“ନିଶା ମହାରଣା ଯଦି ବବି ମିଶ୍ରଙ୍କୁ ବାହାହେବେ, ଆମେ ବ୍ୟାଣ୍ଡ ବାଜା ନେଇକି ଯିବୁ.. ହେଲେ ନିଶାର ଆଶା ପୁରଣ ନେହେଉ”: ଗଜପତି।:-

ଓଲିଉଡର ଜଣାଶୁଣା ପ୍ରସିଦ୍ଧ ଅଭିନେତା ବବି ମିଶ୍ର କିଏ ବା ନ ଜାଣେ। ସେ ଜଣେ ଆଗ ଧାଡ଼ିର ନାୟକ ଅଟନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଭଲ ନାୟକ ଏବଂ ଜବ-ରଦସ୍ତ ଖଳନାୟକ ମଧ୍ୟ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ସେ ମନ ବଲାଇଛନ୍ତି ବାହା ହେବା ପାଇଁ। କାରଣ ତାଙ୍କର ପ୍ରଥମ ପତ୍ନୀ କୋଏଲ ବାନାର୍ଜୀ ସହିତ ଛା-ଡ଼ପ-ତ୍ର ହୋଇଯାଇଛି।ତେଣୁ ସେ ଖୋଜୁଛନ୍ତି ଭଲ ଝିଅ।

ବବିଙ୍କ ଏହି ପ୍ରତିକ୍ରିୟା ଶୁଣିବା ପରେ ଖୁସିରେ ପ୍ରତି-କ୍ରିୟା ରଖିଛନ୍ତି ଯାତ୍ରା ଜଗତର ଫେମସ ଆଇଟମ ଡ୍ୟାନ୍ସର ନିଶା ମହାରଣା।ନିଶା କହିଛନ୍ତି, ”ବବି ଭାଇଙ୍କୁ କଣ କହିବି। ଏତେଦିନ ପରେ ଗୋଟିଏ ସତ କଥା କହିଛନ୍ତି। ବହୁତ୍ ଭଲ କଥା। ଯଦି ସେ ମୋତେ ବାହା ହେବେ ମୁଁ ତାଙ୍କୁ ଖୁସି କରିଦେବି।”

ତେବେ ନିଶାଙ୍କ ପ୍ରତିକ୍ରିୟା ଶୁଣି କମେଡିଆନ ୟୁଟ୍ୟୁବର ଗଜପତି କହିଛନ୍ତି ଯେ,”ବବି ମିଶ୍ରଙ୍କୁ ଆମେ ପିଲା ବେଳୁ ଜାଣିଛୁ। ସେ ବହୁତ ଭଲ ଲୋକ। ସେ ଆମ ଘର ପାଖରେ ରୁହନ୍ତି। ସେ ଯାହାକୁ ବି ବାହା ହେବେ ଆମେ ହିଁ ଆଗ ତାଙ୍କୁ ସ୍ବାଗତ କରିବୁ। ସେ ନିଜ ଫିଲ୍ମ ପ୍ରମୋସନ କରିବାକୁ ଆସିଥିଲେ ଆଉ ମଜା ମଜାରେ ଦ୍ଵିତୀୟ ବାହାହେବା କଥା କହିଦେଲେ।

କିନ୍ତୁ ବୋଧ ହୁଏ ନିଶା ମହାରଣା ତାଙ୍କ କଥାକୁ ମୁଣ୍ଡକୁ ନେଇଯାଇଛନ୍ତି ଆଉ ବାହାହେବାକୁ ଚାହିଁ ବସିଛନ୍ତି। ଆପଣ ନିଜେ ଭାବନ୍ତୁ ବବି ମିଶ୍ରଙ୍କୁ କଣ ପାଗେଳା କୁକୁର କାମୁ-ଡ଼ିଛି ଯେ ସେ ନିଶା ମହାରଣାଙ୍କୁ ବାହାହେବେ। ଇଏ ସବୁ ଲୋକ ଦେଖାଣିଆ କଥା ଆଉ କିଛି ନୁହେଁ।”

Leave a Reply

Your email address will not be published. Required fields are marked *