” ବାହାହେବା ପାଇଁ ବବି ମିଶ୍ର ଖୋଜୁଛନ୍ତି ଘରୋଇ ଝିଅ, କିନ୍ତୁ ନିଶାକୁ ନୁହେଁ”: ଜିତୁ।:-

ଆଜିକାଲି ଓଲିଉଡର ଜଣାଶୁଣା ପ୍ରସିଦ୍ଧ ଅଭିନେତା ବବିମିଶ୍ରଙ୍କ କଥା ଚର୍ଚ୍ଚାର ବିଷୟ ପାଲଟିଛି। ଯେବେଠାରୁ ସେ ଦ୍ଵିତୀୟ ବିବାହ କରିବା କଥା କହିଲେଣି ଆଉ ତାଙ୍କ କଥା ଉପରେ ନିଶା ମହାରଣା ନିଜ ପ୍ରତିକ୍ରିୟା ଦେଇଛନ୍ତି ସେବେଠାରୁ ସବୁଆଡେ ତାହା ଭାଇରାଲ ହେବାରେ ଲାଗିଲାଣି।

ବବି ମିଶ୍ର କହିଥିଲେ ଯେ,”ମୁଁ ସେ ମନ ବଲାଇଛି ବାହା ହେବା ପାଇଁ। କାରଣ ମୋର ପ୍ରଥମ ପତ୍ନୀ କୋଏଲ ବାନାର୍ଜୀ ସହିତ ଛାଡ଼ପତ୍ର ହୋଇଯାଇଛି। ତେଣୁ ମୁଁ ଭଲ ଝିଅ ଖୋଜୁଛି। ଯଦି ଭଲ ଝିଅ ମିଳିବ ତେବେ ସେ ବିବାହ କରିବେ।”

ବବିଙ୍କ ଏହି ପ୍ରତିକ୍ରିୟା ଶୁଣିବା ପରେ ଖୁସିରେ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ଜଗତର ଆଇଟମ ଡ୍ୟାନ୍ସର ନିଶା ମହାରଣା। ନିଶା କହିଛନ୍ତି, ”ବବି ଭାଇଙ୍କୁ କଣ କହିବି। ଏତେଦିନ ପରେ ଗୋଟିଏ ସତ କଥା କହିଛନ୍ତି। ବହୁତ୍ ଭଲ କଥା। ଯଦି ସେ ମୋତେ ବାହା ହେବେ ମୁଁ ତାଙ୍କୁ ଖୁସି କରିଦେବି।”

ଏହାକୁ ନେଇ ଜଣେ ବ୍ୟକ୍ତି ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ,” ମୁଁ ନିଜେ ବବି ଭାଇଙ୍କ ସହ କଥା ହୋଇଛି। ଏ ସବୁ ସେ ମଜାରେ କହିଥିଲେ। ତାଙ୍କୁ ଏହି ସବୁ କଥା ବିଷୟରେ ପଚାରିଲା ମାନେ ସେ ଖାଲି ବିରକ୍ତ ହେଉଛନ୍ତି। ପ୍ରକୃତରେ ତାଙ୍କୁ ଏକ ଘରୋଇ ଝିଅ ଦରକାର। ସେ ନିଶାକୁ କିପରି ବିବାହ କରିବେ।

ଆପଣମାନେ ତ ଜାଣିଥିବେ ନିଶା କିପରି ଝିଅ। କିନ୍ତୁ ବବି ଭାଇଙ୍କୁ ଏକ ଶାନ୍ତ ସରଳ ଝିଅ ଦରକାର। ଯେପରି ଘର କଥା ବୁଝୁଥିବ ଆଉ ତାଙ୍କର ଯତ୍ନ ନେଇପାରୁଥିବ। ଏବେ ଆମେ ଝିଅ ଖୋଜୁଛୁ। ଯଦି ଭଲ ଝିଅ ମିଳିବ ତେବେ ତାଙ୍କର ବିବାହ ହେବ।”

Leave a Reply

Your email address will not be published. Required fields are marked *