ସମ୍ପର୍କ ଭାଙ୍ଗିଗଲା ପରେ ବି ମନୋଜ ମିଶ୍ରଙ୍କୁ ମାର୍ଗଦର୍ଶନ କରାଉଛନ୍ତି ସ୍ତ୍ରୀ ମାନା ମିଶ୍ର।

ସମ୍ପର୍କ ଭାଙ୍ଗିଗଲା ପରେ ବି ଦୁହେଁ ଅଲଗା ରହିବା ପରେ ବି ମନୋଜ ମିଶ୍ରଙ୍କୁ ମାର୍ଗଦର୍ଶନ କରାଉଛନ୍ତି ସ୍ତ୍ରୀ। ହଁ ଆଜ୍ଞା ଏହି ପୋଷ୍ଟଟିକୁ ଦେଖନ୍ତୁ ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ମାନା ମିଶ୍ର।ଲେଖାଯାଇଛି ମନୋଜ ତୁମେ ଭାବ ନାହିଁ ଜୀବନ ଟା କେବଳ ଏତିକି ଏଇଠି ସରି ଯାଇଛି। ଜୀବନ ବହୁତ ଲମ୍ବା ପଡିଛି ତୁମେ ବହୁତ ଆଗକୁ ଯିବ। ଯଦି ଖରାପ ଲାଗିଛି ସମସ୍ତଙ୍କୁ କ୍ଷମା କରିଦିଅ। ପୁଣି ଥରେ ସମସ୍ତଙ୍କ ସହ ମିଶି ଯାଅ। ପୁଣି ଥରେ ସେହି ଅଭିନେତା ପ୍ରଡ୍ୟୁସର ମାନଙ୍କ ସହ ମିଶି ଫିଲ୍ମ କର। ଯେଉଁ ଓଡ଼ିଆ ଫିଲ୍ମରେ ତୁମେ ଅଭିନୟ କରି ତୁମେ ଓଡ଼ିଶାରେ ପରିଚୟ ପାଇଥିଲ ସେହି ଓଡ଼ିଆ ଫିଲ୍ମରେ ପୁଣି ଥରେ ଅଭିନୟ କର। ସମସ୍ତଙ୍କ ସହିତ ଖୁଶରେ ମିଶିଯାଅ।

ହଁ ଆଜ୍ଞା ଏଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ମେସେଜଟିକୁ ଆପଣ ଦେଖି ପାରୁଥିବେ। ଯେଉଁଥିରେ ଲେଖାଯାଇଛି ମାନା ମିଶ୍ରଙ୍କ ଅନୁଭବ। ସେମାନେ ବହୁତ ସ୍ନେହରେ ଦେଖୁଛନ୍ତି ତୁମକୁ। ତୁମେ ସମସ୍ତଙ୍କ ସହ କଥା ହୁଅ ମିଶ। ତୁମ ସମ୍ବଲପୁରୀରେ ଯେଉଁ ଲୋକ ସବୁ ରାମ ଫିଲ୍ମକୁ ବ୍ୟାମ କରିବାକୁ କାର୍ଡ ଧରିଥିଲେ ସେମାନଙ୍କୁ କୁହ ସେମାନେ ଭୁଲ କରିଥିଲେ ବୋଲି।

ମାଇଣ୍ଡ ଗେମକୁ ଲୋକେ ବହୁତ ଭଲ ପାଉଛନ୍ତି ଆହୁରି ମଧ୍ୟ ଦେଖିବେ। ଆଉ ସବୁ ହଲରେ ଲାଗିବ ମଧ୍ୟ। ଆଉ ଖୁସିରେ ତୁମେ ଚେଷ୍ଟା କର ସବୁ ହଲରେ ଫିଲ୍ମ ସବୁ ଲାଗିଯାଉ। ଆଉ ଟୁଟୁ ଭାଇଙ୍କ ଉପରେ ରାଗ ନରଖି ଓଡ଼ିଆ ଫିଲ୍ମର ଭଲ ହେବା ପାଇଁ ଚେଷ୍ଟା କର। ଯଦି କିଛି ଖରାପ ଲାଗିଛି କ୍ଷମା କର।

ଦିନ ଥିଲା ଓଡ଼ିଆରେ ତୁମକୁ କେହି ଚିନ୍ହି ନଥିଲେ ଆଜି ସମସ୍ତର ତୁମକୁ କାମ ଦେବାରୁ ତମେ କାମ କରି ପପୁଲାର ହୋଇଛ। ସେଥିପାଇଁ ଓଡ଼ିଆ ଫିଲ୍ମର ଲୋକମାନଙ୍କ ସହ ମିଶି କରି ଶାନ୍ତିରେ କାମ କର। ଜୀବନ ଏଇଠି ସରିଜୀବନି ଆହୁରି ଆଗକୁ ବହୁତ କିଛି କରିବାକୁ ଅଛି। ନିଜକୁ ଶାନ୍ତିରେ ରଖି ସମସ୍ତଙ୍କୁ ଶାନ୍ତି ଦେବାକୁ ଚେଷ୍ଟା କର। ଆଉ ଭଗବାନଙ୍କୁ ପ୍ରାର୍ଥନା କର ତୁମ ଜୀବନରେ ଶାନ୍ତି ଆସୁ।

ସ୍ତ୍ରୀଙ୍କ ସହିତ ଦୂରତା ବଢିଗଲା ପରେ ସମ୍ପର୍କ ଭାଙ୍ଗିଗଲା ପରେ ମଧ୍ୟ ଏଭଳି କିଛି ବାର୍ତା ଦେଇଛନ୍ତି ମାନା ମିଶ୍ର। କହୁଛନ୍ତି ଜୀବନରେ ବହୁତ ବାଟ ଆଗକୁ ଚାଲିବାର ଅଛି ଏବେଠାରୁ ତୁମେ ଚିନ୍ତିତ ହୋଇ ପଡ଼ନି। ତୁମେ ସମସ୍ତଙ୍କ ସହିତ କଥା ହୁଅ। ଟୁଟୁ ଭାଇଙ୍କ ସହିତ କଥା ହୁଅ। ଆଉ ସମସ୍ତଙ୍କ ସହିତ ଭଲରେ ମିଶ।ତେବେ ଦୂରତା ବଢିଯାଇଛି ସମ୍ପର୍କ ଭାଙ୍ଗିଯାଇଛି।

ତଥାପି ମାନା ମିଶ୍ର ଏଭଳି କିଛି ମନୋଜ ମିଶ୍ରଙ୍କୁ କହିଛନ୍ତି।କିନ୍ତୁ ସେପଟେ ପ୍ରଡ୍ୟୁସର ଟୁଟୁ ନାୟକ ୨ ବର୍ଷ କାଳ ବାସନ୍ଦ କରିଥିଲେ ମନୋଜ ମିଶ୍ରଙ୍କୁ। କିନ୍ତୁ ସେଇ ବାବଦରେ ମାନା ମିଶ୍ର କିଛି କହିନାହାନ୍ତି। କିନ୍ତୁ କହିଛନ୍ତି ସମସ୍ତଙ୍କ ସହିତ ଭଲରେ ମିଶିଯିବା ପାଇଁ। ଆଉ ମନରେ ରାଗ ନରଖିବା ପାଇଁ।ସତରେ ଦେଖିବାକୁ ଗଲେ ଦୂରତା ସିନା ବଢିଯାଇଛି ହେଲେ ତାଙ୍କର ମଙ୍ଗଳ ଚିନ୍ତା କରୁଛନ୍ତି ମାନା ମିଶ୍ର। ଯାହାକି ଏଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *