ଜେଜେମାଆକୁ ଫୋନ କରି ଏମିତି କିଛି କହିଲା ନାତୁଣୀ, ଯାହାକୁ ଶୁଣି ଜେଜେମାଆର ଉଡିଗଲା ହୋସ।:-

ବୈତରଣୀ ନଦୀକୁ ଡେଇଁ ପଡି ବାପା ଏବଂ ଝିଅ ନି-ଖୋଜ। ଏହି ଅଭା-ବନୀୟ ଘ-ଟଣା ଘଟିଛି ଭଦ୍ରକ ଭଣ୍ଡାରିପୋଖରୀ ବାଲିପୋଖରୀ ଗାଁରେ I ଏହି ଘଟଣାକୁ 12 ଘଣ୍ଟା ବିତି ଯାଇଥିଲେ ମଧ୍ୟ ମିଳୁନି ବାପା-ଝିଅଙ୍କ ପତ୍ତା। ଅଗ୍ନିଶମ ବାହିନୀ ବାପଝିଅକୁ ଖୋଜାଖୋଜି କରୁଛନ୍ତି।

ନଦୀ କୂଳରୁ ଏକ ବାଇକ ଏବଂ ଦୁଇ ହଳ ଚପଲ ଉ-ଦ୍ଧାର କରିଛି ପୋ-ଲିସ।ସୂଚନା ଅନୁସାରେ,ଗତକାଲି ରାତି ପ୍ରାୟ 9:30 ସମୟରେ ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଦାମୋଦର ସାହୁଙ୍କ ପୁଅ ଚନ୍ଦନ ସାହୁ ଏବଂ ତାଙ୍କ ଅଢେଇ ବର୍ଷର ଝିଅ ସହିତ ବାଇକରେ ଆସି ପୋଲ ଉପରେ ରହିଥିଲେ।

ସେଠାରେ ମୋଵାଇଲ, ଜୋତା ଏବଂ ବାଇକ ରଖି ନଦୀକୁ ଡେଇଁ ପଡିଥିଲେ। ତେବେ ଡେଇଁବା ପୂର୍ବରୁ ତାଙ୍କ ଝିଅ ଜେଜେ ମାଆଙ୍କୁ ଶେଷ ଥର ପାଇଁ କଲ କରି କହିଥିଲେ, “ଜେଜେ ମାଆ ଆମେ ମରିବାକୁ ଯାଉଛୁ। ଏକଥା ଶୁଣି ଜେଜେ ବାପା ଆଉ ଜେଜେମାଆଙ୍କର ପାଦ ତଳୁ ମାଟି ଖସିଗଲା। ଘର ଲୋକେ କିଛି ବୁଝିବା ଆଗରୁ ଫୋନ ସୁଇଚ ଅଫ ହୋଇ ଯାଇଥିଲାI”

ସୂଚନାନୁସାରେ,ଚନ୍ଦନ ସାହୁ ଗତ 4 ବର୍ଷ ପୂର୍ବରୁ ମଂଜୁରୀ ଗ୍ରାମର ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ। ଚନ୍ଦନ ଏବଂ ତାଙ୍କ ସ୍ତ୍ରୀ ସୁରଟରେ ରହୁଥିବା ସମୟରେ କୌଣସି କାରଙ୍କୁ ନେଇ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଗତ 2 ମାସ ତଳେ ଆ-ତ୍ମହ-ତ୍ୟା କରିଥିଲେ। ଏହାପରେ ଚନ୍ଦନ ନିଜ ଘର ଭଣ୍ଡାରିପୋଖରୀ ଥା-ନା ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁରକୁ ଝିଅକୁ ଧରି ଚାଲି ଆସିଥିଲେ।

କିନ୍ତୁ କିଛି ଦିନ ଧରି ଚନ୍ଦନ ମାନସିକ ଅବସାଦରେ ସବୁବେଳେ ଚୁପ୍‌ଚାପ ରହୁଥିଲେ। ଏହି ଘଟ-ଣାକୁ ନେଇ ସେ ବୁଧୁବାର ରାତିରେ ଝିଅକୁ ଧରି ନଦୀକୁ ଡେଇଁ ପଡିଥିବା କଥା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି। ଘଟ-ଣାସ୍ଥଳରେ ଗତ ରାତିରେ ଭଣ୍ଡାରିପୋଖରୀ ପୋ-ଲିସ ଏବଂ ଦମକଳ ବାହିନୀ ପହଁଚି ଖୋଜାଖୋଜି କରିଥିଲେ ମଧ୍ୟ ନଦୀରେ ଜଳ ଅଧିକ ଥିବାରୁ ସେମାନଙ୍କୁ ଉ-ଦ୍ଧାର କରାଯାଇ ପାରିନାହିଁ।

Leave a Reply

Your email address will not be published. Required fields are marked *