଇଁ ସିଏ ନିଜେ ସାଜିଛନ୍ତି ରାସ୍ତା କଡ଼ରେ ଜଣେ ଖାଇବା ବିକୁଥିବା ସ୍ତ୍ରୀ ଲୋକ । ତେବେ ଉକ୍ତ ସ୍ତ୍ରୀ ଜଣକଙ୍କର୍ ନାଁ ହେଉଛି ସୁମତୀ ସାହୁ । ସେ ଆସିଛନ୍ତି ପଶ୍ଚିମବଙ୍ଗ ରାଜ୍ୟରୁ ।

ତାଙ୍କ କହିବା ଅନୁସାରେ ତାଙ୍କ ଗାଁରେ କିଛି କାମ ନାହିଁ । ଚାଷ ବାସ କାମ କିନ୍ତୁ ସେ ଆଉକିଛି କରିବାକୁ ଚାହୁଁଥିଲେ । ଆଉ ତାପରେ ତାଙ୍କୁ ଓଡ଼ିଶା ଭଲ ଲାଗେ । ଜଗନ୍ନାଥ ତାଙ୍କୁ ଡାକିଛନ୍ତି ବୋଲି ସେ ଓଡ଼ିଶା ଆସିଛନ୍ତି । ଓଡିଶା ଲୋକ ତାଙ୍କୁ ବହୁତ୍ ପସନ୍ଦ । ଜଗନ୍ନାଥଙ୍କ କୃପାରୁ ତାଙ୍କୁ ଏଠି ୧୩/୧୪ ବର୍ଷ ହୋଇଗଲା, ଘରଦ୍ୱାର ହେଇଯାଇଛି ଆଉ ସେ ବହୁତ୍ ଭଲରେ ଅଛନ୍ତି।

ଦିନରେ ମହିଳା ଜଣକ ପାର୍ଲର କାମ କରନ୍ତି ହୋମ୍ ସର୍ଭିସ୍ । ଆଉ ବର୍ତ୍ତମାନ୍ ଉପରଓଳି ସେ ପପକର୍ଣ ବିକନ୍ତି । ଆଉ ଯେଉଁଦିନ ପାର୍ଲର କାମ ଅଧିକ ଥାଏ ସେଦିନ ସେ ପପକର୍ଣ୍ଣ ଦୋକାନ ଖୋଲନ୍ତି ନାହିଁ । ଆଉ ଏବେ ପ୍ରବଳ ଶୀତ ଯୋଗୁଁ ପାର୍କକୁ ଲୋକ କମ୍ ଆସୁଛନ୍ତି କିନ୍ତୁ ଦୋକାନ ଅଛି ତୋ କାର୍ଯ୍ୟ କରିବାକୁ ପଡ଼ିବ ଆଉ ସଂଘର୍ଷ ମଧ୍ୟ କରିବାକୁ ପଡ଼ିବ । ତାଙ୍କ ଝିଅ ୨୦ ବର୍ଷର ଏବେ ସେ କଲେଜ୍ ରେ ପାଠ ପଢ଼ୁଛି । ଆଗକୁ ଝିଅର ପୋଲିସ୍ ରେ ଯିବାର ବହୁତ୍ ଇଛା ।

ତେଣୁ ଝିଅ ପାଇଁ ତାଙ୍କୁ ବଞ୍ଚିବାକୁ ପଡ଼ିବ ଆଉ କରିବାକୁ ପଡ଼ିବ ବୋଲି ମହିଳା କହିଛନ୍ତି । ମହିଳା ଜଣଙ୍କ ଏବେ ନିଜ ସ୍ଵାମୀ ସହିତ ରହୁ ନାହାଁନ୍ତି ଦୂରେଇ ଯାଇଛନ୍ତି । ଏବେ ସେ ନିଜ ପାଇଁ ଆଉ ନିଜ ଝିଅ ପାଇଁ ଖଟୁଛନ୍ତି । ନିଜର ହାତ ଗୋଡ଼ ଯେତେ ପର୍ଯ୍ୟନ୍ତ ଚାଲୁଥିବ ସେତେ ପର୍ୟ୍ୟନ୍ତ ନିଜ ଉପରେ ଡିପେଣ୍ଡ କରିବା ଉଚିତ୍ । ଭୁନେଶ୍ୱରରେ ଜଣେ ମହିଳା ତାଙ୍କୁ ପ୍ରଥମେ କଣ କରିବ ବୋଲି ପଚାରିଥିଲେ ଆଉ ମହିଳା ଜଣକ ଯେତେବେଳେ କହିଥିଲେ ତାଙ୍କୁ ପାର୍ଲର କୋର୍ସ କରିବାର ଅଛି ବୋଲି । ଉକ୍ତ ମହିଳା ଜଣକ ସୁମତୀଙ୍କୁ ପାର୍ଲର କୋର୍ସ କରାଇବାରେ ବହୁତ୍ ସାହାର୍ଯ୍ୟ କରିଥିଲେ । ସେଥିପାଇଁ ସେ ତାଙ୍କୁ ବହୁତ୍ ଧନ୍ୟବାଦ୍ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *