ମୁଁ ଭିକ ମାଗୁଥିଲି ଭଲରେ ଥିଲି, କି ଗୀତ ଗାଇଲି ମୋ ରାତିର ନିଦ ହଜିଗଲା… ମୁଁ ଭି ମଣିଷ । ଏମିତି କିଛି କହିଲେ ଭାଇରାଲ ସିଙ୍ଗର ସସ୍ମିତା I

ବନ୍ଧୁଗଣ ଆପଣ ମାନେ ସସ୍ମିତା ଙ୍କ ସମ୍ପ-ର୍କରେ ବେଶ ଭଲ ଭାବରେ ଜାଣିଥିବେ। ଦିନ ଥିଲା ତାଙ୍କୁ କେହି ଜାଣି ନଥିଲେ କି ଚିହ୍ନି ନଥିଲେ । ହେଲେ ରାହୁଲ ନାମକ ଜଣେ ବ୍ୟକ୍ତି ତାଙ୍କୁ ଲିଙ୍ଗରାଜ ମନ୍ଦିରରୁ ଆଣି ସେ ଭଲ ଗୀତ ଗାଆନ୍ତି ବୋଲି ଲୋକ ଲୋଚନକୁ ଆଣିଥିଲେ । ଆଉ ଯେତେବେଳେ ସସ୍ମିତାଙ୍କ କଣ୍ଠସ୍ୱର ଦର୍ଶକ ମାନେ ଶୁଣିଥିଲେ ସେତେବେଳେ ତାଙ୍କୁ ଅନେକ ପ୍ରଶଂସାର ସୁଅ ମଧ୍ୟ ଛୁଟି ଥିଲା ।

ଆଉ ଏହାପରେ ସସ୍ମିତାଙ୍କୁ ଅନେକ ଗୀତ ଗାଇବା ପାଇଁ ଅଫର ମଧ୍ଯ ମିଳିଥିଲା । ଆଉ ସସ୍ମିତା ମଧ୍ୟ ଏବେ ସୁଦ୍ଧା ଅନେକ ଗୀତ ମଧ୍ୟ ଗାଇ ସାରିଛନ୍ତି । ଆଉ ସେ ତାଙ୍କର ଏହି ସଫଳତାର ଶ୍ରେୟ ରାହୁଲଙ୍କୁ ହିଁ ଦେଇଛନ୍ତି । ସେ କହିଥିଲେ କି, ରାହୁଲ୍ ଭାଇଙ୍କ ପାଇଁ ହିଁ ଆଜି ସେ ଏତେ ବାଟରେ ଆସି ପହଞ୍ଚିଛନ୍ତି । ହେଲେ ଏବେ ଏକ ଘ-ଟଣା ଦେଖିବାକୁ ମିଳିଛି । ସସ୍ମିତା ନିଜର ଭଗବାନ ମାନୁଥିବା ରାହୁଲ୍ ଭାଇଙ୍କ ନାମରେ ଅଭି-ଯୋଗ ନିଜେ କରିଛନ୍ତି ।

ସସ୍ମିତା କାନ୍ଦି କାନ୍ଦି କହିଛନ୍ତି କି ମୋତେ ସାହାର୍ଯ୍ୟ କରିଛ ବୋଲି କଣ ମୁଁ ମଣିଷ ନୁହେଁ । ତାଙ୍କୁ ରହିବା ପାଇଁ ଘରେ ଦେବେ ବୋଲି କହି ରାହୁଲ ରାତି ଗୋଟାଏ ସମୟରେ ତାଙ୍କୁ ଷ୍ଟୁଡିଓ ନେଇ ପହଞ୍ଚି ଥିଲେ । ଆଉ ସେଠାରେ ତାଙ୍କୁ ଗୀତ ଗାଇବା ପାଇଁ ବାଧ୍ୟ କରିଥିଲେ । ମାତ୍ର ସେହି ସମୟରେ ସସ୍ମିତା ଗୀତ ଗାଇବା ପାଇଁ ଆଦୌ ରାଜି ନଥିଲେ । ରାସ୍ତାରେ ମଧ୍ଯ ଗଲା ବେଳେ ସେ ସସ୍ମିତାଙ୍କୁ ଗୀତ ଗାଇବାକୁ କହିଥିଲେ ସେତେବେଳେ ମଧ୍ୟ ତାଙ୍କୁ ସସ୍ମିତା ବାରଣ କରିଥିଲେ । ସସ୍ମିତା ଗୀତ ଗାଇବାକୁ ମନା କରିବା ପରେ ରାହୁଲ୍ ତାଙ୍କୁ ଖୁବ ଗା-ଳି ଗୁ-ଲଜ ମଧ୍ଯ କରିଥିଲେ

କହିଥିଲେ କି ଯଦି ସେ ସୁବାଷଙ୍କ ପାଇଁ ଦଶ ବାର ଟା ଗୀତ ଗାଇ ପାରୁଛନ୍ତି ତେବେ ତାଙ୍କ ପାଇଁ ଗୋଟେ କାହିଁକି ନୁହେଁ । ହେଲେ ସସ୍ମିତା କେବଳ ଗୋଟେ କଥା କହିଥିଲେ ସେ ତାଙ୍କ ପାଇଁ ଗୋଟେ ନୁହେଁ ବରଂ ଅନେକ ଗୀତ ଗାଇବେ ମାତ୍ର ତାହା ରାତି ଗୋଟେ ରେ ନୁହେଁ ।

Leave a Reply

Your email address will not be published. Required fields are marked *