ସମୁଦ୍ରରେ ଫଣା ଟେକିଲା ଜାପାନୀ ନାଗ । ଆଖି ବୁଜିଲେ ୮୮୩ ଜଣ ଲୋକ ।

ଅତଳ ଜଳରାଶି ଭିତରୁ ଫଣା ଟେକିଲା ଜାପାନୀ ବୁଡା ଜାହାଜ । ଆଉ ମାଡ଼ କଲା ଟରପେଡୋ ନାମକ ଏଭଳି ଏକ ମିଜାଇଲ ଯାହା ଦୁଇ ଫାଳ କରିଦେଲା ଆମେରିକାର ଇଣ୍ଡିଆନା ପଲିସ୍ ର ଏହି ସିପ ଜାହାଜକୁ । ପାଣିରେ ବୁଡ଼ି ଜୀବନ ଚାଲିଗଲା ୮୮୩ ଜଣ ଲୋକଙ୍କର । ଯେଉଁମାନେ ଆମେରିକାନ ନେଭିରେ କାର୍ଯ୍ୟରତ ସୈନିକ ଥିଲେ । ପୃଷ୍ଠ ଭୂମି ଥିଲା ଦ୍ଵିତୀୟ ବିଶ୍ଵଯୁ-ଦ୍ଧ । ବିଶ୍ଵଯୁ-ଦ୍ଧର ସେହି ସମୟରେ ଜାପାନ ଏବଂ ଆମେରିକା ଭିତରେ ହୋଇଥିବା ଏହି ର-କ୍ତାକ୍ତ ଆକ୍ର-ମଣରେ ଆଜିର ଦିନ ଅର୍ଥାତ୍ ଆଜିର ଆଇନାରେ କାଲିର ଇତିହାସ ।

୮୩୩ ଜଣ ନାବିକଙ୍କ ମୃ-ତ୍ୟୁ ହୋଇଥିଲା । ଏବଂ ଏହା ସହିତ ଅନେକ ନିଜ ଜୀବନ ପାଇଁ ୪ ଦିନ ଭୋକ ଉପବାସରେ କେବଳ ସଂଗ୍ରାମ କରି ରହିଥିଲେ । ୩୦ ଜୁଲାଇ ୧୯୪୫ ମସିହା । ଜାପାନୀ ସବମେରିନ ଆଇ-୫୮ ଆମେରିକାର ଇଣ୍ଡିଆନା ପଲିସକୁ ମିଜାଇଲ୍ ମାଡ଼ କରି ସମ୍ପୂର୍ଣ ଧ୍ଵଂ-ସ କରି ପକାଇଥିଲା । ଏବଂ ଏହି ମିସାଇଲ ମା-ଡ଼ ହେଉ ହେଉ ଜାହାଜଟି ଦୁଇ ଭାଗରେ ବିଭକ୍ତ ହୋଇଗଲା ଆଉ ଧିରେ ଧିରେ ବୁଡ଼ିବାକୁ ଲାଗିଲା । ତେବେ ଇଣ୍ଡିଆନା ପଲିସ୍ ହେଉଛି ଆମେରିକାର ଏକ ଟପ୍ ସିକ୍ରେଟ ଆଉ ହାଇସ୍ପିଡ ସିପ । ଯେଉଁଥିରେ ସାଧାରଣତଃ ୟୁରାନିୟମ ଏବଂ ଅନ୍ୟ କମ୍ପୋନେଣ୍ଟକୁ ନିଆଯାଏ ।

ତେବେ ଦ୍ଵିତୀୟ ବିଶ୍ଵଯୁ-ଦ୍ଧରେ ବ୍ୟବହାର ହୋଇଥିବା ‘ଲିଟିଲ୍ ବୟ’ ନାମକ ନ୍ୟୁକ୍ଲିୟର ୱେପନ୍ କୁ ଏହି ଇଣ୍ଡିଆନା ପଲିସ୍ ଜାହାଜରେ ବ୍ୟବହାର କରାଯାଇଥିଲା । ଯେଉଁଥିରେ ଏହାର ଅନେକ ସାରା କମ୍ପୋନେଣ୍ଟକୁ ବ୍ୟବହାର କରାଯାଇଥିଲା । ଏବଂ ଯେଉଁଥିପାଇଁ ଜାପାନ ନିଜର ଲକ୍ଷ୍ୟ ରଖିଥିଲା ଏହି ଜାହାଜଟିକୁ ବୁଡ଼ାଇ ଦେବା ପାଇଁ । ତେବେ ଇମ୍ପରିୟଲ୍ ଜାପାନିଜ୍ ନାଭିର ସବମେରିୟନ୍ ଚୁପଚାପ୍ ଜଳର ଗଭୀରତାରେ ଆସିଥିଲା ଏବଂ ଏହା ସହିତ ୧୨ ମିନିଟ୍ ରେ ୧୧୯୫ କ୍ରିୟୁମ୍ୟାନ ଥିବା ଏହି ଜାହାଜଟିକୁ ଧ୍ବ-ସ୍ତ ବି-ଧ୍ବସ୍ତ କରିପକାଇଥିଲା ।

ଏହି ଦୁର୍ଘ-ଟଣାରେ ପାଖାପାଖି ୩୦୦ ନାବିକ ବୁଡ଼ି ଯାଇଥିଲେ ଅତଳ ଜଳରାଶି ଭିତରେ । ଏଵଂ ପାଖାପାଖି ୮୯୦ ଜଣ ଡିହାଇଡ୍ରେସନ୍, ସଲ୍ଟ ୱାଟର ପଏଜନିଂ, ଆଉ ତାସହିତ ସାର୍କ ଆଟାକ୍ସ ମାନଙ୍କର ଆକ୍ର-ମଣର ଶି-କାର ହୋଇଥିଲେ । ଦୁର୍ଭାଗ୍ୟର ବିଷୟ ୪ ଦିନ ପର୍ଯ୍ୟନ୍ତ କେହି ହେଲେ ଜାଣି ପାରିନଥିଲେ ଯେ ହଠାତ୍ କଣ ଏଭଳି ହେଲା । ଏହି ଜାହାଜର ବେଶ ସହିତ ଥିବା ସମସ୍ତ ପ୍ରକାରର କଣ୍ଟାକ୍ଟ ବିଚ୍ଛିନ୍ନ ହୋଇଯାଇଥିଲା । ଆଉ ଏହାପରେ ରୁଟିନ ପେଟ୍ରୋଲରେ ଆସିଥିବା ପିଭି ୱାନ ବିମାନଟି ଆକାଶ ମାର୍ଗରୁ ଦେଖିବାକୁ ପାଇଥିଲା ଖଣ୍ଡ ବିଖ-ଣ୍ଡିତ ଏହି ଜାହାଜର ଭଗ୍ନାଂଶ ସବୁ । ଆଉ ଏହାପରେ ତୁରନ୍ତ କ-ମାଣ୍ଡ ଦେଇଥିଲା ବେଶ କ୍ୟାମ୍ପକୁ । ଉ-ଦ୍ଧାର କରିବାକୁ ପହଞ୍ଚିବା ପର୍ୟ୍ୟନ୍ତ ମାତ୍ର ୩୧୬ ଜଣ ନିଜ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ ।

Leave a Reply

Your email address will not be published. Required fields are marked *