ମୁଁ ଗୀତ ଗାଇଲି ବୋଲି ମୋ ମା’ କହୁଛି ତୁ ସିଆଡେ ରହିବୁ, ଆଉ ଘରକୁ ଆସିବୁନି ।

ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖୁଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରନ୍ତି । ଏବେ ଆପଣମାନେ ସମସ୍ତେ ତ ଏବେ ସାମ୍ନାକୁ ଆସିଥିବା ସିଙ୍ଗରଙ୍କ ନାଁ ଜାଣିଥିବେ । ଏହି ମହିଳା ଜଣକ ତାଙ୍କ ଜୀବନରେ ଅନେକ କଷ୍ଟ ସହିଛନ୍ତି । ଆଉ ଏବେ ସେ ଷ୍ଟୁଡିଓରେ ଗୀତ ଗାଉଛନ୍ତି । ତେବେ ନୂଆ କରି ଫେମସ ହୋଇଥିବା ଏହି ମହିଳା ଜଣକ ହେଉଛନ୍ତି ବାଲେଶ୍ଵରର ସସ୍ମିତା ଜେନା । ତାଙ୍କ ସଂଘର୍ଷର କାହାଣୀ ବହୁତ୍ ଦୁଃଖଦ ପୂର୍ଣ୍ଣ ।

ବିବାହ କରିଥିଲେ କିନ୍ତୁ ତାଙ୍କ ସ୍ଵାମୀ ଜଣେ ମଦ୍ୟପ ଆଉ ଚୋର ପ୍ରକୃତିର ଲୋକ ବାହାରିବାରୁ ସେ ତାଙ୍କ କୁନି ଝିଅକୁ ନେଇ ସ୍ବାମୀଙ୍କୁ ଛାଡ଼ି ପଳାଇ ଆସିଲେ । ବାପଘର ଆର୍ଥିକ ଅବସ୍ଥା ଶୋଚନୀୟ ଥିବାରୁ ସସ୍ମିତା ଘରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଆସି ସେଠାରେ ଭିକ୍ଷା ବୃତ୍ତି କରି ନିଜର ଆଉ ନିଜ ଝିଅର ପେଟ ପୋଷୁଥିଲେ । ନିକଟରେ ମିଡ଼ିଆ ଦ୍ଵାରା ତାଙ୍କର ସୁନ୍ଦର କଣ୍ଠସ୍ୱର ଥିବା ବିଷୟରେ ଜଣା ପଡିଥିଲା । ଆଉ ଏହାପରେ ମିଡ଼ିଆ ଗଣମାଧ୍ୟମ ଦ୍ଵାରା ସେ ବହୁତ ପରିଚିତ ହୋଇଥିଲେ ।

ଏବେ ସେ ଅନେକ ଗୀତ ଗାଇ ସାରିଲେଣି ଏପରିକି ଦର୍ଶକେ ତାଙ୍କର ସ୍ୱରକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ପୁଣି ଏକ ଗୀତ ଗାଇବା ପରେ ଏକ ସାକ୍ଷାତକାର ଦେଇ ଗାୟିକା ସସ୍ମିତା ଜେନା କହିଛନ୍ତି ଯେ, “ନୂଆ ନୂଆ ଗୀତ ଦର୍ଶକଙ୍କୁ ଭେଟି ଦେଇ ମୁଁ ବହୁତ୍ ଖୁସି ଅଛି । ଏଇଟା ଗୋଟେ ଭଲ ପାଇବାର ଛାଡ଼ପତ୍ର ସହିତ ସମାନ । ସେଥିପାଇଁ ଭଲ ଲେଖିଛନ୍ତି ଆଉ ବହୁତ୍ ଭଲ ହୋଇଛି ମଧ୍ୟ ଗୀତଟା । ଘର ଲୋକ ବହୁତ୍ ଖୁସି ହେଉଛନ୍ତି ।

ମୋ ମା ମଧ୍ୟ ଖୁସି ହେଉଛି ଆଉ କହୁଛି ଯେ ସେ ଗୀତ ଗାଇକି ତୁ ସେଇଆଡ଼େ ରହ । ଆଉ ଘରକୁ ଆସିବା ଦରକାର ନାହିଁ । ଆଗକୁ ମଧ୍ୟ ଏଭଳି ଗୋଟାଏ ପରେ ଗୋଟାଏ ଭଲ ଗୀତ ଗାଇବା ଜାରି ରଖିବି । ଛୋଟ ଝିଅକୁ ଛାଡିକି ଆସିଲା ବେଳକୁ କଷ୍ଟ ହେଉଛି । ସେ କାନ୍ଦୁଛି ମଧ୍ୟ । ଆଗକୁ ମଧ୍ୟ ମୋର ସେମିତି କିଛି ପ୍ଲାନ୍ ନାହିଁ । ମୁଁ ବାସ୍ ଭାବିଛି ଯେ ଗୀତ ଗାଇ କେମିତି ଭଲ ଗାୟିକା ହିସାବରେ ରହିବି । ଏବେ ଆଉ ଲିଙ୍ଗରାଜ ମନ୍ଦିର ଯାଇନାହିଁ କିନ୍ତୁ ଏହାରି ଭିତରେ କେବେ ନିଶ୍ଚିତ ଯିବି ଭଗବାନଙ୍କୁ ଧନ୍ୟବାଦ୍ ଦେବା ପାଇଁ” ।

Leave a Reply

Your email address will not be published. Required fields are marked *