“ଗୋଟେ ପୁଅ ଓ ଝିଅ ଗୋଟିଏ ରୁମ ଭିତରେ ରହିକି ଯଦି କହିବେ କିଛି ହେଇନି ତାହେଲେ କେମିତି ବିଶ୍ବାସ କରିବ

ପ୍ରଥମ କଥା କହିବି ଓଡ଼ିଶା ଭାସ୍କର ନ୍ୟୁଜ୍ ଚାନେଲ୍ ମାଧ୍ୟମରେ ଆମ ଓଡ଼ିଶାକୁ ଗୋଟେ ନାହିଁ ଦୁଇ ଦୁଇଟା ଖୁସି ଖବର ଆସିଛି ବର୍ତ୍ତମାନ। ପ୍ରଥମ କଥା ହେଉଛି ଅନୁଭବ ଭାଈଙ୍କର ଡିଭୋର୍ସଟା ଫାଇନାଲ୍ ହେଇ ସାରିଲା, ଦ୍ଵିତୀୟ ହେଉଛି ରାନୀ ଦିଦିକୁ ତା ବର ମିଳିଗଲା। ମାନେ ଆମକୁ ଜୋଇଁ ମିଳିଗଲେ ଭିଣୋଇ ତ ଏଥିପାଇଁ ଆମେ ବହୁତ୍ ଖୁସି ଅଛୁ। ଆପଣ ଯେଉଁ ବିଷୟ ପ୍ରଥମେ ପଚାରିଲେ ଯେ ଅନୁଭବ ଭାଈଙ୍କର ଡିଭୋର୍ସ ଆସି ଯାଉଛି । ଭାଈ କହିଥିଲେ କାଲି ଯେଉଁଠି ଦେଖା ହବ ଯେଉଁ ମୁହୂର୍ତ୍ତରେ ଦେଖା ହବ ମୁଁ ପାର୍ଟି ଦେବି।

ସେଥିପାଇଁ ଆମେ ବହୁତ୍ ଖୁସି। ମୁଁ ଭାବୁଛି ଡିଭୋର୍ସଟା ପୁରା କମ୍ପ୍ଲିଟ ହେଇଗଲେ , ସବୁ କାମ ସରିଗଲା ପରେ ଭାଈଙ୍କ ପାଇଁ ଗୋଟେ ଗିଫ୍ଟ ନେଇକି ଯିବି ଆଉ ଭାଈ ତ ପାର୍ଟି ଦେବେ କହିଛନ୍ତି। ଏଥିପାଇଁ ମୁଁ କେବଳ ଖୁସି ନୁହେଁ ଓଡ଼ିଶାର ସମସ୍ତେ ଖୁସି। କିନ୍ତୁ ଆଉ କିଛି ଜଣ ଆସି କହୁଛନ୍ତି ଯେ ଭାଈ ଆପଣ ଗୋଟେ ପକ୍ଷେ ଚିନ୍ତା କଲେ ଅନୁଭବ ଭାଈ ଖୁସି ଅଛନ୍ତି କିନ୍ତୁ ବର୍ଷା ଭାଉଜ ଯେ ଝିଅଟେ ତାଙ୍କ କଥା ଚିନ୍ତା କରନ୍ତୁ। ଆମରି ପସନ୍ଦରେ ସେ ଯୋଡ଼ିଟା ତିଆରି ହୋଇଥିଲେ ଆଉ ତାଙ୍କରି ପସନ୍ଦରେ ସେ ଯୋଡ଼ିଟା ଭାଙ୍ଗିଗଲେ। ସେଥିପାଇଁ କଣ ଆମେ ଦାୟୀ। ଏଥିରେ ମାନ୍ୟବର କୋର୍ଟ ଯାହା ବିଚାର କରି କହିବେ ସେଇଟା ଆମ ପାଇଁ ଯୁକ୍ତିଯୁକ୍ତ।

କାଲି ମୁଁ ଗୋଟେ ବାଇଟ୍ ଦେଖୁଥିଲି ସେଥିରେ ଭାଈ କହୁଥିଲେ ସେ ଯଦି ଟିକେ ମୋତେ ଭଲ ପାଇଥାନ୍ତେ ଦେଖନ୍ତୁ ସ୍ଵାମୀ ସ୍ତ୍ରୀ ଭିତରେ କାହା ଘରେ କଳି ନ ହଉଛି ଆଜ୍ଞା। ଆମ ଘରେ ହଉନି ନା ଆପଣଙ୍କ ଘରେ ହଉନି। କାହାର ଛୁଆପିଲାଙ୍କୁ ନେଇ ଝଗଡ଼ା ଝାଟି ହୁଏ ତ କେତେବେଳେ ଘର ଚଳନିକୁ ନେଇ ପାଟିତୁଣ୍ଡ ହୁଏ। ଏଗୁଡ଼ିକ ଝଗଡ଼ା ନୁହଁ ଏଗୁଡ଼ାକ ସାଧାରଣ କଥା।

ଭାଈ ଯେଉଁଟା କହିଲେ ଯଦି ମୁଁ ଅଳ୍ପ ଟିକିଏ ଭଲ ପାଇବା ପାଇଥାନ୍ତି ତାହେଲେ କେବେ ତାଙ୍କ ହାତ ଛାଡ଼ି ନଥାନ୍ତି। କେଡ଼େ ସୁନ୍ଦର କଥା ସେ କହିଲେ ,ଏଇ କଥାଟିକୁ ସମସ୍ତେ ଜାଣିବା ଦରକାର ସମସ୍ତେ ବୁଝିବା ଦରକାର। ଆମେ କେବେବି ଗୋଟେ ପକ୍ଷ ହୋଇ କଥାଟା କହି ପାରିବାନି ଯେହେତୁ ଗୋଟେ ଝିଅର ଜୀବନଟା ବରବାଦ୍ ହେଇଯାଉଛି ତାର କ୍ୟାରିଅରଟା ନଷ୍ଟ ହେଇଯାଉଛି।

ତା ପ୍ରତି ଆମର ଟିକେ ଧ୍ୟାନ ଦେବାଟା ଉଚିତ୍ ରହିବ। ଅନୁଭବ ଭାଈ କହୁଛନ୍ତି ତାଙ୍କ ସହ ମୋର କିଛି ରିଲେସନ ନାହିଁ। କାଇଁ କେଉଁଠି ତ ବର୍ଷା ପ୍ରିୟଦର୍ଶିନୀ କିଛି କହିବାର ଆମେ ଶୁଣିନୁ। ସିଏ କାଇଁ କେଉଁଠି କହି ନାହାଁନ୍ତି ଯେ ତାଙ୍କ ସହ ମୋର କିଛି ରିଲେସନ ନାହିଁ। ଆପଣ ଦେଖିବେ ପୁରୁଷ ପ୍ରତି କେ ନା କେଉଁଠି କିଛି ନା କିଛି ଟିକେ ଅନ୍ୟାୟ ହୁଏ ଆଉ ସେ ସ୍ୱର ଉଠେଇ ପାରେନି। ଯେଉଁଟାକି ଆମ ଅନୁଭବ ଭାଈ କରି ଦେଖେଇ ପାରୁଛନ୍ତି ଆମ ଓଡ଼ିଶାରେ। ଏଇଟା ଆହୁରି ବଢ଼ିଆ କଥା। ଗୋଟେ ପକ୍ଷରେ କହିବାକୁ ଗଲେ ଯେହେତୁ ଗୋଟେ ସୁନ୍ଦର ଯୋଡ଼ିଟା ଅଲଗା ଅଲଗା ହେଇଗଲ ଆମକୁ ଏଇଟା ଦୁଃଖ ଲାଗିଲା।

ଅନୁଭବ ଭାଈ ଯେଉଁ କହିଛନ୍ତି ଜାଗୃତି ଶୁକ୍ଳା ସେ ଜଣେ ମୋର ଭଲ ସାଙ୍ଗ, ଜଣେ ଭଲ ବାନ୍ଧବୀ। ତାଙ୍କ ସହିତ ମୋର ସେମିତି କିଛି ରିଲେସନ ନାହିଁ। ଯଦି ତାଙ୍କର ଡିଭୋର୍ସ୍ ପରେ ଜାଗୃତିଙ୍କ ସହ ତାଙ୍କର ବାହାଘର ହେଇଗଲା ତାହେଲେ ଏଠି ଲୋକମାନେ ଭାବିବେ ଯେ ଅନୁଭବ ମହାନ୍ତି ଏଠି ମିଛ କହୁଥିଲେ ବୋଲି। ଏଠି ସେ ବଦନାମ୍ ହେଇଯିବେ। ଏଠି ଲୋକମାନେ ଠିକ୍ ବୁଝିଯିବେ ଯେ ସେଇ ଝିଅଟା ପାଇଁ ୟାଙ୍କର ଡିଭୋର୍ସଟା ହେଇଛି ଆଉ। ଏଇ କଥାଟା ସାମ୍ନାକୁ ପଳେଇ ଆସିବ।

Leave a Reply

Your email address will not be published. Required fields are marked *