ସମ୍ପତି ପାଇଁ ସବୁ ସୀମା ଭୁଲିଗଲା ନାତୁଣୀ ବୋହୂ । ଜେଜେ ଶାଶୂ ମା’ଙ୍କୁ ନିର୍ଦ୍ଧୁମ ଛେଚିଲା ।

ସାତପାଞ୍ଜିରୁ ଯାଇଛି ନାତୁଣୀ ବୋହୂ । ଜେଜେ ଶାଶୁର ସମ୍ପତ୍ତି ହାତେଇବା ପାଇଁ ସବୁ ପ୍ରକାର ଚକ୍ରାନ୍ତ କରି ଫେଲ ମାରିବା ପରେ ନାତୁଣୀ ବୋହୂ ଭିଆଉଛି ଏଭଳି ନାରକୀୟ କାଣ୍ଡ I ଶେଷରେ ଏହି ଘଟଣାଟି ସାଧାରଣରେ ଜଣା ପଡ଼ିବା ପରେ ପୋଲିସ ହସ୍ତକ୍ଷେପ କରିଛି I ଆଜ୍ଞା ହଁ ବନ୍ଧୁଗଣ ପରିଣତ ବୟସ ସାଙ୍ଗକୁ ଚର୍ମ ଧୁଡୁ ଧୁଡୁ ହୋଇ ଗଲାଣି । ଦେହ ହାତ ଥରୁଛି । 

କଥା କହିବାକୁ ମଧ୍ୟ ଶକ୍ତି ନାହିଁ । ହେଲେ ଏମିତି ଏକ ବୃଦ୍ଧା ମାଙ୍କୁ ଘୋଷାରି ପିଟୁଛି ନାତୁଣୀ ବୋହୂ । ଦୌଡ଼ି ଆସରେ ମୋତେ ମାରିଦେଲା ବୋଲି ଚିତ୍କାର କରି କାନ୍ଦୁଛି ବୁଢ଼ୀ ମା’ଟି । ଆଉ ତାର ଚିତ୍କାରକୁ ନ ଶୁଣି ଚୁଟି ଘୋଷାଡ଼ି ନିର୍ଦ୍ଧୁମ ପିଟି ଚାଲିଛି ନାତୁଣୀ ବୋହୂ । ସମ୍ପତ୍ତି ଲୋଭରେ ଅନ୍ଧ ହୋଇ ଯାଇଛି ନାତୁଣୀ ବୋହୂ । ଆଉ ଘର ବାହାରେ ପିଟି ଚାଲିଛି ଜେଜେ ଶାଶୂ ମାଆଙ୍କୁ । ସେହି ଦୃଶ୍ୟକୁ ଯିଏ ଦେଖିବ ତା ଆଖିରେ ପାଣି ଆସିଯିବ । ହଁ ଆଜ୍ଞା ଏମିତି କିଛି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ।

ସୂଚନାରୁ ପ୍ରକାଶ ଯେ ରାମପୁର ଗାଆଁର ଗୁରୁପ୍ରସାଦ ବେହେରାଙ୍କ ଦୁଇ ପୁଅ । ନିରଞ୍ଜନ ବେହେରା ଓ ହରେକୃଷ୍ଣ ବେହେରା । ଗୁରୁପ୍ରସାଦ ବେହେରାଙ୍କ ସାନ ପୁଅ ହରେକୃଷ୍ଣ ବେହେରା ସେହି ଗ୍ରାମର ରୁଚିସ୍ମିତାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ପ୍ରେମ ଘଟଣା ଜାଣିବା ପରେ ସେମାନଙ୍କର ଘର ଲୋକେ ଦୁହିଁଙ୍କ ବିବାହ କରି ଦେଇଥିଲେ । ହେଲେ ବିବାହ କରି ସାରିବା ପରେ ସାନ ପୁଅ ହରେକୃଷ୍ଣ ଓ ବୋହୂ ମିଶି ଶ୍ୱଶୁର ଗୁରୁପ୍ରସାଦ ବେହେରାଙ୍କୁ ସମ୍ପତ୍ତିର ଭାଗ ମାଗିଥିଲେ ।

ମାତ୍ର ଶ୍ୱଶୁର ଗୁରୁପ୍ରସାଦ ବେହେରାଙ୍କ ନାମରେ ସମ୍ପତ୍ତି ନଥାଇ ତାଙ୍କ ମା ପାରମଣି ବେହେରାଙ୍କ ନାମରେ ସମ୍ପତ୍ତି ଥିଲା । ଯାହା ଫଳରେ ଶ୍ୱଶୁର ଗୁରୁପ୍ରସାଦ ସମ୍ପତ୍ତି ଦେଇ ପାରିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଥିଲେ । ଆଉ ଏଥିପାଇଁ ରାଗିଯାଇ ଜେଜେ ଶାଶୂ ପ୍ରତି ନାତୁଣୀ ବୋହୂର ଅତ୍ୟାଚାର ବଢ଼ି ଯାଇଥିଲା । ଆଉ ନାତୁଣୀ ବୋହୂ ବିଭିନ୍ନ ସମୟରେ ଜେଜେ ଶାଶୂଙ୍କୁ ଅକଥନୀୟ ନିର୍ଯାତନା ଦେବା ସହିତ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି ବୃଦ୍ଧା ପାରମଣି ବେହେରା । ଏବେ ନ୍ୟାୟ ଆଶାରେ ବୃଦ୍ଧା ଜଣକ ।

Leave a Reply

Your email address will not be published. Required fields are marked *