ସସ୍ମିତାଙ୍କୁ ମିଳୁଛି ଧମକ,କହୁଛନ୍ତି ହାଣି ଦେବୁ ସେ କଣ ଅସୀମା ପଣ୍ଡା ହେଇଗଲା?

ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ। ଦେଶରେ ସବୁବେଳେ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ।ଆମ ଦେଶରେ କଳାକାର ମାନଙ୍କର ଅଭାବ ନାହିଁ।ଆମ ଦେଶରେ ବା ରାଜ୍ୟରେ ହେଉ କଳାକାର ମାନଙ୍କୁ ବହୁତ୍ ସମ୍ମାନ ଦିଆଯାଏ।ବଡ଼ ବଡ଼ କଳାକାର ମାନଙ୍କ ଠାରୁ ଆରମ୍ଭ କରି କୁନି କୁନି କଳାକାର ପର୍ଯ୍ୟନ୍ତ ସମସ୍ତେ ଏବେ ଲୋକପ୍ରିୟ ହେବାରେ ଲାଗିଛନ୍ତି।

ସେହିପରି ଏକ ଘଟଣା ଶୁଣିବାକୁ ମିଳିଛି ଯାହା ଏଧମକକବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ହଁ ଆଜ୍ଞା ଆମେ କହୁଛୁ ସସ୍ମିତାଙ୍କ କଥା।ଯିଏ ବହୁ ଅଳ୍ପ ଦିନରେ ଲୋକପ୍ରିୟ ହୋଇ ପାରିଛନ୍ତି।ସସ୍ମିତା ଙ୍କୁ ନେଇ ଏବେ ଆରମ୍ଭ ହେଇଛି ବିବାଦ।ଅନେକ ସଙ୍ଗୀତ ନିର୍ଦ୍ଦେଶକ ଏବଂ ଅନେକ ସଙ୍ଗୀତ ପ୍ରୋଜଯକ୍ ଙ୍କ କ୍ରୋଧର ଶିକାର ହେଇଛନ୍ତି।

କେବଳ ସସ୍ମିତା ନୁହଁ ତାଙ୍କ ସହ ସୁବାସ ଏବଂ ସନ୍ତୋଷ ।ସୁବାସ କହିଛନ୍ତି ତାଙ୍କୁ ରାତିରେ ଧମକ ପୂର୍ଣ୍ଣ କଲ ଆସୁଛି।ସେ କହିଛନ୍ତି ସସ୍ମିତା ଙ୍କ ପାଇଁ ସେ ୫୦୦୦ ଟଙ୍କା ପେମେଣ୍ଟ ରଖିଛନ୍ତି ବୋଲି କହିଛନ୍ତି।ସେ କହିଛନ୍ତି ତାଙ୍କର ଅବସ୍ଥା ଶୋଚନୀୟ ,ତାଙ୍କର ରହିବା ପାଇଁ ଘରଟିଏ ମଧ୍ୟ ନାହିଁ।ସେ କହିଛନ୍ତି ଲୋକମାନେ ତାଙ୍କୁ ନେଇ ଓଲଟା କଥା କହୁଛନ୍ତି।ସେ କହିଛନ୍ତି ଅନ୍ୟ ପ୍ରଦ୍ୟୁସର ମାନେ ଭାବୁଛନ୍ତି ସୁବାସ ଭାଇ ସବୁ ପଇସା ନେଇଯାଉଛନ୍ତି ସସ୍ମିତାଙ୍କର।ସେ କହିଛନ୍ତି ମାରିଦେବେ ବୋଲି ମଧ୍ୟ ତାଙ୍କୁ ଧମକ ଆସୁଛି।ସେ କହିଛନ୍ତି ତାଙ୍କୁ କିଛି ପ୍ରଦ୍ୟୁସର କହିଛନ୍ତି ସସ୍ମିତା କଣ ଅସୀମା ପଣ୍ଡା ହେଇଗଲା ୫୦୦୦ ଟଙ୍କା ନେବ।ତାର ଓକାତ୍ କେତେ।

ସେ କହିଛନ୍ତି ସସ୍ମିତା ଦିନରେ ଗୋଟେହ୍ନି ଗୀତ ଗାଇ ପାରୁଛନ୍ତି ,ଅଧିକ ଗାଇବା ବେଳକୁ ସେ ହାଲିଆ ହେଇଯାଉଛନ୍ତି।ସନ୍ତୋଷ କହିଛନ୍ତି ସସ୍ମିତାଙ୍କ ର ଗୋଟିଏ ପିଲା ଅଛି ।ସେ ସବୁବେଳେ ଟିକେ ପରେ ଟିକେ କାନ୍ଦିବ ସେହି ସମୟରେ ଗୀତ ରେକୋଡିଂ କରିବା ବହୁତ୍ କଷ୍ଟ ହୁଏ ବୋଲି କହିଛନ୍ତି।ସେ କହିଛନ୍ତି ଲୋକମାନଙ୍କ ଭଲ ପାଇବା ପାଇଁ ସମସ୍ତେ ତାଙ୍କୁ ଜାଣିଲେ ଏବଂ ତାଙ୍କ ପରିବାର ଟିକେ ଖୁସିରେ ରହିଲା।

Leave a Reply

Your email address will not be published. Required fields are marked *